ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ଲଗାଣ ବର୍ଷା ହେବାରୁ ମହାନଦୀ, ବୈତରଣୀ ଓ ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଇଛି। ଏଥିଲାଗି କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିଛି। ଏହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବା କହିଲେ ବି ଅତ୍ୟୁକ୍ତି ହେବ ନାହିଁ।
ବୈତରଣୀ ନଦୀରେ ଚଳିତ ବର୍ଷ ୨ୟ ଥର ପାଇଁ ବନ୍ୟା ଆସିଛି। ଶନିବାର ଅପରାହ୍ନ ୪ଟାରେ ନଦୀର ଜଳସ୍ତର ଆଖୁଆପଦାରେ ବିପଦ ସଂକେତ ୧୮.୩୩ ମିଟର ଅତିକ୍ରମ କରି ନଦୀର ଜଳସ୍ତର ଘଣ୍ଟାପ୍ରତି ୫ମି ବେଗରେ ବୃଦ୍ଧି ପାଇଛି। ଏହା ମଧ୍ୟରେ ନଦୀ ଉପର ମୁଣ୍ଡରେ ଅଧିକ ବର୍ଷା ହୋଇଛି। ରାତି ସୁଦ୍ଧା ୧୮.୪୩ ମିଟରରେ ନଦୀର ଜଳ ପ୍ରବାହିତ ଦେଉଛି। ଏହାଫଳରେ ମଧ୍ୟମ ଧରଣର ବନ୍ୟା ହେବ ଓ ବନ୍ୟାଜଳ ସର୍ବାଧିକ ୧୮.୯୦ ମିଟର ହୋଇପାରେ ବୋଲି ଆଖୁଆପଦା ଜଳସମ୍ପଦ କାର୍ଯ୍ୟଳୟ ନିୟନ୍ତ୍ରଣ କକ୍ଷ ପକ୍ଷରୁ ସୂଚନା ଦିଆଯାଇଛି। ତଳିଆ ଅଞ୍ଚଳ ବର୍ଷା ଜଳପୂର୍ଣ୍ଣ ହୋଇଥିବାରୁ ଚାଷକାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।
ତେଣେ ଉପରମୁଣ୍ଡରେ ପ୍ରବଳ ଧାମନଗର ବ୍ଲକ ପ୍ରଶାସନ ପକ୍ଷରୁ ବୈତରଣୀ ନଦୀ ଓ କୋଚିଳା, ଗେଙ୍ଗୁଟି ଓ କଣ୍ଡିଆ ନଦୀ ପାର୍ଶ୍ଵରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଧାମନଗର ବ୍ଲକର ଖଡ଼ିପଦା ଓ ଆନନ୍ଦପୁର, ଧୂଷୁରୀ, ଅଞ୍ଚଳରେ ବନ୍ୟା ଜଳ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ବନ୍ୟା ହେଲେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକ୍ରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି।
ଏଣେ ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡରେ ଲଘୁଚାପଜନିତ ଲଗାଣ ବର୍ଷା ଭଳି ପରିସ୍ଥିତି ଲାଗି ରହିଛି। ଗତ ୨୩ ତାରିଖ ପୂର୍ବାହ୍ନ ୮ ଟା ସୁଦ୍ଧା ସେହି ୨୪ ଘଣ୍ଟା ମଧ୍ୟରେ ନଦୀର ଅବବାହିକା ଅଞ୍ଚଳ ଜାମସେଦପୁର ରେ ୧୧୮.୦ ଏମଏମ,ଘାଟଶିଳା ରେ ସର୍ବାଧିକ ୧୫୦.୪ଏମଏମ,ଜାମଶୋଳାଘାଟ ରେ ୪୦.୬ ଏମଏମ,ଫେକଘାଟ ରେ ୧୪.୨ ଏମଏମ ଓ ରାଜଘାଟ ରେ ୩.୦ ଏମଏମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ପୁଣି ଗତକାଲିଠାରୁ ମଧ୍ୟ ବର୍ଷା ବିତ୍ପାତ ଲାଗି ରହିଛି। ଫଳରେ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଗାଲଡିହି ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି।
