ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡରେ ପୁଣି ଗୁଳକାଣ୍ଡ ହୋଇଛି। ଦୁର୍ବୃତ୍ତମାନେ ମଦବ୍ୟବସାୟୀଙ୍କୁ ଗୁଳିଚୋଟ ମାରି ଲକ୍ଷାଧିକ ଟଙ୍କା ଲୁଟ୍ କରିଛନ୍ତି। କିଛି ଦିନ ପରେ ପୁଣି ଉପଖଣ୍ଡ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଗୋରୁମହିଷାଣୀ ବଜାରର ମଧ୍ୟରେ ଥିବା ବିଦେଶୀ ମଦ ଦୋକାନରେ ମଦ ଦୋକାନ ମାଲିକଙ୍କୁ ଗୁଳି ମାରି ଲହୁ ଲୁହାଣ କରି ଲକ୍ଷାଧିକ ଟଙ୍କା ଲୁଟି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି।
ଗତ ଦୁଇମାସ ପୂର୍ବରୁ ବହଳଦା ଏସବିଆଇ ଶାଖାରେ ଗୁଳି କାଣ୍ଡ ଘଟାଇ ଲକ୍ଷାଧିକ ଟଙ୍କା ଲୁଟ କରିଥିଲେ ଦୁବୃର୍ତ୍ତ। ଗୁଳିକାଣ୍ଡ ଘଟଣାରେ ପୁଲିସ କିଛିଦିନ ପୂର୍ବରୁ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ ଯେ ଆଜି ପ୍ରାୟ ଅପରାହ୍ନରେ ୩/୪ ଜଣ ଦୃର୍ବୁତ୍ତ ଦୁଇଟି ପଲସର ବାଇକ୍ ଯୋଗେ ଗୋରୁମହିଷାଣୀ ବଜାରରେ ଥିବା ସବ୍ୟସାଚୀ ମହାନ୍ତିଙ୍କ ବିଦେଶୀ ମଦ ଦୋକାନକୁ ଯାଇ ତାଙ୍କୁ ବିୟର ମାଗିଥିଲେ। ଏଥି ସହିତ ସେମାନେ ମଦ ବ୍ୟବସାୟୀଙ୍କୁ ବାକ୍ସରେ କେତେ ଟଙ୍କା ଅଛି ପଚାରି ଥିଲେ। ଶ୍ରୀ ମହାନ୍ତି ଟଙ୍କା ନଦେବାରୁ ତାଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇ ଥିଲେ। ଦୁଇଟି ଗୁଳି ତାଙ୍କ ଜଂଘରେ ବାଜିଥିବା ବେଳେ ଅନ୍ୟଟି ଦୋକାନରେ ବାଜିଥିଲା। ସେ ଆହତ ହୋଇ ତଳେ ପଡ଼ିଯାଇଥିଲେ। ସୁଯୋଗ ନେଇ କାଉଣ୍ଟରରେ ଥିବା ସମସ୍ତ ଟଙ୍କା ନେଇ ପଡୋଶୀ ଝାରଖଣ୍ଡର ମୂଷାବଣି ଦିଗକୁ ଯିବା ସମୟରେ ସେମାନେ ଆସିଥିବା ବାଇକରେ ତେଲସରିଯିବାରୁ ଅନ୍ୟ ଏକ ବାଇକ୍କୁ ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି।
ତେବେ ଗୋରୁମହିଷାଣି ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ମଦ ଦୋକାନ ଥିଲେ ମଧ୍ୟ ଭୟ ନକରି ଦୁବୃର୍ତ୍ତ ମାନେ ଗୁଳିକାଣ୍ଡ ଘଟାଇବାକୁ ଭୟ କରିନଥିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ସବ୍ୟସାଚୀ ମହାନ୍ତିଙ୍କୁ ପ୍ରଥମେ ଗୋରୁମହିଷାଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ଯାଇଥିଲା। ପରେ ସେଠାରୁ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ପୁଣି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଁ ଯାଉଥିବା ସୂଚନା ମିଳିଛି।
ବାମନଘାଟି ଉପଖଣ୍ଡର ସମସ୍ତ ବ୍ଲକ୍ ଝାରଖଣ୍ଡ ରାଜ୍ୟର ଅତି ନିକଟତର ଥିବାରୁ ସେଠାକାର ଲୁଟେରାମାନେ ଆସି ଲୁଟପାଟ କରୁଥିବା ସୂଚନା ମିଳିଛି। ପୁଲିସ ସିସି କ୍ୟାମେରା ଓ ଛାଡ଼ିକି ପଳାଇଥିବା ପଲସର୍ ବାଇକ୍ ଆଧାରରେ ତଦନ୍ତ ଜାରି ରଖିଛି। ଏନେଇ ଗୋରୁମହିଷାଣୀ ଥାନା ଅଧିକାରୀ ଜଗନ୍ନାଥ ମୁଣ୍ଡା ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/05/06/sFxGcagDJXJYEMUafZag.jpg)