ଘୁ.ଉଦୟଗିରି: ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ପରିଚିତ ଘୁ.ଉଦୟଗିରି ସହରରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବା ସହ ଗରମରେ କଲବଲ ହେଉଛନ୍ତି ଅଞ୍ଚଳବାସୀ। ପ୍ରଚଣ୍ଡ ରୌଦ୍ରତାପକୁ ଜଙ୍ଗଲ ନିଆଁ ଗରମକୁ ଦ୍ୱିଗୁଣିତ କରିଦେଉଛି। ସ୍ଥାନୀୟ ସହର ସୀମାରେ ଥିବା ଶ୍ରୀକଲାଘାଟି ପାର୍ଶ୍ଵ ବିରାଟ ସୁଉଚ୍ଚ ପାହାଡ଼ ପର୍ବତ ଘେରା ବିସ୍ତୀର୍ଣ୍ଣ ଜଙ୍ଗଲ ଏବେ ନିଆଁର ଆଁ ଭିତରେ ଦୁଇ ଦିନ ହେଲା ଜଙ୍ଗଲ ଜଳୁଛି।
ପ୍ରଚଣ୍ଡ ରୌଦ୍ରତାପକୁ ଜଙ୍ଗଲ ନିଆଁ ଗରମକୁ ଦ୍ୱିଗୁଣିତ କରିଦେଉଛି। ସ୍ଥାନୀୟ ସହର ସୀମାରେ ଥିବା ଶ୍ରୀକଲାଘାଟି ପାର୍ଶ୍ଵ ବିରାଟ ସୁଉଚ୍ଚ ପାହାଡ଼ ପର୍ବତ ଘେରା ବିସ୍ତୀର୍ଣ୍ଣ ଜଙ୍ଗଲ ଏବେ ନିଆଁର ଆଁ ଭିତରେ ଦୁଇ ଦିନ ହେଲା ଜଙ୍ଗଲ ଜଳୁଛି।
ସାରା ଜଙ୍ଗଲ ନିଆଁର ଆଁ ଭିତରେ ଥିବା ବେଳେ ସାରା ଅଞ୍ଚଳ ଧୂଆଁମୟ। ଚତୁର୍ଦିଗ ଧୂଆଁ। ନିଆଁ ବ୍ୟାପିବାରେ ଲାଗିଛି। ସ୍ୱଳ୍ପ ସଂଖ୍ୟକ ବନବିଭାଗ କର୍ମଚାରୀଙ୍କୁ ଏକର ଏକର ଘଞ୍ଚ ଜଙ୍ଗଲ।ପୁଣି ସଂରକ୍ଷିତ ଜଙ୍ଗଲ। ବିପଦରେ ବନ୍ୟ ଜନ୍ତୁ। କିଛି ସ୍ୱାର୍ଥପର ଲୋକ ନିଜ ସ୍ୱାର୍ଥ ପାଇଁ ଜଙ୍ଗଲ ରେ ନିଆଁ ଲଗେଇ ନିଜ ସ୍ୱାର୍ଥ ପାଇଁ ପରିବେଶ ନଷ୍ଟ କରିବା ସହ ଏହି ସମାଜର କ୍ଷତି କରିବା ସହ ବନ୍ୟ ଜନ୍ତୁଙ୍କ ଜୀବନ କୁ ବିପଦ ମୁଁହ କୁ ଠେଲି ଦେଇଛନ୍ତି। ଜଙ୍ଗଲ ନିଆଁ ଯୋଗୁଁ ସ୍ଥାନୀୟ ଅଞ୍ଚଳର ତାପମାତ୍ରା ବୃଦ୍ଧି ପାଇବା ସହ ଅସହ୍ୟ ଗରମ ପରିଲିଖିତ ହେବାରେ ଲାଗିଛି।
Kandhamal | Fire
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/25/u0kPIX2O3rLRl57jt0AP.jpg)