ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ପୁଲିସ ଡକାୟତି ଦଳର ୪ ଜଣ ସଦସ୍ୟଙ୍କୁ ଗିରଫ କରିଛି। ଏଥି ସହିତ ପୁଲିସ ଡକାୟତଙ୍କ ପାଖରୁ ନଗଦ ୭୬,୦୦୦ ଟଙ୍କା, ୪ଟି ମୋବାଇଲ, ୨ଟି ବାଇକ, ଚୋରି ମୋବାଇଲ ସେଟ୍ ଏବଂ ଗୋଟିଏ ଅଟୋ ଚାବି ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୋବିନ୍ଦ ଖରା (୪୫), ପଦ୍ମନ ମାଣ୍ଡିଙ୍ଗା (୨୯), ମୁନା ଖସଲା (୨୧) ଓ ସଦାନନ୍ଦ ମହାନନ୍ଦିଆ (୨୦)।
ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ମନୋଜ କୁମାର ବେହେରା କହିଛନ୍ତି, କୋରାପୁଟର ଆଇନଜୀବୀ ଲିଙ୍ଗରାଜ ବେହେରା ଗତ ୪ ତାରିଖ ଦିନ ଏକ କାର୍ ଯୋଗେ ତାଙ୍କ ପୁଅ ଓ ଡ୍ରାଇଭର ବ୍ରହ୍ମପୁର କଲେଜରେ ଜଏନ କରିବାକୁ ଯାଉଥିଲେ। ଏହି ସମୟରେ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ପାଣ୍ଡକା ପଦର ଛକ ପାଖରେ ଗାଡ଼ି ରଖି ପରିସ୍ରା କରୁଥିଲେ। ଏହାର ସୁଯୋଗ ନେଇ ୧୩ରୁ ଊର୍ଦ୍ଧ୍ବ ଡକାୟତ ଆସି ଆଇନଜୀବୀଙ୍କ ପାଖରୁ ଏକ ଲକ୍ଷ ଟଙ୍କା ସହ ସୁନା ଚେନ ଓ ଗୋଟିଏ ମୋବାଇଲ ଛଡାଇ ନେଇଥିଲେI ଆଇନଜୀବୀ ଶ୍ରୀ ବେହେରା ଏନେଇ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ କରିଥିଲେ।
କୋରାପୁଟର ଆଇନଜୀବୀ ଲିଙ୍ଗରାଜ ବେହେରା ଗତ ୪ ତାରିଖ ଦିନ ଏକ କାର୍ ଯୋଗେ ତାଙ୍କ ପୁଅ ଓ ଡ୍ରାଇଭର ବ୍ରହ୍ମପୁର କଲେଜରେ ଜଏନ କରିବାକୁ ଯାଉଥିଲେ। ଏହି ସମୟରେ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ପାଣ୍ଡକା ପଦର ଛକ ସେ ଲୁଟ୍ର ଶିକାର ହୋଇଥିଲେ।
/filters:format(webp)/sambad/media/media_files/2025/08/07/laxmipur1-2025-08-07-22-55-30.jpg)
ଆଇନଜୀବୀଙ୍କ ଏତଲା କ୍ରମେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଛାନ୍ଭିନ୍ ଜାରି ରଖିଥିଲା। ପରେ ସେମାନଙ୍କ ମଧ୍ୟରୁ ପୋଲିସ ଚାରିଜଣଙ୍କୁ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଏସ୍ଆଇ ମାନସ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।
Koraput | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/07/laxmipur-2025-08-07-22-53-02.jpg)