ଭଦ୍ରକ/ଧାମନଗର/ଭଣ୍ଡାରିପୋଖରୀ: ଭଦ୍ରକ ଜିଲ୍ଲାର ବୈତରଣୀ ନଦୀରେ ଚଳିତ ବର୍ଷ ତୃତୀୟ ଥର ପାଇଁ ବନ୍ୟା ଆସିଛି। ଏହି ବନ୍ୟା ବଡ଼ଧରଣର ନହୋଉଥିଲେ ମଧ୍ୟ ଲୋକଙ୍କର ଚାଷଜମି, ପନିପରିବା ଖେତରେ ବନ୍ୟାଜଳ ଲହଡ଼ି ମାରୁଛି। ନଦୀ କୂଳିଆ ଲୋକଙ୍କ ଘରେ ବନ୍ୟାଜଳ ପ୍ରବେଶ କରିଛି। ଗତକାଲି ଠାରୁ ବୈତରଣୀର ବନ୍ୟାଜଳ ବୃଦ୍ଧି ପାଇ ଆଜି  ସନ୍ଦ୍ୟା ସୁଦ୍ଧା ଆଖୁଆପଦା ଠାରେ ଜଳସ୍ତର ୧୮.୮୬ ଉପରେ ପ୍ରବାହିତ ହୋଇଥିଲା।

Advertisment

ନଦୀର ତଳିଆ ଅଞ୍ଚଳ ଧାମନଗର, ଆରଡ଼ି, ପାଧାନି, ଓଲଗ, ଆରଡ଼ି, ବୋଡ଼କ, ହସନାବଦ, ଅର୍ଯୁନପୁର, ଆଦି ପଞ୍ଚାୟତର ପ୍ରାୟ ୫୦ଟି ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଛି।  ୩ଟି ବ୍ଲକର ୫୦ଟି ଗ୍ରାମରେ ବନ୍ୟାଜଳ ପ୍ରବେଶ କରି ଲୋକଙ୍କର ଚାଷ ଜମି ଓ ଘରଦ୍ୱାର, ରାସ୍ତା ଘାଟରେ ପାଣି ରେ ବୁଡି ଯାଇଛି।

ଆଜି ଭଦ୍ରକ ଜିଲ୍ଲାପାଳ ବନ୍ୟା ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବାକୁ ଯାଇ ଆରଡ଼ି , ଓଲଗ୍ ପଞ୍ଚାୟତର ଅନେକ ଗ୍ରାମକୁ ଯାଇ ଲୋକଙ୍କର  ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଆରଡ଼ି, ଓଳଗ, ବୋଡକ  ଅଞ୍ଚଳର ବନ୍ୟା ବିପନ୍ନ ଲୋକଙ୍କୁ ଭେଟି ଛନ୍ତି। ସେମାନଙ୍କୁ କିଭଳି ରାସନ୍ ସାମଗ୍ରୀ ଯୋଗାଇ ଦିଆଯିବ ଦେ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନଦୀ ବନ୍ଦ ବୁଲି ଦେଖିବା ସହ ଜଳ ସମ୍ପଦ ବିଭାଗକୁ ଏହି ନଦୀବନ୍ଧ ଉପରେ ନଜର ରଖିବାକୁ ପରାମର୍ଶ ଦେଉଥିଲେ। 

ସେହିପରି ଧାମନଗର ବ୍ଲକର  ଅର୍ଜୁନପୁର, ପାଧାନୀ, ହସନାବାଦ ପଞ୍ଚାୟତର ଅନଳଡିହ ଗ୍ରାମରେ ବନ୍ୟା ବିପନ୍ନ ଲୋକଙ୍କୁ ପାୱାର ବୋଟ ଯୋଗେ ରାସନ୍ ସାମଗ୍ରୀ ବଣ୍ଟନ କରାଯାଇଛି। ଏହି ପଞ୍ଚାୟତର ଗୋପବନ୍ଧୁ ନଗର ଗ୍ରାମରେ ଲୋକେ ଘରୁ ବାହାରି ପାରୁ  ନାହନ୍ତି।  ଲୋକଙ୍କ ଘରେ ବନ୍ୟା  ପାଣି ପଶିଛି। ରାସ୍ତା ବୁଡିଛି। ଆଣ୍ଠୁଏ ପାଣି ରେ ପସି  ଲୋକେ  ରାସ୍ତାରେ  ଯାଉଛନ୍ତି। ଏହି ଅଞ୍ଚଳରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ସବୁ ବନ୍ଦ ରହିଛି।  ସେହିପରି ଭଣ୍ଡାରି ପୋଖରୀ ବ୍ଲକର ବହୁ ଗ୍ରାମ ଏବେ ପାଣି ଘେରରେ ରହିଛି।

Bhadrak