ରାଉରକେଲା: କୁଆଁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ବ୍ରାହ୍ମଣୀ ପାହାଡ଼ ସଂରକ୍ଷିତଜଙ୍ଗଲରେ ନିଆଁ ଲିଭାଉଥିବା ବନ କର୍ମଚାରୀ ସମର ଓରାମ (୪୦) ଜଳି ଯାଇଛନ୍ତି l ନିଆଁ ଦାଉରୁ ରକ୍ଷା ପାଇଯାଇଛନ୍ତି ଅନ୍ୟ ଚାରି କର୍ମଚାରୀ l ସମରଙ୍କ ଦେହର ୭୦ ପ୍ରତିଶତ ଜଳି ଯାଇଛି l ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନା ବର୍ଣ୍ଣ ସେଣ୍ଟରରେ ଭର୍ତ୍ତି କରାଯାଇଛି l
ଆଜି ସକାଳ ପ୍ରାୟ ୯ଟାରେ ବ୍ରାହ୍ମଣୀ ପାହାଡ଼ ସରଂକ୍ଷିତ ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ସମର ଓ ତାର ସହଯୋଗୀ ବିଶ୍ରା ଓରାମ, ବିପିନ ମିଂଜ଼, ଚାମା ଓରମା ନିଆଁ ଲାଗିଥିବା ସ୍ଥାନରେ ପହଞ୍ଚିଥିଲେ l ସମର ମେସିନ ସହାୟତାରେ ନିଆଁ ଲିଭାଉଥିବା ବେଳେ ହଠାତ ପବନ ବହିବାରୁ ନିଆଁ ତାଙ୍କ ଆଡକୁ ବ୍ୟାପି ଯାଇଥିଲା l ମେସିନ ସହ ସେ ଜଳି ଯାଇଥିଲେ l ତାଙ୍କର ଅନ୍ୟ ସହଯୋଗୀ କୌଣସି ଉପାୟରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ l
ମିଳିଥିବା ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୯ଟାରେ ବ୍ରାହ୍ମଣୀ ପାହାଡ଼ ସରଂକ୍ଷିତ ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ସମର ଓ ତାର ସହଯୋଗୀ ବିଶ୍ରା ଓରାମ, ବିପିନ ମିଂଜ଼, ଚାମା ଓରମା ନିଆଁ ଲାଗିଥିବା ସ୍ଥାନରେ ପହଞ୍ଚିଥିଲେ l ସମର ମେସିନ ସହାୟତାରେ ନିଆଁ ଲିଭାଉଥିବା ବେଳେ ହଠାତ ପବନ ବହିବାରୁ ନିଆଁ ତାଙ୍କ ଆଡକୁ ବ୍ୟାପି ଯାଇଥିଲା l ମେସିନ ସହ ସେ ଜଳି ଯାଇଥିଲେ l ତାଙ୍କର ଅନ୍ୟ ସହଯୋଗୀ କୌଣସି ଉପାୟରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ l
fire
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/07/ynfuwUHTmxG1Uvfq6UMh.png)