ଘୁ.ଉଦୟଗିରି: ସରକାରଙ୍କ ଯୋଜନା ମାଳମାଳ। କିନ୍ତୁ କାମ ଦୁର୍ବଳ। ନୂତନ କଲ୍ୟାଣ ମଣ୍ଡପ ନିର୍ମାଣ ପରେ ଟାଉନ ହଲ୍କୁ ପୁରା ଭୁଲିଗଲା ଏନ୍ଏସି। ଯେଉଁ ପ୍ରକଳ୍ପ ଅଛି ତାର ରକ୍ଷଣାବେକ୍ଷଣ କରିବା ପ୍ରତି ଧ୍ୟାନ ନାହିଁ। କିନ୍ତୁ ନୂଆ ଯୋଜନା ପ୍ରସ୍ତୁତ କରି ନୂଆ ପ୍ରକଳ୍ପ କରିବାରେ ବ୍ୟସ୍ତ ଏନ୍ଏସି କତ୍ତୃପକ୍ଷ, ଯାହାର ଜ୍ୱଳନ୍ତ ଉଦାହରଣ ଘୁ.ଉଦୟଗିରି ସହରରେ ଦେଖିବାକୁ ମିଳିଛିl
ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ କନ୍ଧମାଳଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ୮ ନମ୍ବର ୱାର୍ଡରେ ଥିବା ଟାଉନ୍ ହଲ୍ ଧ୍ୱଂସ ହେବାକୁ ବସିଲାଣିl ଏହି ପୁରାତନ ଟାଉନ ହଲର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି। ଉକ୍ତ ଟାଉନ ହଲ ସଭା ସମିତି ସହିତ ଭୋଜିଭାତର ଆୟୋଜନ କରିବାର ନିର୍ଭର ଯୋଗ୍ଯ ସ୍ଥାନ ଥିଲା ଓ ଅଞ୍ଚଳବାସୀ ବେଶ ଉପକୃତ ମଧ୍ୟ ହେଉ ଥିଲେ। ସର୍ବସାଧାରଣଙ୍କ ପାଇଁ ୨୧ ନଭେମ୍ବର ୧୯୯୦ରେ ତତକାଳୀନ ପଯ୍ଯଟନ, କ୍ରୀଡ଼ା ଓ ସଂସ୍କୃତି ବିଭାଗ ଉପମନ୍ତ୍ରୀ ପଦ୍ମନାଭ ବେହେରା ଏହି ଟାଉନ ହଲର ଉଦଘାଟନ କରିଥିଲେ। ଗରିବ ଲୋକଙ୍କ ଠାରୁ ଆରମ୍ଭ କରି ମଧ୍ଯବିତ ଲୋକଟିଏ ଟାଉନ ହଲ ପାଇଁ କମ ପଇସା ଦେଇ ବୁକ କରିପାରୁଥିଲା। ସମସ୍ତଙ୍କ ପାଇଁ ସୁବିଧା ହେବା ସହିତ ଖୁସିରେ ସାଧାରଣ ଲୋକଟିଏ ଭୋଜିଭାତ କରିପାରୁଥିଲା। କିନ୍ତୁ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ଏହାର ଅବସ୍ଥା ଶୋଚନୀୟ ହୋଇ ପଡିଛି।
କାନ୍ଥ ବାଡରେ ଗଛ ଉଠିବା ସହ ଝରକା କବାଟ ପଡୁନି। ଛାତରୁ ପାଣି ଗଳିବା ସହ କାନ୍ଥ ଫାଟିବା ଓ ଭଗ୍ନ ଏବଂ ବିପଦ ସଂକୁଳ ଅବସ୍ଥାରେ ରହିଛି ଏହି ସର୍ବ ପୁରାତନ ଟାଉନ ହଲ। ସରକାରଙ୍କ ଦ୍ୱାରା ନୂଆ କରି ଟାଉନ ହଲ ନିର୍ମାଣ କରିବାର ଯୋଜନା ରହିଥିଲେ ମଧ୍ଯ ଏଥି ପ୍ରତି ବିଭାଗ ଗୁରୁତ୍ୱ ନଦେବା ଫଳରେ ସାଧାରଣ ଲୋକେ ନିରାଶ ହୋଇଛନ୍ତି।
ବର୍ତ୍ତମାନ ବର୍ଷ ବର୍ଷ ହେଲା ନିର୍ମାଣ କିମ୍ବା ମରାମତି ନହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଏହା ସହ ପ୍ରଶାସନର ଅବହେଳା ପାଇଁ ଏହି ଟାଉନ ହଲ ମାଟିରେ ମିଶିବାକୁ ଲାଗିଲାଣିl ଏହି ଟାଉନ ହଲର ମରାମତି ପାଇଁ ସ୍ଥାନୀୟ ସହରବାସୀ ପ୍ରଶାସନ ପାଖରେ ବାରମ୍ବାର ଦାବି କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କାରାଯାଇ ନାହିଁl ଯାହା ପାଇଁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ପାଇଁ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉ ଥିବା କହିଛନ୍ତିl ସହରରେ ଅନ୍ଯ କଲ୍ଯାଣ ମଣ୍ଡପ ରହିଥିଲେ ମଧ୍ଯ ଅତ୍ୟଧିକ ଭଡ଼ା ପାଇଁ ଗରୀବ ସାଧାରଣ ଲୋକଟିଏ ନେବାକୁ ସାହାସ ପାଇନ ଥାଏ। ତେଣୁ ଜନସାଧାରଣଙ୍କ ସ୍ୱାର୍ଥ ଦ୍ରୁଷ୍ଟିରୁ ଏହି ଟାଉନ ହଲକୁ ନୁତନ ଭାବେ ନିର୍ମାଣ କିମ୍ବା ମରାମତି କରାଗଲେ ସାଧାରଣ ଲୋକେ ଉପକୃତ ହୋଇ ପାରିବେ ବୋଲି ଅଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/02/26/FolwYWbTM2B5YWSeRhRk.jpg)