ଭୁବନେଶ୍ବର: ନିର୍ବାଚନ ପ୍ରଚାର ସମୟରେ ବକେୟା ଟଙ୍କାକୁ ନେଇ ରାଜ୍ୟ କଂଗ୍ରେସର ୩ ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ନେତା ବିଶ୍ୱରଂଜନ ମହାନ୍ତିଙ୍କ ନାରେ ଭରତପୁର ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଏହି ତିନି ଜଣଙ୍କ ବିରୋଧରେ ଆଇପିସିର ଧାରା ୧୨୦ବି, ୪୨୦, ୫୦୬ ଓ ୩୪ ଲାଗିଛି। ପୂର୍ବରୁ ପୁଲିସ ଅଭିଯୋଗ ରଖି ନଥିଲା। ଏବେ କୋର୍ଟଙ୍କ ହସ୍ତକ୍ଷେପ ପରେ ମାମଲା ରୁଜୁ ହୋଇଥିବା ସୂଚନା।

Advertisment

କଂଗ୍ରେସ ସାଧାରଣ ନିର୍ବାଚନ-୨୦୨୪ରେ ଅଭିଯୋଗକାରୀ ଆଶୁତୋଷ ମହାପାତ୍ରଙ୍କୁ ଏଲଇଡି ଗାଡ଼ିରେ ପ୍ରଚାର ପାଇଁ ବ୍ୟବସାୟିକ ଚୁକ୍ତି ନାମା ହୋଇଥିଲା। ଏଥିପାଇଁ ଦେଢ଼ କୋଟି ଟଙ୍କା ଦେବା ନେଇ ଫାଇନାଲ ହୋଇଥିବା ବେଳେ ୮ ଲକ୍ଷ ଟଙ୍କା ଆଡ଼ଭାନ୍ସ ଦିଆ ଯାଇଥିଲା। ନିର୍ବାଚନ ପରେ ବଳକା ଟଙ୍କା ମାଗିବାରୁ ଟଙ୍କା ନ ଦେଇ ଆଶୁତୋଷଙ୍କୁ ଧମକ ଦେଇଥିଲେ ଶରତ ପଟ୍ଟନାୟକ ଓ ବିଶ୍ୱ ରଞ୍ଜନ ମହାନ୍ତି।  

ମିଳିଥିବା ସୂଚନା ଅନୁସାରେ କଂଗ୍ରେସ ସାଧାରଣ ନିର୍ବାଚନ-୨୦୨୪ରେ ଅଭିଯୋଗକାରୀ ଆଶୁତୋଷ ମହାପାତ୍ରଙ୍କୁ ଏଲଇଡି ଗାଡ଼ିରେ ପ୍ରଚାର ପାଇଁ ବ୍ୟବସାୟିକ ଚୁକ୍ତି ନାମା ହୋଇଥିଲା। ଏଥିପାଇଁ ଦେଢ଼ କୋଟି ଟଙ୍କା ଦେବା ନେଇ ଫାଇନାଲ ହୋଇଥିବା ବେଳେ ୮ ଲକ୍ଷ ଟଙ୍କା ଆଡ଼ଭାନ୍ସ ଦିଆ ଯାଇଥିଲା। ନିର୍ବାଚନ ପରେ ବଳକା ଟଙ୍କା ମାଗିବାରୁ ଟଙ୍କା ନ ଦେଇ ଆଶୁତୋଷଙ୍କୁ ଧମକ ଦେଇଥିଲେ ଶରତ ପଟ୍ଟନାୟକ ଓ ବିଶ୍ୱ ରଞ୍ଜନ ମହାନ୍ତି। ଏ ନେଇ ସେ ସେତେବେଳେ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଥାନାରେ ସେହି ସମୟରେ ମାମଲା ରୁଜୁ କରାଯାଇ ନଥିଲା। ତେଣୁ ଆଶୁତୋଷ କୋର୍ଟର ଦ୍ଵାରସ୍ଥ ହୋଇଥିଲେ। ଏହା ପରେ ଭରତପୁର ଥାନାରେ ମାମଲା ରୁଜୁ ହୋଇଛି।