ଭଦ୍ରକ: ଭଦ୍ରକ ଜିଲ୍ଲାରେ ଧଳା ଜହର ବେପାର ବୃଦ୍ଧି ପାଇଛି। ଗତ ଦୁଇ ଦିନ ତଳେ ଟାଉନ ପୁଲିସ ଓ ପୁରୁଣା ପୁଲିସ ହାତରେ ୪ ଜଣ ମଦ ବେପାରୀ ଧାରା ପଡ଼ି ଜେଲ୍ ଯାଇଥିଲେ। ଆଜି ପୁଣି ଭଦ୍ରକ ଟାଉନ ପୁଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି। ୩୫ ଗ୍ରାମର ବ୍ରାଉନସୁଗାର ସହ ୫ ଜଣଙ୍କୁ ଗିରଫ କରିଛି ଟାଉନ ପୁଲିସ।
ସୂଚନା ମୁତାବକ ଭଦ୍ରକ ଏସ୍ପି ମନୋଜ ରାଉତଙ୍କ ନିର୍ଦ୍ଦେଶ କ୍ରମେ ବିଶେଷ ସୂତ୍ରରୁ ଖବର ପାଇ ଟାଉନ ଥାନାଧିକାରୀଙ୍କ ତତ୍ୱାବଧାନରେ ଭଦ୍ରକ ସହରରେ ପେଟ୍ରୋଲିଙ୍ଗ ବେଳେ ଚାରିଘରିଆ ଛକରେ ଏକ ହୋଣ୍ଡା କାର୍କୁ ଅଟକାଇବା ପରେ ସେଥିରେ ୨୬ ଗ୍ରାମ ବ୍ରାଉନ ସୁଗାର, ଗୋଟିଏ ହୋଣ୍ଡା କାର, ୧୦ ହଜାର ଟଙ୍କା ଜବତ ସହ କେନ୍ଦୁଝରର ୩ ଜଣ ଯୁବକଙ୍କୁ ଗିରଫ କରିଥିଲା ଟାଉନ ପୁଲିସ।
ଭଦ୍ରକ ସହର ନିଶା ବେପାରୀଙ୍କ ଏକ ବଡ଼ ଆଡ୍ଡା ପାଲଟିଛି। ପଡୋଶୀ ରାଜ୍ୟରୁ ଏଠାକୁ ନିଶା ଆମଦାନୀ କରାଯାଇ ପରେ ଏହାକୁ ରପ୍ତାନୀ କରାଯାଉଛି। ପୁଲିସ ବ୍ୟାପକ ଚଢ଼ାଉ କରୁଥିଲେ ମଧ୍ୟ ଅପରାଧୀମାନେ କୌଶଳ କ୍ରମେ ନିଶା ବେପାର କରୁଛନ୍ତି। ଦୁଇ ଦିନ ପୂର୍ବରୁ ୪ଜଣ ମଦ ବେପାରୀ ପୁଲିସ ହାତରେ ଧରାପଡ଼ିଲେ। ଆଜି ପୁଣି ଜଣ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛନ୍ତି।
ସେହିପରି ଗତକାଲି ବିଳମ୍ବିତ ରାତିରେ ସହରରେ ପାଟ୍ରୋଲିଙ୍ଗ ସମୟରେ ଦୁଇ ଯୁବକଙ୍କୁ ସନ୍ଦେହଜନକ ଭାବେ ଅଟକାଇବାରୁ ୧୦ ଗ୍ରାମ ବ୍ରାଉନସୁଗାର ଜବତ ସହ ଗୋଟିଏ ପଶ୍ଚିମ ବଙ୍ଗ ନମ୍ବର ଥିବା ବାଇକ, ପଶ୍ଚିମବଙ୍ଗ ଅଞ୍ଚଳର ଜଣେ ଯୁବକ ଏବଂ ଭଦ୍ରକ ଚରମ୍ପାର ବଉଲପୋଖରୀର ରାଜା ମଳିକ ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲା ପୁଲିସ। ଟାଉନ ପୁଲିସ ଦୁଇଟି ମାମଲାରେ ସମୁଦାୟ ୩୬ ଗ୍ରାମ ବ୍ରାଉନ ସୁଗାର୍ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଭଦ୍ରକରେ ବ୍ରାଉନ ସୁଗର ବେପାରୀ ସବୁଠି ଛାଇ ହୋଇଯାଇଥିବା ବେଳେ ପୁଲିସର ବ୍ୟାପକ ଚଢ଼ଉ କରିବାର ଆବଶ୍ୟକତା ରହିଛି।
Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/04/01-brownsugar-2025-09-04-20-35-39.jpg)