ଭୁବନେଶ୍ବର: ଲଘୁଚାପ ଜନିତ ଲଗାଣ ବର୍ଷାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଗଜପତିଜିଲ୍ଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଏଥିରେ ୨ ଜଣ ପ୍ରାଣ ହରାଇଛନ୍ତି । ଗଜପତି ଜିଲ୍ଲା ବସ୍ତ୍ରିଗୁଡ଼ା ପଞ୍ଚାୟତର ତ୍ରିନାଥ ନାୟକ ଓ ମେରିପଲ୍ଲୀ ପଞ୍ଚାୟତର ଲକ୍ଷ୍ମଣ ନାୟକଙ୍କର ମୃତ୍ୟୁ ହୋଇଛି । ଭୂସ୍ଖଳନ ଯୋଗୁଁ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।
/filters:format(webp)/sambad/media/media_files/2025/10/03/tgt-2025-10-03-22-28-14.jpeg)
/filters:format(webp)/sambad/media/media_files/2025/10/03/gajapati-2025-10-03-22-26-23.jpeg)
ଭୂସ୍ଖଳନରେ ଏବେବି ଦୁଇ ବାପ ପୁଅଙ୍କର ପତ୍ତା ମିଳୁନି। ୭୦ ବର୍ଷୀୟ କାର୍ତ୍ତିକ ଶବର ଓ ତାଙ୍କ ପୁଅ ରାଜୀବ ଶବର ଗତକାଲି ଦିନ ପ୍ରାୟ ୨ଟାରୁ ନିଖୋଜ ହୋଇଯାଇଛନ୍ତି । ୩୦ ଘଣ୍ଟା ହେଲାଣି ପୁଲିସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି ଚଳାଇଛନ୍ତି, ହେଲେ କିଛି ଖୋଜ୍ ଖବର ମିଳୁନି । ବ୍ରହ୍ମପୁର ଅଗ୍ନିଶମ ବିଭାଗର ଏକ ଟିମ୍ ସନ୍ଧାନୀ କୁକୁର ସାହାଯ୍ୟରେ ଅନୁସନ୍ଧାନ ଚଳାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀ ବିଭୂତି ଜେନା ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।
/filters:format(webp)/sambad/media/media_files/2025/10/03/557594856_10163873420284684_5371567097090912924_n-2025-10-03-22-27-52.jpg)
/filters:format(webp)/sambad/media/media_files/2025/10/03/557543566_10163873420459684_3726225485521502826_n-2025-10-03-22-27-52.jpg)
ସେପଟେ ଭୂସ୍ଖଳନ ପ୍ରବଣ ଗଜପତି ଜିଲ୍ଲା । ରାଜ୍ୟରେ ଏକମାତ୍ର ଜିଲ୍ଲା ଭାବେ ଗଜପତି ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ ହୋଇଛି । ଗଜପତି ଜିଲ୍ଲାରେ ରହିଛି ୧୨୯ଟି ଭୂସ୍ଖଳନ ପ୍ରବଣ ସ୍ଥାନ । ଭୂସ୍ଖଳନ ହ୍ରାସ ପାଇଁ ବିଭିନ୍ନ ବିଭାଗ, ପାଣିପାଗ ନିର୍ଦ୍ଦେଶାଳୟ, କେରଳର ଅମୃତା ବିଶ୍ବବିଦ୍ୟାଳୟ ମଧ୍ୟରେ ଲଗାତର ସମନ୍ବୟ ବୈଠକ ବସୁଛି । ଅଧିକ ସର୍ଭେ ପାଇଁ ଓସଡମା ଏବଂ ଅମୃତା ବିଶ୍ବବିଦ୍ୟାଳୟ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ।
.@CMO_Odisha@SRC_Odisha@IPR_Odishapic.twitter.com/ernSzyAudS
— Collector Gajapati (@DM_Gajapati) October 3, 2025
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/03/new-project-25-2025-10-03-22-48-28.jpg)