ଗତକାଲି ଅପରାହ୍ନ ୩ଟାରେ ଗାଲୁଡିହି ଜଳଭଣ୍ଡାରର ଜଳପତ୍ତନ ୯୧.୮୦ ମିଟର ପହଞ୍ଚିବାରୁ ଗାଲୁଡିହି ବ୍ୟାରେଜ କର୍ତ୍ତୃପକ୍ଷ ନଦୀକୁ ୧୩ ଟି ଗେଟ ଖୋଲି ଦେଇଛନ୍ତି। ଏହି ୧୩ ଟି ଗେଟ ଦେଇ ପ୍ରତି ସେକେଣ୍ଡ ରେ ୫୪୨୮.୫୬ କ୍ୟମେକ୍ ଅର୍ଥାତ୍ ୧ ଲକ୍ଷ ୯୦ ହଜାର କ୍ୟୁସେକ ପାଣି ସୁବର୍ଣ୍ଣରେଖା ନଦୀକୁ ନିଷ୍କାସିତ ହେଉଛି। ଝାରଖଣ୍ଡରେ ବର୍ଷା ଯୋଗୁଁ ଆହୁରି ଗେଟ ଖୋଲା ଯାଇପାରେ ବୋଲି ଆଶଙ୍କା କରାଯାଉଛି। ଫଳରେ ନଦୀର ଉପରମୁଣ୍ଡ ଜାମଶୋଳାଘାଟ ଠାରେ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ଅପରାହ୍ନ ୩ ଟାରେ ନଦୀର ଜଳପତ୍ତନ ୫୧.୧୮୦ ମିଟର ରେ ପ୍ରବାହିତ ହେଉଛି। ଜାମଶୋଳାଘାଟ ରେ ନଦୀର ସତର୍କ ସଙ୍କେତ ୪୮.୩୨୦ ମିଟର ଓ ବିପଦ ସଙ୍କେତ ୪୯.୧୬୦ ମିଟର ରହିଛି। ଏହି ଜଳ ନଦୀର ନିମ୍ନ ଅବବାହିକା ରାଜଘାଟଠାରେ ମଧ୍ୟରାତ୍ରୀରୁ ପହଞ୍ଚିବାକୁ ଲାଗିଛି। ଫଳରେ ରାଜଘାଟ ସମେତ ନଦୀର ତଳିଆ ଅଞ୍ଚଳ ଜଳେଶ୍ଵର, ଭୋଗରାଇ, ବସ୍ତା ଓ ବାଲିଆପାଳ ବ୍ଲକର ବିସ୍ତୀର୍ଣ୍ଣ ଅଞ୍ଚଳ ଜଳାର୍ଣ୍ଣବ ହୋଇଗଲାଣି।
ବୈତରଣୀ ନଦୀରେ ଚଳିତ ବର୍ଷ ୨ୟ ଥର ପାଇଁ ବନ୍ୟା ଆସିଛି। ଶନିବାର ଅପରାହ୍ନ ୪ଟାରେ ନଦୀର ଜଳସ୍ତର ଆଖୁଆପଦାରେ ବିପଦ ସଂକେତ ୧୮.୩୩ ମିଟର ଅତିକ୍ରମ କରି ନଦୀର ଜଳସ୍ତର ଘଣ୍ଟାପ୍ରତି ୫ମି ବେଗରେ ବୃଦ୍ଧି ପାଇଛି। ଏହା ମଧ୍ୟରେ ନଦୀ ଉପର ମୁଣ୍ଡରେ ଅଧିକ ବର୍ଷା ହୋଇଛି। ରାତି ସୁଦ୍ଧା ୧୮.୪୩ ମିଟରରେ ନଦୀର ଜଳ ପ୍ରବାହିତ ଦେଉଛି। ଏହାଫଳରେ ମଧ୍ୟମ ଧରଣର ବନ୍ୟା ହେବ ଓ ବନ୍ୟାଜଳ ସର୍ବାଧିକ ୧୮.୯୦ ମିଟର ହୋଇପାରେ ବୋଲି ଆଖୁଆପଦା ଜଳସମ୍ପଦ କାର୍ଯ୍ୟଳୟ ନିୟନ୍ତ୍ରଣ କକ୍ଷ ପକ୍ଷରୁ ସୂଚନା ଦିଆଯାଇଛି। ତଳିଆ ଅଞ୍ଚଳ ବର୍ଷା ଜଳପୂର୍ଣ୍ଣ ହୋଇଥିବାରୁ ଚାଷକାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ତେଣେ ଉପରମୁଣ୍ଡରେ ପ୍ରବଳ ଧାମନଗର ବ୍ଲକ ପ୍ରଶାସନ ପକ୍ଷରୁ ବୈତରଣୀ ନଦୀ ଓ କୋଚିଳା, ଗେଙ୍ଗୁଟି ଓ କଣ୍ଡିଆ ନଦୀ ପାର୍ଶ୍ଵରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଧାମନଗର ବ୍ଲକର ଖଡ଼ିପଦା ଓ ଆନନ୍ଦପୁର, ଧୂଷୁରୀ, ଅଞ୍ଚଳରେ ବନ୍ୟା ଜଳ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ବନ୍ୟା ହେଲେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକ୍ରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି।
ଆଜି ସକାଳ ୮ ଟାରେ ରାଜଘାଟ ଠାରେ ନଦୀର ଜଳପତ୍ତନ ୧୦.୬୨ ମିଟର ରେ ପ୍ରବାହିତ ହେଉଛି। ରାଜଘାଟ ଠାରେ ନଦୀର ସତର୍କ ସଙ୍କେତ ୯.୪୫ ମିଟର ଓ ବିପଦ ସଙ୍କେତ ୧୦.୩୬ ମିଟର ରହିଛି। ସୁବର୍ଣ୍ଣରେଖା ବନ୍ୟା ଦୃଷ୍ଟିରୁ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏଣେ, ହୀରାକୁଦରେ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। କ୍ୟାଚମେଣ୍ଟ ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ଗତକାଲି ସୁଦ୍ଧା ୮ଟି ଗେଟ୍ ଖୋଲିଥିବା ବେଳେ ଆଜି ହୀରାକୁଦ ୪ଟି ଗେଟ୍ ଖୋଲିଥିବା ଜଣାଯାଇଛି। ଏହାଫଳରେ ମୋଟ୍ ୧୨ଟି ଗେଟ୍ ଖୋଲିଛି।