ବାଉଁଶୁଣି: ବୌଦ୍ଧ ବ୍ଲକ ବାଉଁଶୁଣି ଅଞ୍ଚଳର ଚାଷୀମାନେ ଖେତରେ ନିଆଁ ଲଗାଇବା ବନ୍ଦ କରୁନାହାନ୍ତି। ଏହି ନିଆଁ ବେଳେ ବେଳେ ଗାଁପାଇଁ ବିପଦ ଡାକି ଆଣୁଥିବା ବେଳେ ଏଥିପାଇଁ ଅଗ୍ନିଶମ ବାହିନୀଙ୍କୁ ଅଯଥା ହଇରାଣ ହେବାକୁ ପଡୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଏମିତି ଏକ ଘଟଣା ଶୁକ୍ରବାର ରାତିରେ ଘଟିଥିବା ବାଉଁଶୁଣି ଦମକଳ କେନ୍ଦ୍ର ସୂତ୍ରରୁ ଜଣାପଡିଛି।
ଅଁଳାପାଲି ପଞ୍ଚାୟତର ଦନ୍ତାପାଲି-ସାହୁପଡା ନିକଟରେ ଖେତରେ ଲାଗିଥିବା ନିଆଁ ଗାଁ ଆଡକୁ ମାଡି ଆସିବାରୁ ଗାଁ ପାଇଁ ବିପଦ ଆଣିବା ସହିତ ସାହୁପଡା-ଗୁଡ଼ପଡା ଗାଁ ମଝିରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରକୁ ନିଆଁ ଘେରି ଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ବାଉଁଶୁଣି ଦମକଳ କେନ୍ଦ୍ରକୁ ଖବର୍ ଦେଇଥିଲେ। ଖବର୍ ବାଉଁଶୁଣି ଅଗ୍ନିଶମ ବାହିନୀ ପାଣିଟାଙ୍କି ଥିବା ନିଆଳିଭା ଗାଡି ନେଇ ସେଠାରେ ପହଞ୍ଚି ବାଲଟିରେ ପାଣି ବୋହି ୩ଘଣ୍ଟା କାଳ ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ।
ଅଁଳାପାଲି ପଞ୍ଚାୟତର ଦନ୍ତାପାଲି-ସାହୁପଡା ନିକଟରେ ଖେତରେ ଲାଗିଥିବା ନିଆଁ ଗାଁ ଆଡକୁ ମାଡି ଆସିବାରୁ ଗାଁ ପାଇଁ ବିପଦ ଆଣିବା ସହିତ ସାହୁପଡା-ଗୁଡ଼ପଡା ଗାଁ ମଝିରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରକୁ ନିଆଁ ଘେରି ଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ବାଉଁଶୁଣି ଦମକଳ କେନ୍ଦ୍ରକୁ ଖବର୍ ଦେଇଥିଲେ।
ଦମକଳ କେନ୍ଦ୍ୱରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ଏହି ଅଞ୍ଚଳରେ ୮୦ଟି ଖେତ ନିଆଁ ଲାଗିବା ଘଟଣା ଘଟି ସାରିଲାଣି। ଏଭକି ଖେତରେ ନିଆଁ ଲାଗିବା ଘଟଣାରେ ବୌଦ୍ଧ ଜିଲ୍ଲା ସାରା ରାଜ୍ୟରେ ଶୀର୍ଷ ସ୍ଥାନରେ ରବିଥିବା ଉପର ମହଲରୁ ଜଣାପଡିଛି। ସେପଟେ ତାପମାତ୍ରାରେ ବୃଦ୍ଧିରେ ସାରା ଦେଶରେ ଲଗାତାର ଭାବେ ଦୁଇଦିନ ଧରି ବୌଦ୍ଧ ଜିଲ୍ଲା ଶୀର୍ଷରେ ରହିଥିବା ବେଳେ ଏଭଳି ଖେତରେ ନିଆଁ ଲଗାଇବା ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକଟ କରାଯାଇଛି। ଏଣୁ ପ୍ରଶାସନ ପକ୍ଷରୁ ଏଦିଗରେ ଚାଷୀମାନଙ୍କୁ ସଚେତନତା କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।
Fire | Boudh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/03/22/hf1TZxgL2SENeJUg6WFC.jpg)