ଘୁ. ଉଦୟଗିରି: ପ୍ରବଳ ଶୀତକୁ ଜାଡ଼ରେ କଲବଲ ଘୁ.ଉଦୟଗିରି ଅଞ୍ଚଳବାସୀ। ଦିନକୁ ଦିନ ପାରଦ ତଲମୁଁହା ହେବା ସହ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରି ସ୍ଥାନିତ ହୋଇଥିବା ବେଳେ ପ୍ରବଳ ଥଣ୍ଡାକୁ ଜାଡ଼ ଲୋକଙ୍କୁ କଲବଲ କରୁଛି।
ଏହି ଖବର ପଢ଼ନ୍ତୁ: ଟ୍ରମ୍ପଙ୍କ ଡିନରରେ ଯୋଗଦେଲେ ମୁକେଶ ଅମ୍ବାନି
ଚଳିତ ବର୍ଷ ଶୀତର ଲୁଚକାଳି ଖେଳ ଭିତରେ ହଠାତ ତାପମାତ୍ରା କମି ପ୍ରବଳ ଥଣ୍ଡା ହେବା ସମସ୍ତଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି। ବିଶେଷ କରି ଗରିବ ଅସହାୟ ବୟୋବୃଦ୍ଧଙ୍କ ପାଇଁ ଥଣ୍ଡା ଅସହ୍ୟ ହେବାରେ ଲାଗିଛି। ସଞ୍ଜ ନଇଁଲେ ଥଣ୍ଡାର ପ୍ରକୋପ ବଢିବା ସହ ସହର ବଜାର ଖାଁ ଖାଁ ଲାଗୁଛି। ଲୋକ ଘରେ ରହିବାକୁ ସୁରକ୍ଷିତ ମନେ କରୁଛନ୍ତି। କୁହୁଡି ସାଙ୍ଗକୁ ଥଣ୍ଡା ଆଃ କି ଶୀତ। ପ୍ରବଳ ଥଣ୍ଡା ରେ ବାହାର ଜିଲ୍ଲା, ରାଜ୍ୟ ଏବଂ ବିଦେଶରୁ ପର୍ଯ୍ୟଟକମାନେ ଆସିବା ସହ ଶୀତର ମଜା ନେଉଛନ୍ତି। ବିଭିନ୍ନ ହିଲ ଷ୍ଟେସନକୁ ଯାଇ ସୂର୍ଯ୍ୟ ଉଦୟ ଏବଂ ସୂର୍ଯ୍ୟ ଅସ୍ତର ମଜ୍ଜା ଉଠେଇ ନିଜ ନିଜ ମୋବାଇଲରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଦୃଶ୍ୟକୁ କଏଦ କରି ରଖୁଥିବା ଦେଖୁବାକୁ ମିଳୁଛି।
ଏହି ଖବର ପଢ଼ନ୍ତୁ: ଠକ ଦଂପତି ହଂସିତା ଓ ଅନୀଲଙ୍କୁ ନେଇ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ
/sambad/media/media_files/2025/01/19/img20211225160217.jpg)
ଗରିବ ଅସହାୟ ବୟୋବୃଦ୍ଧଙ୍କ ପାଇଁ ଥଣ୍ଡା ଅସହ୍ୟ ହେବାରେ ଲାଗିଛି। ସଞ୍ଜ ନଇଁଲେ ଥଣ୍ଡାର ପ୍ରକୋପ ବଢିବା ସହ ସହର ବଜାର ଖାଁ ଖାଁ ଲାଗୁଛି। ଲୋକ ଘରେ ରହିବାକୁ ସୁରକ୍ଷିତ ମନେ କରୁଛନ୍ତି। କୁହୁଡି ସାଙ୍ଗକୁ ଥଣ୍ଡା ଆଃ କି ଶୀତ। ପ୍ରବଳ ଥଣ୍ଡା ରେ ବାହାର ଜିଲ୍ଲା, ରାଜ୍ୟ ଏବଂ ବିଦେଶରୁ ପର୍ଯ୍ୟଟକମାନେ ଆସିବା ସହ ଶୀତର ମଜା ନେଉଛନ୍ତି।
ଏହି ଖବର ପଢ଼ନ୍ତୁ: ପରଲୋକରେ ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର୍ ଡାକ୍ତର ଗୋପାଳ କର
ସନ୍ଧ୍ୟା ହେଲେ ସହରର ବିଭିନ୍ନ ଛକରେ ନିଆଁ ଜାଳି ଲୋକ ବସିରହୁଥିବା ବେଳେ ଭୋରରୁ ମଧ୍ୟ ବିଭିନ୍ନ ଚା ଦୋକାନରେ ନିଆଁ ଜାଳି ସେଠାରେ ବସି ଚା ପିଇ ଖଟି କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ପ୍ରବଳ ଥଣ୍ଡା ଯୋଗୁଁ ସକାଳୁ ଏବଂ ସନ୍ଧ୍ୟାରେ ଭ୍ରମଣ ଯାଉଥିବା ଲୋକ ଙ୍କ ସଂଖ୍ୟା କମିଯାଇଛି। ଆଗାମୀ ଦିନରେ ଆହୁରି ତାପମାତ୍ରା କମିବା ନେଇ କୃଷି ବିଜ୍ଞାନ ପରାମର୍ଶ କେନ୍ଦ୍ର ସୂଚନା ଦେଇଛି। ଗତ ଦୁଇଦିନ ହେଲା ସହରର ତାପମାତ୍ରା ୫ଡିଗ୍ରୀ ଥିବା ବେଳେ ଆଜି ପାରଦ ଆହୁରି ତଳକୁ ଖସି ୪.୮ଡିଗ୍ରି ଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/19/ea4ae547-0ad1-4456-9deb-90cfafa101a5.jpg)