ରାୟଗଡ଼ା: ଜିଲ୍ଳା ସଦର ବ୍ଳକ ଗୁମ୍ମା ଗାଁ ନିକଟରୁ ଏକ ମୋଟର ସାଇକେଲ ଚୋରି ଘଟଣାର ଅଭିଯୋଗକାରୀ ଲାସୁ ବିଡିକା ଚଳିତ ବର୍ଷ ମାର୍ଚ୍ଚ ୨୬ତାରିଖରେ ରାୟଗଡ଼ା ଥାନାରେ ଏତଲା ଦେଇଥିଲେ। ଏହି ଏତଲାକୁ ଆଧାର କରି ରାୟଗଡ଼ା ଥାନା କେସ ନଂ ୧୦୨/୨୫ରେ ଦଫା ୩୦୩(୨)ରେ ମାମଲା ରୁଜୁ କରି ଥାନା ଅଧିକାରୀ ଏହାର ତଦନ୍ତ ଭାର ଏସଏଆଇ ଏସ.ଏନ.ବେହେରାଙ୍କୁ ପ୍ରଦାନ କରିଥିଲେ।
ତଦନ୍ତକାରୀ ପୋଲିସ ଅଧିକାରୀ ଘଟଣାକୁ ତଦନ୍ତ କରି ମାମଲାରେ ସଂପୃକ୍ତ ଥିବା ଅଭିଯୁକ୍ତ ଅରୁଜୁ ପିଡିକା,ସହଦେବ ମାଣ୍ଡାଙ୍ଗି,ବିଜୟ ମାଣ୍ଡିଆ ସାହୁ ଓ ହରେଶ ଖମାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ଚୋରି ଗାଡି ଜବତ କରିବା ସହ କୋର୍ଟ ଚାଲାଣ କରିଥିଲେ।
ଏହି ମାମଲାରେ ମୋଟ ୧୦ଜଣ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରି ଅଭିଯୁକ୍ତଙ୍କୁ ଏସଡିଜେଏମ ଜର୍ଜ ବର୍ଷା ଦାସ ଅଭିଯୁକ୍ତଙ୍କୁ ଦଫା୩୧୮(୨) ୩ବର୍ଷ ଜେଲ, ୩୧୮(୪)୩ବର୍ଷ ସହ ୧୦ହଜାର ଟଙ୍କା, ଦଫା ୩୩୬ (୨)ରେ ୧ବର୍ଷ,ଦଫା ୩୩୬(୩)ରେ ୩ବର୍ଷ ଜଲେ ସହ ୧୦ହଜାର, ଦଫା ୩୪୦(୨)ରେ ୧ବର୍ଷ ସହ ୫ହଜାର,ଦଫା ୩୦୩(୨)ରେ ୩ବର୍ଷ ଜେଲ ସହ ୧୦ହଜାର ଟଙ୍କା ଜୋରିମାନା ଏବଂ ଅନାଦେୟ ହେଲେ ଅଧିକ ୬ମାସ କାରାଦଣ୍ଡ ଶୁଣାଣି କରିଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ସଚ୍ଚିଦାନନ୍ଦ ଖାଡଙ୍ଗା ପରିଚାଳନା କରୁଥିଲେ ।