ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଏମସିଏଲ ଖଣି କ୍ଷେତ୍ର ଗୋପାଳପୁର- ଅଞ୍ଚଳରେ ଚାଲିଥିବା ସବୁଠୁ ବଡ଼ ଖଣି ଲୁଟ୍ର ପର୍ଦ୍ଦାଫାସ କରିଥିଲା କନକନ୍ୟୁଜ ଓ ସମ୍ବାଦ। ମାଫିଆମାନେ କିପରି ଯୋଜନାବଦ୍ଧ ଭାବେ ଏମସିଏଲର ପଶ୍ଚିମ ବସୁନ୍ଧରା ଖଣି କ୍ଷେତ୍ର ଓ ସରଡେଗା ରେଲୱେ ସାଇଡିଂର ମାତ୍ର ଅଧ କିଲୋମିଟର ଦୂର ଗୋପାଳପୁର- କୁଲାପଡ଼ା ତେଲେନଡିହି ରାଜସ୍ବ ଓ ସଂରକ୍ଷିତ ଜଙ୍ଗଲରେ ସମାନ୍ତରାଳ ଭାବେ କଳାହୀରାର କଳା ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ, ତାର ଚିତ୍ର ଦେଖାଇଥିଲା। ଏହା ପରେ ଶୁକ୍ରବାର ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ ଦାଶରଥି ସରାବୁଙ୍କ ନେତୃତ୍ବରେ ବନବିଭାଗ, ପୁଲିସ ଓ ଖଣି ବିଭାଗ ଚଢ଼ାଉ କରି ଚୋରା କୋଇଲା ଜବତ କରିଥିଲା। ଶନିବାର ସନ୍ଧ୍ଯାରେ ହେମଗିରି ଥାନାରେ କନିଷ୍ଠ ଖଣି ଅଧିକାରୀ ମଙ୍ଗଳ ହେମ୍ବ୍ରମ ଏତଲା ଦେବା ପରେ ମାମଲା ରୁଜୁ କରିଛି ପୁଲିସ।
ଲୁଟ୍ ସମ୍ପର୍କରେ ବର୍ଷେ ତଳେ ବନବିଭାଗ ତତ୍କାଳୀନ ହେମଗିର ତହସିଲଦାର ଲାବ୍ୟଣେନ୍ଦୁ ମହାନ୍ତିଙ୍କୁ ଚିଠି ଲେଖି ଅବଗତ କରାଇଥିଲେ। ହେଲେ ତହସିଲଦାର ମନ୍ଦ ଉଦ୍ଦେଶ୍ୟ ରଖି ଚିଠି ଲୁଚାଇ ଦେଇଥିଲେ ବୋଲି କୁହାଯାଉଛି। ଚିଠିର ନକଲ ସମ୍ବାଦର ହସ୍ତଗତ ହେବା ପରେ ତହସିଲଦାରଙ୍କ କାରସାଦି ପଦାକୁ ଆସିଛି। ବର୍ଷ ବର୍ଷ ଧରି ଗୋପାଳପୁର ତେଲେନଡିହି ଜଙ୍ଗଲରେ ମାଫିଆମାନେ ପ୍ରାୟ ୩୦ କିଲୋମିଟର ବ୍ୟାପି ଅଞ୍ଚଳରେ ଶହ ଶହ ଚୋରା କୋଇଲା ଖଣି ଖୋଳି ହଜାର ହଜାର ଟନ୍ କୋଇଲା ଲୁଟ୍ କରି ଚାଲିଥିଲେ। ଗୋପାଳପୁର ବନାଞ୍ଚଳ ଅଧିକାରୀ ପତ୍ର ସଂଖ୍ୟା ୨୫୮(ଜି) ତାରିଖ-୧୧.୫.୨୦୨୪ରେ ତହସିଲଦାରଙ୍କୁ ଚିଠି ଲେଖି ଖଣି ଚୋରି ସମ୍ପର୍କରେ ଜଣାଇଥିଲେ। ସେ ପାଟ୍ରୋଲିଂ କରିବା ସମୟରେ ତେଲେନଡିହି ରାଜସ୍ବ ଜଙ୍ଗଲ ମଧ୍ୟରେ ୧୨ରୁ ଅଧିକ ବିରାଟ ବିରାଟ ଚୋରା ଖଣି ଖୋଳି କୋଇଲା ଲୁଟ୍ ହେଉଥିବା ଜାଣିବାକୁ ପାଇଥିବା ଓ ସେସବୁ ୩ରୁ ୪ ବର୍ଷ ହେଲା ଚାଲିଥିବା ଉଲ୍ଲେଖ କରିଥିଲେ। ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପତ୍ରରେ ଅନୁରୋଧ କରିଥିଲେ। ହେଲେ ତତ୍କାଳୀନ ତହସିଲଦାର ଲାବ୍ୟଣେନ୍ଦୁ ମହାନ୍ତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। ବନାଞ୍ଚଳ ଅଧିକାରୀଙ୍କ ଚିଠି ପାଇବା ପରେ ଉଚ୍ଚ କର୍ତ୍ତୃପକ୍ଷ ବା ଜିଲ୍ଲା ପ୍ରଶାସନକୁ ନଜଣାଇ ଲୁଚାଇ ରଖିଥିଲେ। ଯଦି ସୂଚନା ପାଇବା କ୍ଷଣି ତହସିଲଦାର କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତେ, ତାହେଲେ ଖଣି ଚୋରି ବର୍ଷେ ପୂର୍ବରୁ ସାମ୍ନାକୁ ଆସିଥାନ୍ତା। ତେବେ ତହସିଲଦାର କାହା ଚାପରେ ନା ନିଜେ ମାଫିଆଙ୍କ ସହ ସମ୍ପର୍କ ରଖି ଚିଠି ଲୁଚାଇଥିଲେ, ତାକୁ ନେଇ ଉଠିଛି ପ୍ରଶ୍ନ।
ତେବେ ଖଣି ବିଭାଗ ନିର୍ଦ୍ଦିଷ୍ଟ ଭାବେ କାହା ନାମ ଉଲ୍ଲେଖ କରି ନଥିବାରୁ ପୁଲିସ ଅଜଣା ବ୍ଯକ୍ତିଙ୍କ ନାମରେ ଭାରତୀୟ ନ୍ଯାୟ ସଂହିତା ୩୦୩ (୨), ୩(୫) ଓ ଖଣି ଓ ଖଣିଜ ଦ୍ରବ୍ଯ ଆଇନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହା ମଧ୍ଯରେ ଖଣି ଲୁଟ୍ର ଏକ ସାଂଘାତିକ ସତ ସାମ୍ନାକୁ ଆସିଛି। ଲୁଟ୍ ସମ୍ପର୍କରେ ବର୍ଷେ ତଳେ ବନବିଭାଗ ତତ୍କାଳୀନ ହେମଗିର ତହସିଲଦାର ଲାବ୍ୟଣେନ୍ଦୁ ମହାନ୍ତିଙ୍କୁ ଚିଠି ଲେଖି ଅବଗତ କରାଇଥିଲେ। ହେଲେ ତହସିଲଦାର ମନ୍ଦ ଉଦ୍ଦେଶ୍ୟ ରଖି ଚିଠି ଲୁଚାଇ ଦେଇଥିଲେ ବୋଲି କୁହାଯାଉଛି। ଚିଠିର ନକଲ ସମ୍ବାଦର ହସ୍ତଗତ ହେବା ପରେ ତହସିଲଦାରଙ୍କ କାରସାଦି ପଦାକୁ ଆସିଛି। ବର୍ଷ ବର୍ଷ ଧରି ଗୋପାଳପୁର ତେଲେନଡିହି ଜଙ୍ଗଲରେ ମାଫିଆମାନେ ପ୍ରାୟ ୩୦ କିଲୋମିଟର ବ୍ୟାପି ଅଞ୍ଚଳରେ ଶହ ଶହ ଚୋରା କୋଇଲା ଖଣି ଖୋଳି ହଜାର ହଜାର ଟନ୍ କୋଇଲା ଲୁଟ୍ କରି ଚାଲିଥିଲେ। ଗୋପାଳପୁର ବନାଞ୍ଚଳ ଅଧିକାରୀ ପତ୍ର ସଂଖ୍ୟା ୨୫୮(ଜି) ତାରିଖ-୧୧.୫.୨୦୨୪ରେ ତହସିଲଦାରଙ୍କୁ ଚିଠି ଲେଖି ଖଣି ଚୋରି ସମ୍ପର୍କରେ ଜଣାଇଥିଲେ। ସେ ପାଟ୍ରୋଲିଂ କରିବା ସମୟରେ ତେଲେନଡିହି ରାଜସ୍ବ ଜଙ୍ଗଲ ମଧ୍ୟରେ ୧୨ରୁ ଅଧିକ ବିରାଟ ବିରାଟ ଚୋରା ଖଣି ଖୋଳି କୋଇଲା ଲୁଟ୍ ହେଉଥିବା ଜାଣିବାକୁ ପାଇଥିବା ଓ ସେସବୁ ୩ରୁ ୪ ବର୍ଷ ହେଲା ଚାଲିଥିବା ଉଲ୍ଲେଖ କରିଥିଲେ। ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପତ୍ରରେ ଅନୁରୋଧ କରିଥିଲେ। ହେଲେ ତତ୍କାଳୀନ ତହସିଲଦାର ଲାବ୍ୟଣେନ୍ଦୁ ମହାନ୍ତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। ବନାଞ୍ଚଳ ଅଧିକାରୀଙ୍କ ଚିଠି ପାଇବା ପରେ ଉଚ୍ଚ କର୍ତ୍ତୃପକ୍ଷ ବା ଜିଲ୍ଲା ପ୍ରଶାସନକୁ ନଜଣାଇ ଲୁଚାଇ ରଖିଥିଲେ। ଯଦି ସୂଚନା ପାଇବା କ୍ଷଣି ତହସିଲଦାର କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତେ, ତାହେଲେ ଖଣି ଚୋରି ବର୍ଷେ ପୂର୍ବରୁ ସାମ୍ନାକୁ ଆସିଥାନ୍ତା। ତେବେ ତହସିଲଦାର କାହା ଚାପରେ ନା ନିଜେ ମାଫିଆଙ୍କ ସହ ସମ୍ପର୍କ ରଖି ଚିଠି ଲୁଚାଇଥିଲେ, ତାକୁ ନେଇ ଉଠିଛି ପ୍ରଶ୍ନ।
ଚିଠି ହସ୍ତଗତ ହେବା ପରେ ଉପଜିଲ୍ଲାପାଳ ଦାଶରଥି ସରାବୁଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ‘ଏ ସମ୍ପର୍କରେ ସମ୍ପୃକ୍ତ ତହସିଲଦାରଙ୍କୁ ପଚରାଯିବ, ଚିଠି ପାଇଥିଲେ ଯଦି, କାହିଁକି ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ନଥିଲେ, ସେ ନେଇ କାରଣଦର୍ଶାଅ ନୋଟିସ ଜାରି କରାଯିବ। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ’ ବୋଲି ଉପଜିଲ୍ଲାପାଳ ଶ୍ରୀ ସରାବୁ କହିଥିଲେ। ଉଲ୍ଲେଖଯୋଗ୍ୟ, ଜଙ୍ଗଲ ମଧ୍ୟରେ ମାଫିଆମାନେ ସମାନ୍ତରାଳ ଭାବେ ଶହ ଶହ ଚୋରା କୋଇଲା ଖଣି ଖୋଳି ହଜାର ହଜାର ଟନ୍ କୋଇଲା ଚାଲାଣ କରୁଥିବା ଖବର ପ୍ରକାଶ ପରେ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦାଶରଥି ସରାବୁ, ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ ମହାପାତ୍ରଙ୍କ ସହ ରାଜସ୍ବ ଓ ବନବିଭାଗ ଟିମ୍ ଚଢ଼ାଉ କରିଥିଲେ । ହେଲେ ଚଢ଼ାଉ ପୂର୍ବରୁ ମାଫିଆ ଓ ଶ୍ରମିକମାନେ ଫେରାର ହୋଇ ଯାଇଥିଲେ। ଏହା ପରେ ଜଙ୍ଗଲ ମଧ୍ୟରେ ଥିବା ମାଫିଆଙ୍କ ଅସ୍ଥାୟୀ ଶିବିରଗୁଡ଼ିକୁ ନିଆଁ ଲଗାଇ ଜାଳି ଦେଇଥିଲା ଟିମ୍।