ନବରଙ୍ଗପୁର: ମାନବିକତା ହେଉଛି ଶ୍ରେଷ୍ଠ ଧର୍ମ। ବିଗତ ତିନିବର୍ଷ ର ନବରଙ୍ଗପୁର ପୌରପାଳିକା ଦ୍ୱାରା ପାଇଥିବା ନିଜର ପ୍ରାପ୍ୟ ଦଶ ହଜାର ଟଙ୍କାକୁ ଜିଲ୍ଲା ରେଡ଼କ୍ରସ ପାଣ୍ଠିକୁ ଦାନ କରିଛନ୍ତି ନବରଙ୍ଗପୁର ପୌରପାଳିକାର ୫ନଂ ୱାର୍ଡର କାଉନସିଲର ଆଇ. ମୁରଲୀ କ୍ରୀଷ୍ଣା। ପୂର୍ବରୁ ବହୁ ସମୟରେ ସ୍ବେଚ୍ଛାକୃତ ରକ୍ତଦାନ, କୋଭିଡ ସମୟରେ ଲୋକଙ୍କୁ ସହଯୋଗର ହାତ ବଢ଼ାଇବା ସହ ଶ୍ମଶାନ ସଫେଇ, ରୋଗୀସେବା ଆଦି ସମାଜସେବା କରି ଆସୁଥିବା କାଉନସିଲର ଏଭଳି ନିଜର ପ୍ରାପ୍ୟ ଟଙ୍କାକୁ ଜିଲ୍ଲା ରେଡକ୍ରସକୁ ଦାନ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ନବରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟରେ ପୌର ଅଧ୍ୟକ୍ଷ କୁନୁ ନାୟକ ଓ ପୌରନିର୍ବାହୀ ଅଧିକାରୀ ସମରେଶ ମହାନ୍ତିଙ୍କୁ ଭେଟି ସେ ପାଇଥିବା ୧୦ହଜାର ଟଙ୍କାର ଚେକକୁ ଜିଲ୍ଲା ରେଡ଼କ୍ରସ ପାଣ୍ଠିକୁ ଦାନ କରିଛନ୍ତିl ତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି।
Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/22/eukmK2CLHuj5i7Ey4zVW.jpg)