ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା କାଫସି ଛକ ଠାରେ ଗୁଳିକାଣ୍ଡରେ ମୃତ୍ୟୁବରଣ କରିଥିବା ଦୋକାନୀଙ୍କ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ଶତାଧିକ ସ୍ଥାନୀୟ ବାସିନ୍ଦା। ସେମାନେ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ଦୋଷୀଙ୍କୁ କଠୋର ଦଣ୍ଡ ଦାବି କରିଛନ୍ତି। ଏହି ଗୁଳିମାଡ଼ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିଲେ ବି ଏହାକୁ ନେଇ ସନ୍ତୁଷ୍ଟ ନୁହନ୍ତି ଅଞ୍ଚଳବାସୀ।
ସୂଚନାଯୋଗ୍ୟ; ଗତ ୬ ତାରିଖରେ ସିନାପାଲି ଥାନା କାଫସି ଗ୍ରାମରେ ଛକ ଠାରେ ରାତି ୯ଟା ସମୟରେ ଗୁଳିମାଡ଼ ହୋଇଥିଲା। ନିଳାମ୍ବର ମେହେରା (୩୭)ଙ୍କ ପେଟରେ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମ ସିନାପାଲି ଡାକ୍ତରଖାନା ନେଉଥିବା ବେଳେ ପୁଣି ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିଲା। ପରେ ତାଙ୍କୁ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ବୁଧବାର ରାତି ୧୧ଟା ବେଳେ ଆଖିବୁଜିଥିଲେ।
ଏଣେ କେଉଁ କାରଣକୁ ନେଇ ଯୁବକଙ୍କୁ ଗୁଳିମାଡ଼ ହୋଇଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ଘଟଣା ସ୍ଥଳକୁ ସିନାପାଲି ପୁଲିସ ପହଞ୍ଚି ଘଟଣା ଉପରେ ତଦନ୍ତ କରୁଥିବା ବେଳେ ଗୁଳିମାଡି ମାଡ଼ କରି ଫେରାର ହୋଇଥିବା ଯୁବକଙ୍କୁ ପୁଲିସ ଖୋଜିବା ଆରମ୍ଭ କରି ୨ ଜଣଙ୍କୁ ବାନ୍ଧିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/UVbUNJPSmehPhokOMfIP.jpeg)