ଜଙ୍କିଆ: ଖୋର୍ଦ୍ଧାଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରିସ୍ଥିତ ସାଈ ସୋନୁ ଅଳଙ୍କାର ଦୋକାନରୁ ଲୁଟ୍ ମାମଲାରେ ଖୋର୍ଦ୍ଧା ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥି ସହିତ ପୁଲିସ ୯୦୦ଗ୍ରାମ ୬୫୦ ସୁନା, ୨୩୬୩ ଗ୍ରାମ ୯୪୦ ରୁପା, ନଗଦ ୯ ଲକ୍ଷ ୪୫ ହଜାର ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି ଓ ଗୋଟିଏ ଭୁଜାଲି ଜବତ କରିଛି।
ସୂଚନାଯୋଗ୍ୟ, ଗତ ମାସ ୨୪ ତାରିଖ ଦିନ ୨ଟା ସମୟରେ ୮ ଜଣ ଲୁଟେରା ଆସି ବନ୍ଧୁକ ଓ ବୋମା ଫୁଟାଇ ୧୧ କିଲୋ ୫୦୦ ଗ୍ରାମ ଓ ୫ କିଲୋ ରୁପା ଅଳଂକାର ପ୍ରାୟେ ସାଢେ଼ ୧୧ କୋଟି ଟଙ୍କାର ସୁନା ଓ ରୁପା ଅଳଂକାର ଲୁଟ୍ କରି ନେବା ସହିତ ନଗଦ ଟଙ୍କା ନେଇଯାଇଥିଲେ। ପୁଲିସ ତ୍ୱରିତ ପଦକ୍ଷେପ ନେଇ ଉକ୍ତ ଦିନ ନୂଆ କରି ଯୋଗଦାନ କରିଥିବା ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ନେତୃତ୍ୱରେ ସମୁଦାୟ ୫ ଟିମ ଗଠନ କରାଯାଇ ବିଭିନ୍ନ ଦିଗକୁ ତର୍ଜମା କରି ଚଢ଼ଉ କରାଯାଇଥିଲା। ଶେଷରେ ପୁଲିସକୁ ସଫଳତା ମିଳିଥିଲେ ବି ଡକାୟତି ସୁନାର ମାତ୍ର ୧୦ ଭାଗ ସୁନା ଅଳଙ୍କାର ମିଳିଥିବା ବେଳେ ୩ ଜଣ ଲୁଟେରା ଓ ଜଣେ କ୍ରେତାକୁ ଗିରଫ କରାଯାଇ ପାରିଛି। ଆହୁରି ୬ ଜଣ ଲୁଚି ବୁଲୁଛନ୍ତି। ସଂପୃକ୍ତ ଫେରାର ଅଭିଯୁକ୍ତମାନଙ୍କୁ ଗିରଫ ଓ ଆଉ ଲୁଟ୍ ସାମଗ୍ରୀକୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉ ଥିବା ଆଜି ଖୋର୍ଦ୍ଧା ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଡିଆଇଜି ସତ୍ୟଜିତ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ବେଣ୍ଟକର ଥାନା ୪୨ ମୌଜାର ଝିଙ୍କିରିଆ ଗ୍ରାମର ବିଶ୍ୱଜିତ୍ ପଟ୍ଟନାୟକ (୨୨) ଓରଫ ଲକି, ପି- ସରୋଜ କୁମାର ପଟ୍ଟନାୟକ ଠାରୁ ୩୧୯ ଗ୍ରାମ ୭୩୦ ମିଲି ସୁନା, ୯୬୮ ଗ୍ରାମ ରୂପା, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଭୁଜାଲି ଓ ନଗଦ ୮ ଲକ୍ଷ ଟଙ୍କା , ନୟାଗଡ ଜିଲ୍ଲା ଶରଣକୁଳ ଥାନା ଗୋଡ଼ିପଡା କଇଁଫୁଲିଆ ଗ୍ରାମର ଅଶୋକ ସେନାପତି (୩୨) ଓରଫ ବୁଲୁ ପି- ସଂସାରୀ ସେନାପତି ଠାରୁ ୨୦୭ ଗ୍ରାମ ୮୬୦ ମିଲି ସୁନା, ୯୪୦ ଗ୍ରାମ ରୂପା ଓ ନଗଦ ଏକ ଲକ୍ଷ ୪୫ ହଜାର ଟଙ୍କା, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଭୀମପଡା ଟାଙ୍ଗିସାହିର ଚନ୍ଦନ ନାୟକ ( ୨୫) ପିତା- କେଶବ ନାୟକ ଠାରୁ ୧୩୪ ଗ୍ରାମ ୬୭୦ ମିଲି ସୁନା, ୫୪୬ ଗ୍ରାମ ରୂପା ଓ ବୋଲଗଡ଼ ସମ୍ପପୁର ଗ୍ରାମର ନବ ସାହୁ ପି- ରବି ସାହୁ ଠାରୁ ୨୩୮ ଗ୍ରାମ ୩୯୦ ମିଲି ସୁନା ଜବତ ହୋଇଛି।
ଦୋକାନ ମାଲିକ ପୁଷ୍ପ ରଞ୍ଜନ ସାହୁଙ୍କ ପତ୍ନୀ ଅରୁନ୍ଧତୀ ସାହୁଙ୍କ ଅଭିଯୋଗ ଅନୁଯାୟୀ ଡକାୟତମାନେ ସମୁଦାୟ ୧୧ କିଲୋ ୫୦୦ ଗ୍ରାମ ସୁନା ଓ ୫ କିଲୋ ରୂପା ଅଳଂକାର ଲୁଟ କରିଥିଲେ, ଯାହାର ଆନୁମାନିକ ମୂଲ୍ୟ ୧୧ କୋଟି ୫୫ ଲକ୍ଷ ଟଙ୍କା ହେବ। ଲୁଟ୍ ଦିନ ରବିବାର ହୋଇଥିବାରୁ ପାଖରେ ସବୁ ବେଳେ ଗହଳି ରହୁଥିବା ଷ୍ଟେଟ ବ୍ୟାଙ୍କ ଛୁଟି ଥିବା ଓ ଅନ୍ୟାନ୍ୟ ସମସ୍ତ ଘଟଣାକୁ ଲକ୍ଷ୍ୟ କରି ଡକାୟତମାନେ ଏହି ଘଟଣାକୁ ଘଟାଇ ସହଜରେ ଖାଇବାକୁ ସଫଳ ହୋଇଥିଲେ। ଘଟଣାସ୍ଥଳକୁ ଖୋର୍ଦ୍ଧାରେ ନୂତନ କରି ଯୋଗଦାନ କରିଥିବା ଏସପି ବିବେକାନନ୍ଦ ଶର୍ମା, ଖୋର୍ଦ୍ଧା ଏସଡିପିଓ ନିହାର ରଞ୍ଜନ ପ୍ରଧାନ, ଜଙ୍କିଆ ଥାନା ଆଇଆଇସି ସୁଶାନ୍ତ କୁମାର ବେହେରା ଓ ଅନ୍ୟାନ୍ୟ ପୁଲିସ ଅଧିକାରୀ ଓ ସାଇଣ୍ଟିଫିକ ଟିମ୍ର ତଦନ୍ତ କରିଥିଲେ।
Crime | Khordha
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/02/jankia-2025-09-02-18-46-01.jpg)