ଦଶରଥପୁର: ଯାଜପୁରଜିଲ୍ଲା ଦଶରଥପୁର ବ୍ଲକ ଅର୍ଦାଉଳିଆ-ଦତ୍ତପୁର ମଝିରେ ବୈତରଣୀ ନଦୀରେ ରବିବାର ଅପରାହ୍ଣଷର ଏକ ବଡ଼ ଘଳିଆ ସୃଷ୍ଟି ହୋଇଛି। ଏହି ଅଘଟଣ ପରେ ଗାଁ ଲୋକେ ତୁରନ୍ତ ମରାମତି କରିଛନ୍ତି। ଅନ୍ୟପଟରେ ଏହି ଅଘଟଣ ନେଇ ଦୁଦୁରାଅଣ୍ଟା ଓ ଦତ୍ତପୁର ପଞ୍ଚାୟତବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ପ୍ରଶାସନ ରାସ୍ତା ସିଲ୍ କରିଛି। ବନ୍ୟାଜଳ ପ୍ରବାହିତ କାରଣରୁ କାୟାଁ-ଆରଡ଼ି ରାସ୍ତା ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିବା ବେଳେ କୁମ୍ଭୀର ଭୟ ସୃଷ୍ଟି ହୋଇଛି।
ଅତିରିକ୍ତ ଏସଆରସି ମନିଷ ଅଗ୍ରୱାଲ, ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦେଶକ, ବିଡ଼ିଓ, ଅତିରିକ୍ତ ତହସିଲଦାରଙ୍କ ବନ୍ୟାଅଂଚଳ ପରିଦର୍ଶନ ଓ ସମୀକ୍ଷା, ବ୍ଲକସ୍ଥ ନିଜାମପୁର ପଞ୍ଚାୟତ ନୂଆପାଟଣା, କସପା ଆଦି ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି। ସମସ୍ତ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ନିଆଯିବ ବୋଲି କହିଛନ୍ତି।
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ରାଜ୍ୟର ନଦୀଗୁଡ଼ିକରେ ବନ୍ୟାସ୍ଥିତି ନେଇ ସମୀକ୍ଷା କରିଛନ୍ତି। ସମ୍ବଲପୁର ଜିଲ୍ଲାପାଳଙ୍କ ଭିସି ଚ୍ୟାମ୍ବରରେ ରାଜ୍ୟରେ ବନ୍ୟାସ୍ଥିତି ନେଇ ସମୀକ୍ଷା ବୈଠକରେ କହିଛନ୍ତି, ରାଜ୍ୟର ବିଭିନ୍ନ ନଦୀରସ୍ଥିତି ଉପରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପଚାରି ବୁଝିଛିl ପାଣିପାଗ ବିଭାଗର ଆକଳନ ଅନୁସାରେ ମୟୂରଭଂଜ ଓ କେଉଁଝର ଦୁଇଟି ଜିଲ୍ଲା ରେଡ ଆଲର୍ଟରେ ଥିଲା। ହେଲେ ତାହା ବର୍ତ୍ତମାନ ବିପଦ ମୁକ୍ତ ରହିଛିl ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାର ଜଳପତ୍ତନ କମିବା ଆରମ୍ଭ ହେଲାଣି। ରିଲିଫ କେନ୍ଦ୍ରରୁ ଲୋକେ ଫେରିବା ଆରମ୍ଭ କଲେଣି l ଏଥର ଏହି ଜିଲ୍ଲାଗୁଡ଼ିକର କ୍ଷୟକ୍ଷତି ଆକଳନ ହେବ ଓ ଇନ୍ ପୁଟ ସବସିଡି ପ୍ରଦାନ କରାଯିବ।
ବୈତରଣୀ ନଦୀର ଜଳପତ୍ତନ ମଧ୍ୟ କମିବାରେ ଲାଗିଛିl ଭଦ୍ରକ ଓ ଯାଜପୁର ଜିଲ୍ଲାରେ ମଧ୍ୟ ଲୋକେ ରିଲିଫ କେନ୍ଦ୍ରରୁ ଘରକୁ ଫେରିଲେଣି। ଏହା ସହିତ ସବୁ ଜିଲ୍ଲାରେ ରିଲିଫ କେନ୍ଦ୍ରଗୁଡ଼ିକରେ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବା ଜାରି ରହିବ ବୋଲି କହିଛନ୍ତିl ବର୍ତ୍ତମାନ ବାଲେଶ୍ଵର ଜିଲ୍ଲାର ସ୍ଥିତି ଚିନ୍ତାଜନକ ରହିଛିl
Jajpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/27/new-project-31-2025-07-27-18-25-49.jpg)