ହିନ୍ଦୋଳ: ଜଙ୍ଗଲ ମାଫିଆଙ୍କ ଗୁଳିରେ ହିନ୍ଦୋଳ ରେଞ୍ଜର ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ପ୍ରହଲ୍ଲାଦ ପ୍ରଧାନ ବୋଲି ଜଣାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ରାତି ୩ଟାରେ ୪ଜଣ ଜଙ୍ଗଲ ମାଫିଆ ଜଙ୍ଗଲ ଭିତରକୁ ପଶିଥିଲେ। ଏସଂପର୍କରେ ସୂଚନା ପାଇ ବନ ବିଭାଗ କର୍ମଚାରୀମାନେ ସେମାନଙ୍କୁ ଧରିବା ଲାଗି ଉଦ୍ୟମ କରୁ୍ଥିବା ବେଳେ ସେମାନଙ୍କ ଭିତରୁ ତିନିଜଣଙ୍କୁ କାବୁ କରିଥିଲେ। ଆଉ ଜଣେ ଫେରାର ହୋଇଯାଇଥିଲେ। ହେଲେ ଜଙ୍ଗଲ ମାଫିଆଙ୍କ ଗୁଳିରେ ହିନ୍ଦୋଳ ରେଞ୍ଜର ପ୍ରହଲ୍ଲାଦ ପ୍ରଧାନ ନାମକ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ତିନିଜଣଙ୍କୁ ହିନ୍ଦୋଳ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁଯାୟୀ, ରାତି ୩ଟାରେ ୪ଜଣ ଜଙ୍ଗଲ ମାଫିଆ ଜଙ୍ଗଲ ଭିତରକୁ ପଶିଥିଲେ। ଏସଂପର୍କରେ ସୂଚନା ପାଇ ବନ ବିଭାଗ କର୍ମଚାରୀମାନେ ସେମାନଙ୍କୁ ଧରିବା ଲାଗି ଉଦ୍ୟମ କରୁ୍ଥିବା ବେଳେ ସେମାନଙ୍କ ଭିତରୁ ତିନିଜଣଙ୍କୁ କାବୁ କରିଥିଲେ। ଆଉ ଜଣେ ଫେରାର ହୋଇଯାଇଥିଲେ। ହେଲେ ଜଙ୍ଗଲ ମାଫିଆଙ୍କ ଗୁଳିରେ ହିନ୍ଦୋଳ ରେଞ୍ଜର ପ୍ରହଲ୍ଲାଦ ପ୍ରଧାନ ନାମକ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ତିନିଜଣଙ୍କୁ ହିନ୍ଦୋଳ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏଣେ ମୃତକଙ୍କୁ ସହିଦର ମାନ୍ୟତା ଦେବା ଲାଗି ଦାବୀ ହେଉଛି।
ପ୍ରକାଶ ଯେ , ଗତକାଲି ରାତିରେ କିଛି ଶିକାରୀ ଜନ୍ତୁ ଶିକାର କରୁଥିବା ଖବର ପାଇ ପରେଷ୍ଟର୍ ପ୍ରହଲ୍ଲାଦ ପ୍ରଧାନ ହିନ୍ଦୋଳ କଇ ଜଙ୍ଗଲ ନିକଟସ୍ଥ ସରାସିଂହ ଗ୍ରାମ ନିକଟକୁ ଯାଇଥିଲେ। ଫରେଷ୍ଟର ୧୩ଜଣ କର୍ମଚାରୀଙ୍କ ସହଯୋଗରେ ଘଟଣା ସ୍ଥଳରେ ଚଢ଼ଉ କରିଥିଲେ। ସେତେବେଳେ ୪ ଜଣ ଶିକାରୀ ଏକ ମସୁରି ଟାଙ୍ଗୀ ଜଙ୍ଗଲରୁ ଜନ୍ତୁ ଶିକାର କରୁଥିବା ମାଂସକୁ ନିଜ ଭିତରେ ବଣ୍ଟନ କରୁଥିଲେ। ବନ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ହଠାତ୍ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଶିକାରୀ ଗୁଳିରେ ଫରେଷ୍ଟର୍ଙ୍କ ପେଟରେ ଗୁଳି ବିଦ୍ଧ ହେବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ହିନ୍ଦୋଳ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ପରିସ୍ଥିତି ଗୁରୁତର ହେବାରୁ ଅନୁଗୋଳ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ଦେଖିବା ପରେ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳ ରୁ ତିନିଜଣଙ୍କୁ ଗିରଫ କରାଯାଇଥିଲା ବେଳେ ଜଣେ ଫେରାର ହୋଇ ଯାଇଥିଲେ। ୩ ଅଭିଯୁକ୍ତ ବର୍ତ୍ତମାନ ପୁଲିସ ହେପାଜତରେ ଅଛନ୍ତି। ଖବର ପାଇ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ପହଞ୍ଚି ଘଟଣା ବିଷୟରେ ତଦନ୍ତ ଆରମ୍ଭ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/05/24/FzanissMZOJcaLgzK8J6.jpg)