ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ୫ମ ଲାଇନ୍ରେ ଆଜି ସଂଧ୍ୟାରେ ଗୁଳି ଫୁଟିଛି। ଦୁବୃର୍ତ୍ତମାନେ ଏକ କାର୍ରେ ଆସି ଏସ୍. ବାଳକ୍ରିଷ୍ଣା ଆଚାରୀ(୪୭)ଙ୍କ ଉପରକୁ ଗୁଳିମାଡ଼ କରି ଚମ୍ପଟ ମାରିଛନ୍ତି। ଗୁରୁତର ଅବସ୍ଥାରେ ଆହତ ବାଳକ୍ରିଷ୍ଣାଙ୍କୁ ଏମ୍କେସିଜିରେ ଭର୍ତ୍ତି କରାଯାଇଛି। ତାଙ୍କ ବାମହାତ ଡେଣାକୁ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିଲେ ବି ବ୍ୟବସାୟୀଙ୍କ ଶତ୍ରୁତାରୁ ଏଭଳି ଗୁଳିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।
ଖବର ପାଇ ବ୍ରହ୍ମପୁର ଏସ୍.ପି ଡା. ଶରବଣା ବିବେକ ଏମ୍ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଅପରପକ୍ଷରେ ବଡ଼ବଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ସଂଧ୍ୟାରେ ୪ଜଣ ଯୁବକ ଏକ କାର୍ରେ ଆସି ବାଳକ୍ରିଷ୍ଣାଙ୍କ ଘରେ ପଶି ଗୁଳିକାଣ୍ଡ କରିଥିଲେ। ଗୁଳିକାଣ୍ଡ କରି ଦୁର୍ବୃତ୍ତମାନେ ଉକ୍ତ କାର୍ରେ ଚମ୍ପଟ ମାରିଥିଲେ।
ବ୍ରହ୍ମପୁର ସହରରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି ଗୁଳିକାଣ୍ଡ କରିବାକୁ ବି ପଛାଉନଥିବା ଆଜିର ଘଟଣାରୁ ସ୍ପଷ୍ଟ ହୋଇଛି। ଏହା ପୂର୍ବରୁ ମଧ୍ୟ ବ୍ରହ୍ମପୁରରେ ଗୁଳିମାଡ଼ ଘଟଣା ଅନେକ ଥର ଦେଖିବାକୁ ମିଳିଛି।
Berhampur | ganjam
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/05/bhm-2025-08-05-22-35-18.jpg)