ରାୟଗଡ଼ା: ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ପୋଖରୀ ଖୋଳା ନାମରେ ସରକାରୀ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଜଳଛାୟା ମିସନ ଓ ମୃତ୍ତିକା ସଂରକ୍ଷଣ ବିଭାଗର ୪ ଜଣ ସରକାରୀ କର୍ମଚାରୀଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ କରିଥିବା ଜଣାପଡ଼ିଛି। କାଶୀପୁର ବ୍ଲକରେ ଏମଜିଏନଆରଇଜିଏସ ଯୋଜନାରେ ପୋଖରୀ ଖନନ ନାଁରେ ଦୁର୍ନୀତି ହୋଇଥିବା ନେଇ ଭିଜିଲାନ୍ସ ରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲା।
କେବଳ କାଗଜପତ୍ରରେ ପୋଖରୀ ଖନନ ଦର୍ଶାଇ କାଶୀପୁର ବ୍ଲକରେ ୨୩ ଗୋଟି ପୋଖରୀ ନାମରେ ୨୦ ଲକ୍ଷ ଟଙ୍କା ହଡ଼ପ ସଂପର୍କରେ ଭିଜିଲାନ୍ସ ତଦନ୍ତରୁ ଜଣାପଡିଥିଲା। ତେଣୁ ଉକ୍ତ ତଦନ୍ତକୁ ଭିତ୍ତି କରି ରାୟଗଡ଼ା ଜିଲ୍ଲା ଜଳଛାୟା ମିସନ ଓ ମୃତ୍ତିକା ସଂରକ୍ଷଣ ବିଭାଗର ୪ ଜଣ କର୍ମଚାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ବେନିୟମ ଭାବେ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଜିଲ୍ଲା ଜଳ ଛାୟା ପ୍ରକଳ୍ପର ଏପିଡି ରାଜେନ୍ଦ୍ର ନାଥ ନାୟକ, ଓଭରସିଅର ଯୋଗେନ୍ଦ୍ର ଖୋସଲା, ଦୀପକ କୁମାର ସାହୁ ଏବଂ ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମୀ ଶ୍ରୀକୁମାର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଭିଜିଲାନ୍ସ ବିଭାଗ କର୍ମଚାରୀ ମାନଙ୍କୁ ଗିରଫ କରି ଅଧିକା ପଚରା ଉଚରା ପାଇଁ ଜୟପୁର ନେଇଥିବା ଜଣାପଡିଛି।
କାଗଜପତ୍ରରେ ପୋଖରୀ ଖନନ ଦର୍ଶାଇ କାଶୀପୁର ବ୍ଲକରେ ୨୩ ଗୋଟି ପୋଖରୀ ନାମରେ ୨୦ ଲକ୍ଷ ଟଙ୍କା ହଡ଼ପ ସଂପର୍କରେ ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଥିଲା। ତେଣୁ ଉକ୍ତ ତଦନ୍ତକୁ ଭିତ୍ତି କରି ରାୟଗଡ଼ା ଜିଲ୍ଲା ଜଳଛାୟା ମିସନ ଓ ମୃତ୍ତିକା ସଂରକ୍ଷଣ ବିଭାଗର ୪ ଜଣ କର୍ମଚାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ।
ଏନେଇ ଭିଜିଲାନ୍ସ କେସ ନଂ ୨୦ ତା ୨୧/୦୫/୨୫ରେ ରେଜିଷ୍ଟ୍ରେସନ ହୋଇଥିବା ବେଳେ ଆଜି ସେମାନଙ୍କୁ ଗିରଫ କରାଯାଇଥିଲା କାଶୀପୁରର ଉପାନ୍ତ ଅଞ୍ଚଳରେ ଏହି ପୋଖରୀ କାମ ହୋଇଥିବାରୁ ପୋଖରୀ ସଂଖ୍ୟା ବଢ଼ିବା ନେଇ ଭିଜିଲାନ୍ସ ବିଭାଗ ସୂଚନା ଦେଇଛି।
Odisha Vigilance | Rayagada | MGNAREGA
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/22/q2wDvjVJWZ2nTvTWmCn2.jpg)