ଭୁବନେଶ୍ବର: କ୍ରାଇମ୍ ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଜଣେ ହୋମ ଗାର୍ଡ ସମେତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ଏମାନେ ୩.୮୨ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତମାନେ ଫେକ ଡକ୍ୟୁମେଣ୍ଟ ଦେଇ କଟକ ଏସ୍ବିଆଇ ମଧୁପାଟଣା ଶାଖାରୁ ୩.୫୦ କୋଟି ଋଣ ନେଇଥିଲେ।
ଗିରଫ ବ୍ୟକ୍ତି ହେଲେ କଟକର ଧନଞ୍ଜୟ ପୃଷ୍ଟି, ଚୌଦ୍ଵାରର ସୁରେନ୍ଦ୍ର ବେଉରା, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ନିରଞ୍ଜନ ଶତପଥୀ, ରୀନାରାଣୀ ଶତପଥୀ ଓ ପଶ୍ଚିମବଙ୍ଗର ନିରାପଦ କର୍ମକାର।
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍(ଏସ୍ବିଆଇ) କଟକର ରିଜିଓନାଲ ମ୍ୟାନେଜର ଭବାନୀ ଶଙ୍କର ମହାନ୍ତିଙ୍କ ଅଭିଯୋଗ କ୍ରମେ ଇଓଡବ୍ଲ୍ୟୁ ମାମଲା ରୁଜୁ କରିଥିଲା। ଜାଲ ଦସ୍ତାବିଜ୍ ଦେଇ ୩.୫୦ କୋଟି ଟଙ୍କା ଲୋନ କରିଥିଲେ। ଏହା ସହ ତାଙ୍କ ପାଖରୁ ଜାଲ ଟଙ୍କା ଜବତ ହୋଇଛି। ଏନେଇ ଏସ୍ଟିଏଫ୍ ଏସ୍ପିଙ୍କୁ ଅବଗତ କରାଯାଇଛି।
Crime | Cuttack