ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତି ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ସେ କହିଛନ୍ତି, ବୈତରଣୀ ଓ ଜଳକା ବେସିନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ସୁବର୍ଣ୍ଣରେଖା ବେସିନରେ ୯୩.୯୯ ଏମଏମ୍, ଉପର ମହାନଦୀରେ ୩୫ ଏମଏମ୍ ବର୍ଷା ହୋଇଛି। ମୟୂରଭଞ୍ଜ ଜିଲ୍ଲାର ୧୩ ବ୍ଲକରେ ୧୦୦ ଏମଏମ୍ ବର୍ଷା ହୋଇଛି. ଗାଲଡ଼ିହି ଗେଟ ଖୋଲାଯାଇଛି। ଏଥିପାଇଁ ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆସିବ। ଆସନ୍ତାକାଲି ଦିନ ୧୦ଟାରେ ୧୧.୭ ମିଟର ଦେଇ ରାଜଘାଟ ଦେଇ ପାସ କରିବ. ସବିଶେଷ ସୂଚନା ଜଳ ସମ୍ପଦ ବିଭାଗ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ଦିଆଯାଇଛି।

Advertisment

ବୁଢାବଳଙ୍ଗକୁ ବି ବିପଦ ଅଛି। ଏଠି ବି ବନ୍ୟା ହେବ। ଜଳକା ବିପଦ ସଂକେତ ଉପରେ ଅଛି। ବନ୍ୟା ହେବ ଓ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ। ବୈତରଣୀ ବେସିନ ଆଖୁଆପଦାରେ ବିପଦ ସଂକେତ ଉପରେ ଅଛି। ଏଠି ବି ବନ୍ୟା ହେଲାଣି। ଯାଜପୁରଭଦ୍ରକ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ଏଠି ବନ୍ୟା ୪୦ ମିଟର ଉପରକୁ ଯିବ।

ଯାହା ଚାନ୍ଦବାଲି, ଧାମନଗର ଓ ଯାଜପୁର, ଦଶରଥପୁରକୁ ପ୍ରଭାବିତ କରିବ। ବ୍ରାହ୍ମଣୀରେ ୩୮ ଏମଏମ୍ ବର୍ଷା ହୋଇଛି। ଏହାର ରେଙ୍ଗାଲି ଡ୍ୟାମରେ ୧୨୧ ଫୁଟ ପାଣି ଅଛି. ଯାହା ବିପଦ ସଂକେତ ତଳେ ଅଛି। ଏଥିପାଇଁ ଅସୁଵିଧା ନାହିଁ। ରେଙ୍ଗାଲିର ତିନୋଟି ଗେଟ ଖୋଲା ଅଛି।ଜେନାପୁରରୁ କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳରେ ସ୍ଥାନାନ୍ତର ପ୍ରକ୍ରିୟା ହେବ। ହୀରାକୁଦରେ ୬୧୦ ଫୁଟ ପାଣି ଅଛି। ୨୦ଟି ଗେଟ ଖୋଲା ଯାଇଛି। ମହାନଦୀ ଅବବାହିକାରେ ବନ୍ୟା ନାହିଁ। ହୀରାକୁଦକୁ ୪.୪୬ ଲକ୍ଷ କ୍ୟୁସେସ୍ ପାଣି ପଶୁଛି ଓ ୩.୩୬ ଲକ୍ଷ କ୍ୟୁସେସ୍ ପାଣି ନିଷ୍କାସିତ ହେଉଛି। ଅବପାତ ଯୋଗୁଁ ଛତିଶଗଡ଼ରେ ବର୍ଷା ହେବ. ଯେଉଁଥିପାଇଁ ହୀରାକୁଦରେ ପାଣି ବଢିବ।

ଚନ୍ଦ୍ରଶେଖର ପାଢ଼ୀ ଆହୁରି କହିଛନ୍ତି, ବୁଢାବଳଙ୍ଗକୁ ବି ବିପଦ ଅଛି। ଏଠି ବି ବନ୍ୟା ହେବ। ଜଳକା ବିପଦ ସଂକେତ ଉପରେ ଅଛି। ବନ୍ୟା ହେବ ଓ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ। ବୈତରଣୀ ବେସିନ ଆଖୁଆପଦାରେ ବିପଦ ସଂକେତ ଉପରେ ଅଛି। ଏଠି ବି ବନ୍ୟା ହେଲାଣି। ଯାଜପୁର ଓ ଭଦ୍ରକ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ଏଠି ବନ୍ୟା ୪୦ ମିଟର ଉପରକୁ ଯିବ. ଯାହା ଚାନ୍ଦବାଲି, ଧାମନଗର ଓ ଯାଜପୁର, ଦଶରଥପୁରକୁ ପ୍ରଭାବିତ କରିବ। ବ୍ରାହ୍ମଣୀରେ ୩୮ ଏମଏମ୍ ବର୍ଷା ହୋଇଛି। ଏହାର ରେଙ୍ଗାଲି ଡ୍ୟାମରେ ୧୨୧ ଫୁଟ ପାଣି ଅଛି. ଯାହା ବିପଦ ସଂକେତ ତଳେ ଅଛି। ଏଥିପାଇଁ ଅସୁଵିଧା ନାହିଁ। ରେଙ୍ଗାଲିର ତିନୋଟି ଗେଟ ଖୋଲା ଅଛି।ଜେନାପୁରରୁ କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳରେ ସ୍ଥାନାନ୍ତର ପ୍ରକ୍ରିୟା ହେବ। ହୀରାକୁଦରେ ୬୧୦ ଫୁଟ ପାଣି ଅଛି। ୨୦ଟି ଗେଟ ଖୋଲା ଯାଇଛି। ମହାନଦୀ ଅବବାହିକାରେ ବନ୍ୟା ନାହିଁ। ହୀରାକୁଦକୁ ୪.୪୬ ଲକ୍ଷ କ୍ୟୁସେସ୍ ପାଣି ପଶୁଛି ଓ ୩.୩୬ ଲକ୍ଷ କ୍ୟୁସେସ୍ ପାଣି ନିଷ୍କାସିତ ହେଉଛି। ଅବପାତ ଯୋଗୁଁ ଛତିଶଗଡ଼ରେ ବର୍ଷା ହେବ. ଯେଉଁଥି ପାଇଁ ହୀରାକୁଦରେ ପାଣି ବଢିବ।