ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ସ୍ଥିତ ଵାଚୁ ହଟିଙ୍ଗରେ ଘଟିଛି ଏକ ହତ୍ୟାକାଣ୍ଡ | ନିଜ ଘରେ ଆଶ୍ରୟ ଦେଇ ସାଙ୍ଗକୁ ହତ୍ୟା କରିଛି ସାଙ୍ଗ | ତେବେ ଘଟଣା ଏବେ ବି ରହସ୍ୟ ଘେରରେ | ମୃତକଙ୍କ ନାମ ଭାଗବତ ବେସରା ୨୫) |
ମୃତ ଭାଗବତ ଦୁଇ ସପ୍ତାହ ହେବ ତାଙ୍କ ସ୍ତ୍ରୀ ସହିତ ଝଗଡା ହେବା ପରେ ନିଜ ଘର ଛାଡ଼ି ସାଙ୍ଗ ଦୁର୍ଗା ନାଏକଙ୍କ ଘରେ ରହୁଥିଲେ| ଦୁହିଁଙ୍କ ମଧ୍ୟରେ କଣ ଏମିତି ଘଟଣା ଘଟିଲା ଯେ ସାଙ୍ଗ ବଇରି ସାଜିଲା, ତାହା ସମସ୍ତଙ୍କୁ ଚକିତ କରିଛି | ଗତକାଲି ଦୁର୍ଗା ଭାଗବତଙ୍କୁ ହତ୍ୟା କରି ଫେରାର ହୋଇଯାଇଛି |
ସୂଚନା ଅନୁଯାୟୀ, ମୃତ ଭାଗବତ ଦୁଇ ସପ୍ତାହ ହେବ ତାଙ୍କ ସ୍ତ୍ରୀ ସହିତ ଝଗଡା ହେବା ପରେ ନିଜ ଘର ଛାଡ଼ି ସାଙ୍ଗ ଦୁର୍ଗା ନାଏକଙ୍କ ଘରେ ରହୁଥିଲେ| ଦୁହିଁଙ୍କ ମଧ୍ୟରେ କଣ ଏମିତି ଘଟଣା ଘଟିଲା ଯେ ସାଙ୍ଗ ବଇରି ସାଜିଲା, ତାହା ସମସ୍ତଙ୍କୁ ଚକିତ କରିଛି | ଗତକାଲି ଦୁର୍ଗା ଭାଗବତଙ୍କୁ ହତ୍ୟା କରି ଫେରାର ହୋଇଯାଇଛି | ଘଟଣାସ୍ଥଳରେ ଯୋଡ଼ା ଥାନା ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଯୋଡ଼ାରେ ଚର୍ଚ୍ଚାର ବିଷୟ ହୋଇଛି।