ରାୟଗଡ଼ା: ରାୟଗଡ଼ା ଏସଡିଜେଏମ୍ ଆଦାଲତ ମଙ୍ଗଳବାର ଏକ ଚୋରି ମାମଲାର ଶୁଣାଣି କରି ୫ଜଣ ଦୋଷୀଙ୍କୁ ୩ ବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା ନିର୍ଦେଶ ଦେଇଛନ୍ତି। ଗତ ମେ’ ମାସ ୨୫ ତାରିଖରେ ରାୟଗଡ଼ା ସହର ନ୍ୟୁ କଲୋନିସ୍ଥିତ ୧୨ ନମ୍ବର ୱାର୍ଡ କାଉନସିଲର କେ.ୱାଣିଶ୍ରୀଙ୍କ ଘରୁ ତାଲା ଭାଙ୍ଗି ଚୋରୀ ହୋଇଥିଲା।
ଏ ନେଇ କାଉନସିଲରଙ୍କ ଭାଇ ଆଇ.ରମେଶ କୁମାର ରାୟଗଡ଼ା ଥାନାରେ ଏତଲା ଦେବା ପରେ ପୁଲିସ ୩୩୧(୪)/୩୦୫ ବି.ଏନ.ଏସରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲେ। ତଦନ୍ତ ସମୟରେ ଏହି ଚୋରି ଘଟଣାରେ ସଂପୃକ୍ତ ଥିବା ଅସ୍ରାଫୁଲ ଶେଖ, ମହମ୍ମଦ ରୋନୀ ଶେଖ, ମହମ୍ମଦ ଆଲାମିନ, ଶେଖ ବାବୁ ଓ ସମୀର ଶେଖଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲେ।
ଏହି ମାମଲାରେ ୧୦ ଜଣ ସାକ୍ଷୀଙ୍କ ବୟାନ ଓ ତଥ୍ୟ ପ୍ରମାଣକୁ ଭିତ୍ତି କରି ୫ ଅଭିଯୁକ୍ତମାନଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟରେ ଆଉ ୬ ମାସ ଅଧିକ ଜେଲଦଣ୍ଡାଦେଶ ପାଇଁ ନିର୍ଦେଶ ଦେଇଛନ୍ତି ଏସଡିଜେଏମ ବର୍ଷା ଦାସ। ସରକାରଙ୍କ ପକ୍ଷରୁ ଏହି ମାମଲା ପରିଚାଳନା କରିଥିଲେ ଆଇନଜୀବୀ ସଚିଦାନନ୍ଦ ଖାଡଙ୍ଗା। ଏହି ଘଟଣାରେ ଚୋରୀ ଘଟଣାରେ ତତ୍କାଳୀନ ଆଇଆଇସି କେକେବିକେ କହଁର ଓ ବର୍ତମାନର ଆଇଆଇସି ପ୍ରସନ୍ନ କୁମାର ବେହେରା ମିଳିତ ଭାବରେ ତଦନ୍ତ କରିଥିଲେ।
Rayagada