ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମାସ୍ଥିତ ଉଦଲିଆଗୁଡା ଗ୍ରାମ ନିକଟରେ ଜଣେ ଚାଷୀଙ୍କ ଧାନ ଜମିରେ ଥିବା ଦୁଇ ଏକର ଧାନ ଗଦାରେ ନିଆଁ ଲାଗି ନଷ୍ଟ ହୋଇଯାଇଛି। ତେବେ ନିଆଁ କିଭଳି ଲାଗିଲା ସ୍ପଷ୍ଟ ଜଣାପଡିନାହିଁ। କିନ୍ତୁ ବ୍ୟାପକ କ୍ଷତିର ସାମ୍ନା କରିଥିବା ଚାଷୀ ଜଣକ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି।
ସୂଚନା ପ୍ରକାରେ ରାବଣାଗୁଡ଼ା ଗ୍ରାମର ଲାକୁ ତାଡେଙ୍ଗୀ ଧାର ଉଧାର କରି ଉଦଲିଆଗୁଡା ଗ୍ରାମ ନିକଟରେ ଦୁଇ ଏକର ଧାନ ଚାଷ କରିଥିଲେ।କିଛି ଦିନ ତଳେ ଜମିରୁ ଧାନ କାଟି ସେହି ଜମିରେ ହଁ ଗଦା କରି ରଖିଥିଲେ। ଆସନ୍ତାକାଲି (ରବିବାର) ଧାନ ମଳିବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଶନିବାର ଅପରାହ୍ଣ ୧ଟାରେ ଧାନ ଗଦାରେ ନିଆଁ ଲାଗିଯାଇଥିଲା। ଜମି ନିକଟରେ ଥିବା କିଛି ଲୋକ ଧାନ ଗଦାରେ ନିଆଁ ଲାଗିବା ଦେଖି ଲାକୁଙ୍କୁ ଖବର ଦେବା ସହ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। ତୁରନ୍ତ ଝରିଗାଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ତେବେ ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିବା ବେଳେ ପ୍ରାୟ ୬୦ ପ୍ରତିଶତ ଧାନ ନିଆଁରେ ପୋଡି ନଷ୍ଟ ହୋଇ ଯାଇଥିବା ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରି ସହାୟତା ରାଶି ପ୍ରଦାନ କରିବା ପାଇଁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/09/xh6eo1y2USdYOY8ZyhDs.jpeg)