ମାଲକାନଗିରି: ମାଲକାନଗିରିକୁ ଦଣ୍ଡକାରଣ୍ୟ ବୋଲି ମଧ୍ୟ କୁହାଯାଏ। କାରଣ ଏହି ଦଣ୍ଡକାରଣ୍ୟରେ ପ୍ରଭୁ ଶ୍ରୀରାମାଙ୍କର ପାଦ ପଡିଥିବା କୁହାଯାଏ। ପ୍ରଭୁ ଶ୍ରୀ ରାମ ବନବାସ ଯିବା ସମୟରେ ତାଂକ ସାଥିରେ ତାଂକ ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣ ମଧ୍ୟ ଏଠାକୁ କିଛି ସମୟ ପାଇଁ ରହିଥିଲେ। ଖଇରପୁଟ ବ୍ଲକର ସମୁଦ୍ର ପତନ ଠାରୁ ୫ ହଜାର ଫୁଟ ଉପରେ ରହିଥିବା ବଣ୍ଡା ଘାଟିକୁ ମଧ୍ୟ ପ୍ରଭୁ ଶ୍ରୀରାମଙ୍କର ପାଦ ପଡିଥିଲା। ଏଠାରେ ସୀତା ସ୍ନାନ କରିଥିଲେ। ଯେଉଁ କୁଣ୍ଡରେ ସୀତା ସ୍ନାନ କରିଥିଲେ ତାକୁ ଏବେ ସୀତାକୁଣ୍ଡ ନାମରେ ନାମିତ କରାଯାଇ ପୂଜାର୍ଚ୍ଚନା କରାଯାଉଛି।

Advertisment

ବଣ୍ଡା ଘାଟିରେ ପ୍ରଭୁ ଶ୍ରୀରାମଙ୍କର ପାଦ ପଡିଥିଲା। ଏଠାରେ ସୀତା ସ୍ନାନ କରିଥିଲେ। ଯେଉଁ କୁଣ୍ଡରେ ସୀତା ସ୍ନାନ କରିଥିଲେ ତାକୁ ଏବେ ସୀତାକୁଣ୍ଡ ନାମରେ ନାମିତ କରାଯାଇ ପୂଜାର୍ଚ୍ଚନା କରାଯାଉଛି।

୨୦୦୨ରୁ ୨୦୨୩ ମଧ୍ୟରେ ବଣ୍ଡାଘାଟିରେ ରହିଥିବା ଘଂଚ ଜଂଗଲ ଏବେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବଣ୍ଡା ପାହାଡ଼ ଏବେ ଲଣ୍ଡା ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବଣ୍ଡାଘାଟିରେ ରହିଥିବା ଜଂଗଲକୁ ଦୁଇ ଭାଗ କରାଯାଇଛି।ଗୋଟିଏ ଭାଗ ମାଥିଲି ବନ ବିଭାଗ ତଦାରଖ କରୁଥିବା ବେଳେ ଅନ୍ୟଟି ବାଲିମେଳା ବନ ବିଭାଗ ତଦାରଖ କରୁଛି। ପ୍ରାୟ ୫୦୦ ହେକ୍ଟରରୁ ଊର୍ଦ୍ଧ୍ବ ଜଂଗଲ ଏବେ ପଦା ହୋଇଯାଇଛି। ଘଂଚ ଜଂଗଲରେ ପରିପୂର୍ଣ୍ଣ ଥିବା ପାହାଡ଼ ଏବେ ଲଣ୍ଡା ହୋଇଯାଇଛି।

