କୋରାପୁଟ: ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) କୋରାପୁଟରେ ସ୍କୁଲ ଅଫ୍ ଲାଙ୍ଗୁଏଜ୍ ପକ୍ଷରୁ ଆୟୋଜିତ ଗବେଷଣା ପଦ୍ଧତି ଉପରେ ୫ ଦିନିଆ କର୍ମଶାଳା ଉଦଯାପିତ ହୋଇଯାଇଛି। ସଂସ୍କୃତ ବିଭାଗ ମୁଖ୍ୟ ତଥା ଭାଷା ବିଦ୍ୟାଳୟର ଡିନ୍ ପ୍ରଫେସର ନରସିଂହ ଚରଣ  ପଣ୍ଡାଙ୍କ ତତ୍ତ୍ବାବଧାନରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା।

Advertisment

କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ବିଶ୍ୱବିଦ୍ୟାଳୟରେ ଏକ ସୁଦୃଢ଼ ଗବେଷଣା ସଂସ୍କୃତିକୁ ପ୍ରୋତ୍ସାହିତ କରିବାରେ ଏହାର ମହତ୍ତ୍ୱକୁ ସ୍ୱୀକାର କରି ସ୍କୁଲ ଅଫ୍ ଲାଙ୍ଗୁଏଜ୍ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ। ବିଶିଷ୍ଟ ଗବେଷକ, ଲେଖକ ତଥା ବିଶ୍ୱଭାରତୀ, ଶାନ୍ତିନିକେତନର ଅବସରପ୍ରାପ୍ତ ପ୍ରଫେସର ପ୍ରଫେସର ଅରୁଣ ରଞ୍ଜନ ମିଶ୍ର କର୍ମଶାଳାରେ ସାଧନକର୍ମୀ ଭାବେ ଯୋଗ ଦେଇଥିଲେ। ପାଞ୍ଚ ଦିନ ମଧ୍ୟରେ, ସେ ଅନେକ ଗୁରୁତ୍ବପୂର୍ଣ ଗବେଷଣା ପଦ୍ଧଟି ବିଷୟରେ ଆଲୋକପାତ କରିଥିଲେ।

 

କର୍ମଶାଳାରେ  ଅଂଶଗ୍ରହଣକାରୀଙ୍କ ବୁଦ୍ଧିମତାେ ଓ ଜ୍ଞାନକୁ ଅନେକ ଭାବରେ ଏହା  ସମୃଦ୍ଧ କରିଥିଲା । ଏହି କର୍ମଶାଳାରେ ସଂସ୍କୃତ, ହିନ୍ଦୀ, ଓଡ଼ିଆ ଓ ଇଂରାଜୀ ବିଭାଗର ଗବେଷକମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଚଳିତ ଶିକ୍ଷାବର୍ଷରେ ବିଶ୍ବବିଦ୍ୟାଳରେ ପ୍ରାୟ ସମସ୍ତ ବିଭାଗରେ ପିଏଚଡି ପାଠ୍ୟକ୍ରମ ଆରମ୍ଭ ହୋଇଥିବାରୁ ଏହି କର୍ମଶାଳା ନୂତନ ଭାବେ ସାମିଲ ହୋଇଥିବା ଡକ୍ଟରେଟ୍ ଗବେଷକମାନଙ୍କ ପାଇଁ ବିଶେଷ ଲାଭଦାୟକ ହୋଇଛି। ଏହା ସେମାନଙ୍କୁ ସେମାନଙ୍କ ପାଠ୍ୟକ୍ରମ ଏବଂ ଭବିଷ୍ୟତ ଗବେଷଣା କାର୍ଯ୍ୟକୁ ସଫଳ ଭାବରେ ସମାପ୍ତ କରିବା ପାଇଁ ଆବଶ୍ୟକ ଶୈକ୍ଷିକ ଉପକରଣ ଏବଂ ତାତ୍ତ୍ୱିକ ଢାଞ୍ଚା ପ୍ରଦାନ କରିଥିଲା ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ସୂଚନା ଦେଇଛନ୍ତି।

ସହକାରୀ ପ୍ରଫେସର ସଂସ୍କୃତ ଡ. ଦେବାଶିଷ କର୍ମାକର, ସହକାରୀ ପ୍ରଫେସର ହିନ୍ଦୀ ମନୋଜ କୁମାର ସିଂହ, ସହକାରୀ ପ୍ରଫେସର, ଓଡ଼ିଆ ଡ. ରଘୁନାଥ ଓଝା ଏବଂ ସହକାରୀ ପ୍ରଫେସର ଇଂରାଜୀ ଡ. ପ୍ରସେନଜିତ୍ ସିହ୍ନାଙ୍କ ସହଯୋଗରେ ଏହି କର୍ମଶାଳା ସଂଯୋଜନା କରାଯାଇଥିଲା।

CUO Koraput