ରାଇରଙ୍ଗପୁର/ତିରିଂ: ମୟୂରଭଂଜ ଜିଲ୍ଲା ବାମନଘାଟି ଉପଖଣ୍ଡରେ ବିଭିନ୍ନ ସ୍ଥାନରେ ଚାଲିଛି ବିଦେଶୀ ମଦର ଶୁଆ ଛୁଟିଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରୁ ଚଢ଼ାଉ ଜାରି ରଖିଛି। ଅବକାରୀ ଅଧିକ୍ଷକ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପଅଧିକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ ବିନୟ ପ୍ରକାଶ ତୀର୍କୀ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ତିରିଂ ଥାନା ଅନ୍ତର୍ଗତ ଇନ୍ଦଖୁଳି ଗ୍ରାମରେ ଚଢ଼ଉ କରାଯାଇଥିଲା। 

Advertisment

ଚଢ଼ଉ ସମୟରେ ୫୨.୫୦୦ ଲିଟର ନକଲି ବିଦେଶୀ ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ପଶ୍ଚିମ ସିଙ୍ଗଭୁମ ଜିଲ୍ଲା ମଞ୍ଜରୀ ଥାନା ଅନ୍ତର୍ଗତ ରୋଲାଡ଼ି ଗ୍ରାମର ସଞ୍ଜୟ କୁମାର ବାରିଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। 

 

ଉକ୍ତ ଚଢ଼ଉରେ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ, କନେଷ୍ଟବଳ ବିପ୍ଳବ କୁମାର ମଲ୍ଲିକ, ଦିଲ୍ଲୀପ ଜେନା, ତମନ ପରିଡ଼ା, ବୁଦ୍ଧଦେବ ମହନ୍ତ, ସୁରେନ୍ଦ୍ର ସୋରେନ, ଫୁଲମଣୀ ହାଁସଦା ପ୍ରଭୃତି ସାମିଲ ଥିଲେ। ଏନେଇ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ କେସ ନଂ: ୦୭/୨୦୨୫-୨୬ ମୂଳେ ମାମଲା ରୁଜ୍ଜୁ କରାଯାଇଛି l

Mayurbhanj | Wine