publive-image

ଏହି ବଣ୍ଡାଘାଟିରେ ବସବାସ କରୁଥିବା ଆଦିମ ଜନଜାତି ବଣ୍ଡାଙ୍କର ମା‘ ସଦୃଶ୍ୟ ଥିବା ଏହି ଜଂଗଲ। ଏହି ଜଂଗଲ ଏବେ ପଦା ହୋଇଯାଇଥିବାରୁ ବଣ୍ଡା କାହାକୁ ମା‘ ବୋଲି ଡାକିବେ ବୋଲି କୁହାଯାଇଛି। ବଣ୍ଡାଙ୍କର ଜୀବନଜୀବିକା ଏହି ଜଂଗଲରୁ ହିଁ ପୂର୍ଣ୍ଣ ହେଉଥିଲା। ଜଂଗଲରୁ ଜଂଗଲଜାତ ଦ୍ରବ୍ୟ ସଂଗ୍ରହ କରି ଏହି ଜନଜାତି ବଜାରରେ ବିକ୍ରି କରି ନିଜର ଅତ୍ୟାବଶକୀୟ ଜିନିଷ ଖରିଦ କରି ଆଣୁଥିଲେ। ଅର୍ଥାତ ଦେଣନେଣ ପ୍ରକ୍ରିୟାରେ ସେମାନେ ନିଜର ସାମଗ୍ରୀ ଖରିଦ କରୁଥିଲେ। ଜଂଗଲର କନ୍ଦା ଦେଇ ଲୁଣ କିଣିବା, କିମ୍ବା ଜଂଗଲର ଛତୁ, ଝୁଣା, ମହୁ ଦେଇ ଚାଉଳ ଏବଂ ଅନ୍ୟାନ୍ୟ ଜିନିଷ ବଦଳାଇ ଆଣିବା ବଣ୍ଡାଙ୍କର ନିତିଦିନିଆ କାର୍ଯ୍ୟ ଥିଲା। ଟଂକା କଣ ଏମାନେ ଜାଣିନଥିଲେ।

ଏବେ ଆଧୁନିକ ସଭ୍ୟତା ଧୀରେଧୀରେ ବଣ୍ଡାଘାଟିରେ ପହଞ୍ଚିବା ପରେ ବଣ୍ଡା ଏବେ ଗାଁ ମୁହାଁ ହେବା ସହ ଟଂକାର ଚଳପ୍ରଚଳ କଲେଣି। ବଣ୍ଡାଘାଟିର ଜଂଗଲରେ ନାନା ପ୍ରକାର ଜୀବଜନ୍ତୁଙ୍କ ବାସସ୍ଥାନ ଥିଲା।ବାଘ, ଭାଲୁ, ହରିଣ, ସମ୍ବର, କୁଟୁରା ଭଳି ଜୀବଜନ୍ତୁଙ୍କର ସମ୍ଭାର ଥିଲା। କିନ୍ତୁ ଏବେ ଆଉ ଏହି ଜଂଗଲରେ ଜୀବଜନ୍ତୁ ଦେଖିବା ସ୍ବପ୍ନ ପାଲଟିଛି। ଗ୍ରୀଷ୍ଣ ଋତୁରେ ଜଂଗଲରେ ନିଆଁ ଲଗାଇ ଦିଆଯାଉଥିବା ଦେଖିବାକୁ ମିଳେ। ଫଳରେ ବହୁ ମୂଲ୍ୟବାନ ଗଛ ପୋଡି ନଷ୍ଟ ହୋଇଯାଏ।ସକାଳ ହେଲେ ବଣ୍ଡା ମାଣ୍ଡିଆ ଜାଉ ଖାଇ ଜଂଗଲକୁ ଯାଉଥିଲେ। ଏବେ ଜଂଗଲ ପଦା ହେବା ଫଳରେ ସେହି ଜଂଗଲରେ ପୋଡୁ ଚାଷ କରୁଥିବା ଦେଖିବାକୁ ମିଳିଛି। କାଁ ଭାଁ ସ୍ଥାନରେ ହିଁ କିଛି ଜଂଗଲ ବଞ୍ଚି ରହିଛି। ଆଗାମୀ ଦିନରେ ଏହା ରକ୍ଷଣାବେକ୍ଷଣ ନହେଲେ ବଣ୍ଡା ପାହାଡ଼ ସଂପୂର୍ଣ୍ଣ ଲଣ୍ଡା ହେବ ଏଥିରେ ସଂଦେହ ନାହିଁ।