ଘୁ.ଉଦୟଗିରି: ଜନଗହଳିପୂର୍ଣ୍ଣ ସ୍ଥାନ ପଶୁ ଡାକ୍ତରଖାନା ଛକ ଠାରେ ଏକ ହାଇ ଭୋଲ୍ଟେଜ ଡ୍ରାମା ଦେଖିବାକୁ ମିଳିଛି। ଜମିଜମା ମାମଲାରେ ଅତିଷ୍ଠ ହୋଇ ତହସିଲଦାରଙ୍କ ଗାଡ଼ି ଅଟକାଇଥିଲେ ଦୁଇ ଭଉଣୀI ଆଜି ସକାଳ ୧୧ଟାରେ ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ସାହୁ ସରକାରୀ ଗାଡ଼ିରେ ନିଜ ସରକାରୀ ବାସଗୃହରୁ ନିଜ କାର୍ଯ୍ୟାଳୟକୁ ଆସୁଥିବା ବେଳେ ପଶୁ ଡାକ୍ତରଖାନା ଛକ ରାଜରାସ୍ତାରେ ଗାଡ଼ିକୁ ଅଟକାଇ ଥିଲେ ଦୁଇ ଭଉଣୀ କୁନି ସାସମଲ ଏବଂ ଯମୁନା ସାସମଲ। 

Advertisment

ତହସିଲଦାର ଶ୍ରୀ ସାହୁ ନିଜ କ୍ୱାର୍ଟରରୁ ସରକାରୀ ଗାଡ଼ିରେ ବନ୍ଧଚ୍ଛକ ହୋଇ ତହସିଲ କାର୍ଯ୍ୟାଳୟ ଯିବା ବେଳେ ପଶୁ ଡାକ୍ତରଖାନା ଛକର ଦୁଇ ଭଉଣୀ ତାଙ୍କ ଗାଡ଼ି ସମୁଖରେ ଠିଆ ହୋଇ ତହସିଲଦାରଙ୍କ ଗାଡ଼ିକୁ ଆଗକୁ ଯିବାକୁ ବାଟ ଛାଡି ନ ଥିଲେI ବନ୍ଧଛକ ଡ୍ୟୁଟିରେ ଥିବା ଦୁଇ ମହିଳା ଗୃହ ରଖି ଗାଡ଼ି ସମ୍ମୁଖରୁ ଉକ୍ତ ଦୁଇ ମହିଳାଙ୍କୁ ଉଠିବା ପାଇଁ କହିଲେ ସୁଦ୍ଧା ସେଠାରୁ ଘୁଞ୍ଚିବାର ନାଁ ଧରୁନଥିଲେ ପରିସ୍ଥିତି ଏଭଳି ହେଲା ଯେ ଗାଡ଼ି ମୋଟର କିଛି ସମୟ ପାଇଁ ଜାମ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା।

ତହସିଲଦାର ଶ୍ରୀ ସାହୁ ନିଜ କ୍ୱାର୍ଟରରୁ ସରକାରୀ ଗାଡ଼ିରେ ବନ୍ଧଚ୍ଛକ ହୋଇ ତହସିଲ କାର୍ଯ୍ୟାଳୟ ଯିବା ବେଳେ ପଶୁ ଡାକ୍ତରଖାନା ଛକର ଦୁଇ ଭଉଣୀ ତାଙ୍କ ଗାଡ଼ି ସମୁଖରେ ଠିଆ ହୋଇ ତହସିଲଦାରଙ୍କ ଗାଡ଼ିକୁ ଆଗକୁ ଯିବାକୁ ବାଟ ଛାଡି ନ ଥିଲେ।

ଜମିଜମା ମାମଲା ନେଇ ସେମାନେ ବାରମ୍ବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିବା ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ପ୍ରକାରେ ପାଞ୍ଚ ବର୍ଷ ହେଲା ବହୁ ଅଧିକାରୀ ଆସିଥିଲେ ସୁଦ୍ଧା ସେମାନଙ୍କୁ ନ୍ୟାୟ ମିଳିବା ବଦଳରେ ଓଲଟି ତାଙ୍କର ତିଆରି କରିଥିବା ଘରକୁ ତାଲା ପକେଇ ଦେଇଥିବା ଅଭିଯୋଗ ଆଣିଛନ୍ତିI ଫଳରେ ଆଜି ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇ ତହସିଲଦାରଙ୍କ ଗାଡ଼ି ଅଟକେଇ ଦେଇଥିଲେI ଖବର ପାଇ ଘଟଣାସ୍ଥଳରେ ପୁଲିସ ଏସଆଇ ଅନନ୍ତ କୁମାର ପ୍ରଧାନ, ଏଏସଆଇ ବଣ୍ଟି ଦଣ୍ଡିଆ, ଏସଆଇ ରଂଜିତା ବେହେରା ପହଞ୍ଚି ଦୁଇ ମହିଳାଙ୍କୁ ବୁଝା ସୁଝା କରି ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିଥିଲେ।