ସୋର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ପାଞ୍ଚଗୋଛିଆ ଗ୍ରାମରେ ଭୟାଵହ ଅଗ୍ନିକାଣ୍ଡ ଘଟି ବାସଗୃହ ସମେତ ଦୋକାନ ଘର ପୋଡ଼ି ପାଉଁଶ ହୋଇଯାଇଛିl ଖଇରା ଦମକଳ ଗାଡ଼ି ବିଳମ୍ବରେ ପହଞ୍ଚିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି l
ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ପାଞ୍ଚଗୋଛିଆ ଗ୍ରାମରେ ପ୍ରଶାନ୍ତ ବେହେରା ଏକା ଭେରାଇଟି ଷ୍ଟୋର କରିଥିଲେ l ଆଜି ହଠାତ ପ୍ରଥମେ ଦୋକାନ ଘରେ ନିଆଁ ଲାଗିବା ପରେ ନିଆଁର ଧାସ ଏତେ ପ୍ରଖର ଥିଲା ଯେ ସଙ୍ଗେସଙ୍ଗେ ରହୁଥିବା ବାସଗୃହକୁ ବ୍ୟାପି ଯାଇଥିଲା l ଫଳରେ ଦୋକାନରେ ଥିବା ୩ଗୋଟି ଫ୍ରିଜ, ଥଣ୍ଡା କ୍ୟାରଟ, ଦୋକାନରେ ଥିବା ୧୨ ଲକ୍ଷ ଟଙ୍କାର ସାମଗ୍ରୀ ପୋଡିପାଉଁଶ ହୋଇଯାଇଛି l ଘରେ ଥିବା ଆସବାବପତ୍ର ସମେତ ଚାଉଳ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ କିଛି ଟଙ୍କା ପୋଡି ଯାଇଥିବା ନେଇ ସୂଚନା ମିଳିଛି l
ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ପାଞ୍ଚଗୋଛିଆ ଗ୍ରାମରେ ପ୍ରଶାନ୍ତ ବେହେରା ଏକା ଭେରାଇଟି ଷ୍ଟୋର କରିଥିଲେ l ଆଜି ହଠାତ ପ୍ରଥମେ ଦୋକାନ ଘରେ ନିଆଁ ଲାଗିବା ପରେ ନିଆଁର ଧାସ ଏତେ ପ୍ରଖର ଥିଲା ଯେ ସଙ୍ଗେସଙ୍ଗେ ରହୁଥିବା ବାସଗୃହକୁ ବ୍ୟାପି ଯାଇଥିଲା l ଫଳରେ ଦୋକାନରେ ଥିବା ୩ଗୋଟି ଫ୍ରିଜ, ଥଣ୍ଡା କ୍ୟାରଟ, ଦୋକାନରେ ଥିବା ୧୨ ଲକ୍ଷ ଟଙ୍କାର ସାମଗ୍ରୀ ପୋଡିପାଉଁଶ ହୋଇଯାଇଛି l ଘରେ ଥିବା ଆସବାବପତ୍ର ସମେତ ଚାଉଳ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ କିଛି ଟଙ୍କା ପୋଡି ଯାଇଥିବା ନେଇ ସୂଚନା ମିଳିଛି l ଅଞ୍ଚଳବାସୀ ଖଇରା ଦମକଳ ବାହିନୀକୁ ଖବର ଦେଇଥିଲେ, ହେଲେ ଗାଡ଼ି ବିଳମ୍ବରେ ଆସିଥିବାର ଅଭିଯୋଗ ହୋଇଛି।
ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ଥିବା ବେଳେ ବିଦ୍ୟୁତ ସର୍ଟସର୍କିଟ ହୋଇଥିବା ନେଇ ସନ୍ଦେହ କରାଯାଉଛି l