ନୀଳଗିରି: କ୍ଷତାକ୍ତ ମାଙ୍କଡ଼କୁ ଉଦ୍ଧାର କରି ଚିକିତ୍ସା ଯୋଗାଇପାରିଲା ନାହିଁ ବନବିଭାଗ। ମାଙ୍କଡର ମୁତ୍ୟୁ ପରେ ଘଟଣାସ୍ଥଳରେ ପହଞ୍ଚିଲେ ବନ କର୍ମଚାରୀ। ବିଳମ୍ବରେ ପହଞ୍ଚିବାରୁ ବନ କର୍ମଚାରୀଙ୍କୁ ୩ ଘଣ୍ଟା ଗାଁରେ ଅଟକ ରଖିଲେ ଗ୍ରାମବାସୀ। ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଆଜି ଏହି ଘଟଣା ଦେଖିବାକୁ ମିଳିଛି।
ସୂଚନା ମୁତାବକ ନୀଳଗିରି ବିଜ୍ଞାପତି ଅଞ୍ଚଳ ପରିଷଦ (ଏନଏସି)ର ୫ ନଂ ୱାର୍ଡ ପୋଇସାହି ନିକଟ କେନାଲରେ ୫ଟି କୁକୁର ସଙ୍ଘବଦ୍ଧ ଭାବେ ଏକ ମାଙ୍କଡ଼କୁ ଆକ୍ରମଣ କରି କ୍ଷତାକ୍ତ କରିଥଲେ। କିଛି ସ୍ଥାନୀୟ ଲୋକ କୁକୁରକୁ ଘଉଡାଇବା ସହ ମାଙ୍କଡ଼କୁ ଉଦ୍ଧାର କରି ନୀଳଗିରି ବନ ବିଭାଗକୁ ଅବଗତ କରିଥିଲେ। ହେଲେ ବନ ବିଭାଗର କର୍ମଚାରୀମାନେ ୨ ଘଣ୍ଟା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ମାଙ୍କଡଟିର ମୃତ୍ୟୁ ହୋଇ ସାରିଥିଲା।
ବନ ବିଭାଗର ଅବହେଳା ଓ ବିଳମ୍ବ କାରଣରୁ ମାଙ୍କଡର ମୃତ୍ୟୁ ହେଲା ବୋଲି କହିବା ସହ ଗ୍ରାମବାସୀ ଫରେଷ୍ଟରଙ୍କ ସମେତ ୩ ଜଣ ବନ କର୍ମଚାରୀଙ୍କୁ ୩ ଘଣ୍ଟା ପର୍ଯ୍ଯନ୍ତ ଅଟକ ରଖିଥିଲେ।
ସ୍ଥାନୀୟ ଲୋକେ ଗାତ ଖୋଳି ମିଳିତ ଭାବେ ମାଙ୍କଡଟିର ଶବକୁ ପୋତି ଦେଇଥିଲେ। ବୁଝାସୁଝା ପରେ ବନକର୍ମଚାରୀଙ୍କୁ ଛାଡିଥିଲେ ଗ୍ରାମବାସୀ। ଏ ନେଇ ଫରେଷ୍ଟର ରାମଚନ୍ଦ୍ର ଲେଙ୍କାକୁ ପଚାରିବାରୁ କର୍ମଚାରୀ ନଥିଲେ। ସେଥିପାଇଁ ବିଳମ୍ବ ହେଲା ମୁଁ ପ୍ରଥମେ ବାଇକରେ ଆସି ମାଙ୍କଡକୁ ନେବା ପାଇଁ ଚେଷ୍ଟା କରିଥିଲି। ହେଲେ ସମ୍ଭବ ହେଲା ନାହିଁ। ଫଳରେ ଚାରି ଚକିଆ ଗାଡ଼ିକୁ ଡାକିଥିଲୁ ଯାହା ଆସିବାରେ ଟିକେ ବିଳମ୍ବ ହେଲା।ସେତେବେଳକୁ ମାଙ୍କଡଟି ମରିଯାଇଥିଲା।
Balasore
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/25/40f48cb3-4039-4e1e-84e0-6f013bf34cd1-2025-07-25-22-17-22.jpg)