ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ ପକ୍ଷରୁ ବାମନଘାଟୀ ଉପଖଣ୍ଡର ୭ ଟି ବ୍ଳକ ବିଶୋଇ, ବିଜାତଳା, ରାଇରଙ୍ଗପୁର, କୁସୁମୀ, ଜାମଦା, ବହଳଦା ଏବଂ ତିରିଂର ୧୧୦ ଜଣ ଉତ୍ସାହୀ ଯୁବ (ପୁରୁଷ ମହିଳା) ଉଦ୍ୟୋଗୀ ମାନଙ୍କୁ ଆଜି ଏକ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ଉତ୍ସବ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଯୋଗରଞ୍ଜନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ଯୁବ ବିଧାୟକ ଜଲେନ ନାୟକ,ସମ୍ମାନିତ ଅତିଥି ଭାବେ ମୟୂରଭଞ୍ଜ ସାଂସଦ ପ୍ରତିନିଧି ନବୀନ ରାମ, ବହଳଦା ପ୍ରାଣୀ ଚିକିତ୍ସାଧୀକାରୀ ଡଃ ଲକ୍ଷ୍ମୀରାଣୀ ମୁଣ୍ଡା, ଏଡିଡବ୍ଲୁଇ ଓ ଜ୍ଞାନେନ୍ଦ୍ର ସାମଲ, ପ୍ରୋଜେକ୍ଟ ମ୍ୟାନେଜର ସ୍ବର୍ଣପ୍ରଭା ରଥ, ବିଷୟବସ୍ତୁ ବିଶେଷଜ୍ଞ ରାଜେନ୍ଦ୍ର ପ୍ରସାଦ ପଢ଼ୀ ପ୍ରମୁଖ ଯୋଗ ଦେଇଥିଲେ।

Advertisment

ମୁଖ୍ୟ ଅତିଥି ବିଧାୟକ ଜଲେନ ନାଏକ କହିଥିଲେ ରାଜ୍ୟ ସରକାର ଜନଜାତିଙ୍କ ବିକାଶ ପାଇଁ ସଦାସର୍ବଦା ଚେଷ୍ଟିତ। ଜନଜାତିର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ। ସମସ୍ତେ ନିଜ ଗୋଡ଼ରେ ଛିଡ଼ା ହେବାକୁ ଚେଷ୍ଟାକର। ପ୍ରଶାସନ ତରଫରୁ ଅର୍ଥ, ଆବଶ୍ୟକ ବୈଷୟିକ ଜ୍ଞାନ, ସବୁକିଛି ଯୋଗାଇ ଦିଆଯିବ। ତେଣୁ ଯୁବ ଉଦ୍ୟୋଗୀମାନେ ନିଜ ଅଂଚଳର ଚାହିଦା ମୁତାବକ ଦୋକାନ, ବ୍ୟବସାୟ କରିବା ଉଚିତ। ପ୍ରଥମେ ପ୍ରଥମେ କଷ୍ଟ ହେବ ଓ ଧୈର୍ଯ୍ୟ ରଖୁବାକୁ ପଡ଼ିବ। 

ଆଇଟିଡିଏ ଶ୍ରୀ ନାୟକ କହିଥିଲେ ଆଇଟିଡିଏ କାର୍ଯ୍ୟାଳୟ ଜନଜାତିଙ୍କ ଉନ୍ନତି ପାଇଁ ସଦା ସର୍ବଦା ଚେଷ୍ଟିତ ଓ ଉନ୍ମୁକ୍ତ। ସମସ୍ତେ ଆସନ୍ତୁ, ଆଗକୁ ବଢନ୍ତୁ ଏବଂ ବିଭିନ୍ନ ଯୋଜନା ବିଷୟରେ ଅବଗତ ହୁଅନ୍ତୁ ଏବଂ ଆତ୍ମ ନିର୍ଭରଶୀଳ ପାଇଁ କିଛି କିଛି କାର୍ଯ୍ୟ କରନ୍ତୁ। ୨୦୨୪-୨୫ ବର୍ଷ ପାଇଁ ବିଭିନ୍ନ ଉଦ୍ୟୋଗ ପାଇଁ ବଛାଯାଇଥିବା ସାତଟି ବ୍ଳକର ବଛା ଯାଇଥିବା ୧୧୦ ଜଣ ଉତ୍ସାହୀ ଯୁବ ଉଦ୍ୟୋଗଙ୍କୁ ଅତିଥିଗଣ ଏକ ଲକ୍ଷ ଲେଖାଏଁ ଟଙ୍କାର ଚେକ୍ ସମୁଦାୟ ଏକ କୋଟି ଦଶ ଲକ୍ଷ ଟଙ୍କା ବଣ୍ଟନ କରାଯାଇଥୁଲ।

 

୨୦୨୨-୨୩ ମସିହାରେ ସାତଟି ବ୍ଳକର ୧୦୪ ଜଣ ଯୁବ ଉଦ୍ୟୋଗୀମାନଙ୍କୁ ୧ କୋଟି ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ସେମାନେ ଆଜିର ଦିନରେ ସଫଳ ଉଦ୍ୟୋଗୀ ହୋଇ ନିଜ ଗୋଡ଼ରେ ଛିଡା ହୋଇଛନ୍ତି। ଯୁବ ଉଦ୍ୟୋଗୀମାନେ ମିଠା ଦୋକାନ, କୃଷି,ଛେଳି ଚାଷ, ଗୋପାଳନ, ପତ୍ର କପ୍ ପ୍ଲେଟ, ଗଦି/ତକିଆ ପ୍ରସ୍ତୁତି, ୱେଲଡିଂ, ସାବୁ ନ ତି ଆରି, ବିଉଟି ପାର୍ଲର, ଆଚାର, ମୋବାଇଲ, ମୁଢି, ସେଲୁନ, ସିମେଣ୍ଟ ୱାର୍କ, ଟେଲର, ମାଛ ଚାଷ, କମ୍ପ୍ୟୁଟର ସେଣ୍ଟର, ଗ୍ୟାରେଜ, ଧୂପକାଠି ତିଆରି, ଝୁଡ଼ି, ମହୁଲ, ତଥା ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୟ କରି ଆତ୍ମ ନିର୍ଭରଶୀଳ ହେବେ ବୋଲି ବକ୍ତବ୍ୟ ରଖୁଥିଲେ। ଏହି କାର୍ଯ୍ୟକ୍ରମରେ ଉପଖଣ୍ଡର ସମସ୍ତ ସାତଟି ବ୍ଳକର ବ୍ଳକ ଜୀବିକା ବିଶେଷଜ୍ଞ ମନେ ଉପସ୍ଥିତ ରହି ପରିଚାଳନାରେ ସହ‌ଯୋଗ କରିଥିଲେ।

Mayurbhanj | Tribal