ଉଦଳା: ଦୋସ୍ତିରେ ଲାଗିଲା ରକ୍ତଛିଟା। ଘରକୁ ଡ଼ାକିନେଲା ସାଙ୍ଗ, ଆଉ ଵିଲ ହିଡ଼ରେ ବେକକୁ ହାଣି କରିଲା ଲହୁଲୁହାଣ। ହେଲେ ବଞ୍ଚିଗଲା ସାଙ୍ଗ। ଏଭଳି ଘଟଣା ଘଟିଛି ଉଦଳା ଥାନା ରାଢୋ ଗ୍ରାମରେ।
ଗ୍ରାମର ଯତୀନ୍ଦ୍ର ପାତ୍ର ଗତକାଲି ସନ୍ଧ୍ୟା ସମୟରେ ଘର ପାଖରେ ବସିଥିଲେ, ଏହି ସମୟରେ ଗ୍ରାମର ତାଙ୍କର ଜଣେ ସାଙ୍ଗ ଆସି ଯତୀନ୍ଦ୍ରକୁ ଡାକିଥିଲେ। ଯତୀନ୍ଦ୍ର ତାଙ୍କ ସହିତ ଯାଇଥିବା ବେଳେ ଵିଲ ହିଡ଼ ନିକଟରେ ଅଚାନକ ଯତୀନ୍ଦ୍ରଙ୍କ ବେକକୁ ତାଙ୍କ ସାଙ୍ଗ ଧାରୁଆ ଅସ୍ତ୍ରରେ ହାଣିଥିଲା। ହାଣି ବିଲରେ ଫୋପାଡ଼ି ଦେଇଥିଲା। ଏହାପରେ ଗୁରୁତର ଅବସ୍ଥାରେ ଯତୀନ୍ଦ୍ର ଵିଲ ଭିତରେ ପଡ଼ି ସହିତ ଚିତ୍କାର କରିଥିଲେ। ଯାହାକି ପାଟି ଶୁଣି ଅନ୍ୟ ଲୋକ ଘଟଣାସ୍ଥଳରେ ପହଞ୍ଚିବା କାରଣରୁ ଆକ୍ରମଣକାରୀ ସାଙ୍ଗ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।
ଯତୀନ୍ଦ୍ର ପାତ୍ର ଗତକାଲି ସନ୍ଧ୍ୟା ସମୟରେ ଘର ପାଖରେ ବସିଥିଲେ, ଏହି ସମୟରେ ଗ୍ରାମର ତାଙ୍କର ଜଣେ ସାଙ୍ଗ ଆସି ଯତୀନ୍ଦ୍ରକୁ ଡାକିଥିଲେ। ଯତୀନ୍ଦ୍ର ତାଙ୍କ ସହିତ ଯାଇଥିବା ବେଳେ ଵିଲ ହିଡ଼ ନିକଟରେ ଅଚାନକ ଯତୀନ୍ଦ୍ରଙ୍କ ବେକକୁ ତାଙ୍କ ସାଙ୍ଗ ଧାରୁଆ ଅସ୍ତ୍ରରେ ହାଣିଥିଲା। ହାଣି ବିଲରେ ଫୋପାଡ଼ି ଦେଇଥିଲା। ଏହାପରେ ଗୁରୁତର ଅବସ୍ଥାରେ ଯତୀନ୍ଦ୍ର ଵିଲ ଭିତରେ ପଡ଼ି ସହିତ ଚିତ୍କାର କରିଥିଲେ। ଯାହାକି ପାଟି ଶୁଣି ଅନ୍ୟ ଲୋକ ଘଟଣାସ୍ଥଳରେ ପହଞ୍ଚିବା କାରଣରୁ ଆକ୍ରମଣକାରୀ ସାଙ୍ଗ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।
ଅନ୍ୟପଟେ ଗୁରୁତର ଅବସ୍ଥାରେ ଯତୀନ୍ଦ୍ରଙ୍କୁ ଗ୍ରାମର ଯୁବକ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/07/26/new-project-3-2025-07-26-11-16-35.jpg)