ଘୁ.ଉଦୟଗିରି: ଶୀତର ଲୁଚକାଳି ଭିତରେ ପୁଣି ଥରେ ପାରଦ ଖସିଛି। ଚଳିତ ବର୍ଷ ପୁଣି ଓଡ଼ିଶାର ଦାର୍ଜିଲିଂ କୁହାଯାଉଥିବା ଘୁମୁସର ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି। ପ୍ରବଳ ଶୀତରେ ଥରୁଛି ସାରା ଅଞ୍ଚଳ। ଆଜି ଘୁ.ଉଦୟଗିରି ସହରର ସର୍ବନିମ୍ନ ତାପମାତ୍ରା ୪.୮ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିବା କୃଷି ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଏହି ଖବର ପଢ଼ନ୍ତୁ: ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ, ଆସନ୍ତାକାଲି ନେବେ ଶପଥ
ଗତକାଲି ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରି ରହିଥିଲା। କିଛି ଦିନ ବ୍ୟବଧାନ ପରେ ହଠାତ୍ ଶୀତ ବଢ଼ିଥିବାରୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ଏଣେ ଅତ୍ୟଧିକ କୁହୁଡ଼ି ଯୋଗୁ ସମ୍ମୁଖ ରାସ୍ତା ଦେଖା ଯାଉନାହିଁ। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି।
ଏହି ଖବର ପଢ଼ନ୍ତୁ: ଯାଆଁଳା ସନ୍ତାନକୁ ବିଷ ଦେଇ ନିଜେ ବିଷ ପିଇଲା ମା’
ଗତକାଲି ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରି ରହିଥିଲା। କିଛି ଦିନ ବ୍ୟବଧାନ ପରେ ହଠାତ୍ ଶୀତ ବଢ଼ିଥିବାରୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ଏଣେ ଅତ୍ୟଧିକ କୁହୁଡ଼ି ଯୋଗୁ ସମ୍ମୁଖ ରାସ୍ତା ଦେଖା ଯାଉନାହିଁ। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି। ପ୍ରବଳ ଶୀତ ଯୋଗୁ ଗରିବ ଲୋକମାନେ ନାହିଁ ନ ଥିବା ଅସୁବିଧାରେ ଥିବାବେଳେ ଅନ୍ୟପଟେ ଶୀତର ମଜା ନେବା ପାଇଁ ଘୁ.ଉଦୟଗିରିକୁ ପର୍ଯ୍ୟଟକମାନଙ୍କ ଆଗମନ ବୃଦ୍ଧି ପାଇଛି। କଳିଙ୍ଗା ବନ ଉଦ୍ୟାନ, କାଲିଗାଡୁ ହିଲ୍ଟପ୍, ସିରିକି ପାର୍କ, କଫିବଗିଚା, କଳିଙ୍ଗା ଘାଟି ଦେଖିବାକୁ ପର୍ଯ୍ୟଟକମାନଙ୍କ ଭିଡ଼ ଜମୁଛ।
/sambad/media/media_files/2025/01/02/img20221209154505.jpg)
ଏହି ଖବର ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବଦଳିଲେ
ନୂଆବର୍ଷ ଆରମ୍ଭରୁ ଶୀତର ମାତ୍ରା ବଢ଼ିଚାଲିଛି। ସନ୍ଧ୍ୟା ହେଲେ ବଜାର ରାସ୍ତାଘାଟ ଜନଶୁନ୍ୟ ଦେଖିବାକୁ ମିଳୁଛି। ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଥିବା ବେଳେ କିଛି ଦିନ ବ୍ୟବଧାନରେ ବର୍ଷା ମେଘୁଆ ପାଗ ଯୋଗୁଁ ଶୀତ ଏକ ପ୍ରକାର ଉଭେଇ ଯାଇଥିଲା। ପାଗ ବଦଳିବା ପରେ ପୁଣି ସ୍ଥାନୀୟ ଅଞ୍ଚଳରେ ଶୀତ ପୁଣି ନିଜ ରାଜୁତି ଆରମ୍ଭ କରିଦେଇଛି। ଗରିବ ଅସହାୟ ଲୋକଙ୍କ ଦୁର୍ଦଶା ବଢ଼େଇ ଦେଇଛି ଅସହ୍ୟ ଜାଡ। ବିନା ନିଆଁରେ ରହିବା କଷ୍ଟସାଧ୍ୟ ହୋଇପଡ଼ିଛି।
ଏହି ଖବର ପଢ଼ନ୍ତୁ: ୪ ଭାରତୀୟଙ୍କ ନାମ ତାଲିକାରେ ଯୋଡ଼ି ହେଲା ମନୁଙ୍କ ନାଁ: ପାଇବେ ଖେଳ ରତ୍ନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/02/db033384-b4b4-47ea-abc2-38ad4c388d43.jpg)