ବନ୍ତଳା: ପୁଣି ଅଶାନ୍ତ ହେଲେ ଅନୁଗୁଳ। ଗୁଳିମାଡ଼ରେ ଲୋକେ ଭୟଭୀତ। ଜିଲ୍ଲା ବନ୍ତଳା ଥାନା ଇଲାକା ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଆଜି ଗୁଳିମାଡ଼ ହୋଇଛି। ଧୋକୁଟା ନିକଟସ୍ଥ ବନଦୁର୍ଗା ମନ୍ଦିର ନିକଟରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ଜଣ ଗୁରୁତର ହୋଇଛନ୍ତି। ଆଜି ସନ୍ଧ୍ୟାରେ ଏହି ଗୁଳିମାଡ଼ ହୋଇଥିଲା ବେଳେ କିଏ କାହିଁକି ଗୁଳି ମାରିଛି ଜଣାପଡ଼ିନି।
ଗୁଳିମାଡ଼ରେ ବନ୍ତଳା ଥାନା କହ୍ନେଇନଗର ଶିବରାମ ନାଏକ(୨୮) ଓ ବିଷ୍ଣୁ ନାଏକ (୪୦) ଗୁରୁତର ହୋଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଦେହରେ ଏକାଧିକ ଗୁଳି ବାଜିଛି। ଖବର ପାଇ ବନ୍ତଳା ଥାନା ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି।
/sambad/media/media_files/2025/02/17/0b8f7146-8636-40e9-85c6-9b1cf1abf747-974510.jpg)
ସୂଚନା ଅନୁସାରେ, କହ୍ନେଇନଗର ଶିବରାମ ନାଏକ ଓ ବିଷ୍ଣୁ ନାଏକ ଆଉ କିଛି ଲୋକଙ୍କ ସହ ଆଜି ଏକ ଅଟୋରେ ବଡ଼କେରା ପଟରୁ ବନ୍ତଳା ଆଡ଼କୁ ଯାଉଥିଲା ସମୟରେ ରାତି ପ୍ରାୟ ୮ଟା ବେଳକୁ ଅଜଣା ଦୁର୍ବୃତ୍ତ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ବିଷ୍ଣୁଙ୍କ ଜଂଘରେ ଗୁଳି ବାଜିଥିଲା ବେଳେ ଶିବଙ୍କ ହାତ ଓ ଗୋଡ଼ରେ ଗୁଳି ବାଜିଛି। ତେବେ କିଏ ଏହି ଗୁଳିମାଡ଼ କରିଛି ତା’ ସ୍ପଷ୍ଟ ହୋଇନି। ପୂର୍ବ ଶତ୍ରୁତାରୁ ଏହି ଗୁଳିମାଡ଼ ହୋଇଥିବା ଅନୁମାନ କରାଯାଉଛି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/17/edf52fa2-a344-49b3-9cb2-de14281d02a7-952794.jpg)