ବାମନାଳ: ପୁରୀଜିଲ୍ଲା ନିମାପଡ଼ା ବାରବାଟି ପଡ଼ିଆ ଠାରେ ରବିବାର ନିମାପଡ଼ା ବିଚାର ବିଭାଗ ଓ ଆଇନଜୀବୀଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଆଇନଜୀବୀ ସଂଘର ବ୍ୟାଟିଙ୍ଗ କରି ୨୦ ଓଭରରେ ୧୧୮ ରନ୍ କରିଥିବାବେଳେ ତାର ଜବାବରେ ନିମାପଡ଼ା କୋର୍ଟ ବିଚାରପତି ବିଭାଗ ଟିମ୍ ୧୬ ଓଭରରେ ୧୨୨ ରନ୍ କରି ବିଜୟୀ ହୋଇଛି।
ଏହି ଅବସରରେ ଅତିରିକ୍ତ ଜିଲ୍ଲା ଜଜ୍ ସୌମେକ୍ ପାତ୍ର,ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସମ୍ପାଦକ ଅମିତ୍ କୁମାର ବାରିକ ଅଂଶ ଗ୍ରହଣ କରିଥିବା ବେଳେ ଅତିଥିଭାବେ ସିଭିଲ ଜଜ୍ ଜୁନିଅର ଡିଭିଜନ ସୌମ୍ୟା ରାଓ, ଜେ ଏମ ଏଫ୍ ସି ସୌରଭ ସାଗର ପ୍ରଧାନ, ସବ-ଜଜ୍ ସଂଘମିତ୍ରା ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/02/16/Ug3dE4W3Keuc6h7MglNk.jpg)