ଅନୁଗଳ: ଅନୁଗୁଳଜିଲ୍ଲା କିଶୋରନଗର ଥାନା ଭାଗମଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଭାଇ ଭଉଣୀଙ୍କୁ ଗୁଳିମାଡ଼ ହୋଇଛି। ବିଳମ୍ୱିତ ରାତିରେ ଘର ବାରଣ୍ଡାରେ ଶୋଇଥିବା ବେଳେ ଭାଇ ଭଉଣୀଙ୍କ ଉପରେ ହଠାତ୍ ଗୁଳିମାଡ଼ ହୋଇଥିଲା । ଏଥିରେ ଭାଇଭଉଣୀ ଗୁରୁତର ହୋଇଛନ୍ତି ।
୯ ବର୍ଷର ଭାଇ ଓ ୧୩ ବର୍ଷ ଭଉଣୀର ପେଟରେ ଗୁଳି ବାଜିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର କରାଯାଇଛି । ତେବେ କୁନି କୁନି ଭାଇ ଭଉଣୀଙ୍କୁ କାହିଁକି ଗୁଳିମାଡ଼ ହୋଇଛି, ତାର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ କିଶୋରନଗର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/firing.jpg)
