ଦେଓଗାଁ: କେନ୍ଦୁପତ୍ର ଚୋରାଚାଲାଣ ଅଭିଯୋଗରେ ଫରେଷ୍ଟର ଅରକ୍ଷିତ ଦଳାଇ ନିଲମ୍ବିତ। ତାଙ୍କୁ ନିଲମ୍ବିତ କରିଛନ୍ତି ଟିଟିଲାଗଡ ଡିଏଫ୍‌ଓ।ତେବେ ‘ସମ୍ବାଦ’ରେ ଲଗାତାର ଭାବରେ ଖବର ପ୍ରକାଶ ପାଇବା ପରେ କେନ୍ଦୁପତ୍ରର ବିଭାଗ ପ୍ରାଥମିକ ତଦନ୍ତ କରି ଫରେଷ୍ଟରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେଇଛି। ଏହି ଅଭିଯୋଗ ଆସିବା ଦିନରୁ ଦେଓଗାଁ କେନ୍ଦୁପତ୍ର ରେଞ୍ଜର ଧୁବା ରଣା ଅଫିସ ଆସୁ ନଥିବାରୁ ଚୋରା ଚାଲାଣକୁ ନେଇ ଅଧିକ ସନ୍ଦେହ ଦେଖାଦେଇଛି।
   

Advertisment

ଟିଟିଲାଗଡ ଡିଭିଜନ ନୂଆପାଲି ଫଡିରୁ ଦେଓଗାଁ ରେଞ୍ଜ କୁ ୪୦ ଟି ବସ୍ତା ରେ ୪୮୦ ବଣ୍ଡଲ କେନ୍ଦୁ ପତ୍ର ଏକ ପିକପ ଯୋଗେ  ଗତ ୧୮ ତାରିଖ ରେ ଚାଲାଣ ହେଉଥିବା ବେଳେ ଖବର ପାଇ ରାସ୍ତାରେ ଘେରିଥିଲେ ଗାଁ ଲୋକେ। ତେବେ ୪୦ ଟି ବସ୍ତାରେ ୨୪ ଟି ବସ୍ତାର କାଗଜ ପତ୍ର ଠିକ୍ ଥିବା ବେଳେ ବାକି ୨୬ ବସ୍ତା ର ୩୧୨ ବଣ୍ଡଲ ବେଆଇନ ଭାବେ ବାହାରକୁ ଚାଲାଣ କରିବା ପାଇଁ ଦେଓଗାଁ ରେଞ୍ଜକୁ ନିଆଯାଉଥିବାର ଅଭିଯୋଗ ଆସିଥିଲା। ଏପରି କି   ଗାଡ଼ିର ଟ୍ରାଞ୍ଜିଟ୍ ପାସ୍ କି  କେନ୍ଦୁ ପତ୍ର ବଣ୍ଡଲର ଫର୍ମ ନମ୍ୱର ୬  ନ ଥିଲା ଯାହାକୁ ନେଇ ଅଧିକ ସନ୍ଦେହ ଦେଖା ଦେଇଥିଲା। ଫରେଷ୍ଟର ଓ ରେଞ୍ଜର ମିଶି ବାହାରୁକୁ ଚାଲାଣ କରୁଥିବା ଚିତ୍ର ପଦା କୁ ଆସିଥିଲା। ଏବେ ପ୍ରାଥମିକ ତଦନ୍ତ କରି ଫରେଷ୍ଟରଙ୍କ ଉପରେ କାର୍ଯ୍ୟାନୁଷ୍ଠନ ହେବା ପରେ ବଡ଼ ଅଧିକାରୀ ରେଞ୍ଜରଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ ତାହା ଦେଖିବା ବାକି ରହିଛି।

ସୂଚନା  ଥାଉ କି  ଟିଟିଲାଗଡ ଡିଭିଜନ ନୂଆପାଲି ଫଡିରୁ ଦେଓଗାଁ ରେଞ୍ଜ କୁ ୪୦ ଟି ବସ୍ତା ରେ ୪୮୦ ବଣ୍ଡଲ କେନ୍ଦୁ ପତ୍ର ଏକ ପିକପ ଯୋଗେ  ଗତ ୧୮ ତାରିଖ ରେ ଚାଲାଣ ହେଉଥିବା ବେଳେ ଖବର ପାଇ ରାସ୍ତାରେ ଘେରିଥିଲେ ଗାଁ ଲୋକେ। ତେବେ ୪୦ ଟି ବସ୍ତାରେ ୨୪ ଟି ବସ୍ତାର କାଗଜ ପତ୍ର ଠିକ୍ ଥିବା ବେଳେ ବାକି ୨୬ ବସ୍ତା ର ୩୧୨ ବଣ୍ଡଲ ବେଆଇନ ଭାବେ ବାହାରକୁ ଚାଲାଣ କରିବା ପାଇଁ ଦେଓଗାଁ ରେଞ୍ଜକୁ ନିଆଯାଉଥିବାର ଅଭିଯୋଗ ଆସିଥିଲା। ଏପରି କି   ଗାଡ଼ିର ଟ୍ରାଞ୍ଜିଟ୍ ପାସ୍ କି  କେନ୍ଦୁ ପତ୍ର ବଣ୍ଡଲର ଫର୍ମ ନମ୍ୱର ୬  ନ ଥିଲା ଯାହାକୁ ନେଇ ଅଧିକ ସନ୍ଦେହ ଦେଖା ଦେଇଥିଲା। ଫରେଷ୍ଟର ଓ ରେଞ୍ଜର ମିଶି ବାହାରୁକୁ ଚାଲାଣ କରୁଥିବା ଚିତ୍ର ପଦା କୁ ଆସିଥିଲା। ଏବେ ପ୍ରାଥମିକ ତଦନ୍ତ କରି ଫରେଷ୍ଟରଙ୍କ ଉପରେ କାର୍ଯ୍ୟାନୁଷ୍ଠନ ହେବା ପରେ ବଡ଼ ଅଧିକାରୀ ରେଞ୍ଜରଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ ତାହା ଦେଖିବା ବାକି ରହିଛି।