ବ୍ରହ୍ମପୁର: ବହୁଚର୍ଚ୍ଚିତ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପାଳଝାଢ଼ି ଗ୍ରାମର ବିଜେଡି ନେତା ସୁଦର୍ଶନ ସୁଆର ଓ ସୁଧୀର ପାତ୍ର ହତ୍ୟା ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଉପଯୁକ୍ତ ପ୍ରମାଣ ଆଧାରରେ ବ୍ରହ୍ମପୁର ଏଡିଜେ-୩ ବିବସ୍ବତ ଗୌତମ ୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ବୁଧବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଲେ ସଦର ଥାନା ଅନ୍ତର୍ଗତ କୁକୁ ବୁଡୁ ଦାସ, ଲାଠୀ ଗ୍ରାମର କୁନା ଗୌଡ଼, ଦିଗପହଣ୍ଡି ଥାନା ଅନ୍ତର୍ଗତ ପାଳଝା ଗରଣର ପ୍ରଶାନ୍ତ ଗୌଡ଼ ଓ ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥ ପୁରର ବି. ଦେବରାଜ ରେଡ୍ଡୀ।
ମାମଲାର ବିବରଣୀରୁ ଜଣାଯାଏ ଯେ, ୨୦୨୨ ମସିହାରେ ଦୁଇ ବିଜେଡି ନେତାଙ୍କୁ ପାଳଝା ଗ୍ରାମର ପ୍ରଶାନ୍ତ ଗୌଡ଼ ଓ ତାଙ୍କ ସହଯୋଗୀମାନେ ହତ୍ୟା କରିଥିଲେ। ଏନେଇ ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲାର ତଦନ୍ତ କରି ୮ଜଣଙ୍କୁ ଗିରଫ କରିଥିଲା। ୨୮ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଏଡିଜେ-୩ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ରଜତ କୁମାର ଦାଶ ମାମଲା ପରିଚାଳନା କରିଥିଲେ।
Court judgement | ganjam
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)