ଘୁ.ଉଦୟଗିରି: ସ୍ଥାନୀୟ ବନପାଳ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ୫୬ତମ ବନରକ୍ଷୀ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେର ସମ୍ମାନିତ ଅତିଥି ଭାବେ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟେଲ୍ ଯୋଗଦେଇ ବନରକ୍ଷୀମାନେ ଆନ୍ତରିକତା ସହିତ ନିଜ ଦାୟୀତ୍ୱ ତୁଲାଇ ପାରିଲେ ବିଭାଗର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ ବୋଲି କହିଥିଲେ।
ତାଲିମ୍ ଓ ଉନ୍ନୟନ ବିଭାଗ ମୁଖ୍ୟ ବନ୍ୟ ସଂରକ୍ଷକ କଟକ ବିକାଶ ରଞ୍ଜନ ଦାଶଙ୍କ ଅଧକ୍ଷତାରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ବନ ସଂରକ୍ଷକ ବ୍ରହ୍ମପୁର ସଞ୍ଜୟ କୁମାର ସ୍ୱାଇଁ ଯୋଗଦେଇ ବନରକ୍ଷୀ ମାନେ ପାଇଥିବା ତାଲିମ୍ ର ଅଭିଜ୍ଞତା କର୍ମ କ୍ଷେତ୍ରରେ ସୁବିନିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ପୁର୍ବରୁ ଉପବନ ସଂରକ୍ଷକ ଦିବାକର ବେହେରା ବୀବରଣୀ ପାଠ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସହକାରୀ ବନ ସଂରକ୍ଷକ କାଜଲ୍ ନାୟକ ଉପସ୍ଥିତ ଥିବା ବେଳେ, ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ସହ ମେଡାଲ ପ୍ରଦାନ କରଯାଇଥିଲା। କାର୍ଯ୍ୟକ୍ରମକୁ ବନପାଳ ଶଙ୍କର ପଣ୍ଡା ଓ ବନରକ୍ଷୀ ପ୍ରଭାତ ପଣ୍ଡା ସମେତ କର୍ମଚାରୀ ପରିଚାଳନା କରିବା ସହ ସହଯୋଗ କରିଥିଲେ।ଶତାଧିକ ବନରକ୍ଷୀ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/Ms9w5oeX6IkUJQudpTSY.jpg)