ପୁରୀ: ଅନ୍ତର୍ଜାତୀୟ କୃଷ୍ଣଚେତନା ସଙ୍ଘ (ଇସ୍କନ)ର ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଇସ୍କନ ଗଭର୍ଣ୍ଣିଂ ବଡି କମିସନ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ସ୍ନାନଯାତ୍ରା ଓ ରଥଯାତ୍ରା ଶାସ୍ତ୍ର ଅନୁମୋଦିତ ତିଥିରେ ପାଳିବାକୁ ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ଶାସ୍ତ୍ର ଅନୁମୋଦିତ ତିଥିରେ ସାରା ବିଶ୍ବରେ ପାଳନ ପାଇଁ ପଦକ୍ଷେପ ନେବାକୁ ଇସ୍କନ ଗର୍ଭର୍ଣ୍ଣିଂ ବଡି କମିସନ ଅଧ୍ୟକ୍ଷଙ୍କୁ ପତ୍ର ଲେଖିଛନ୍ତି।
ଚିଠିରେ ଗଜପତି ଉଲ୍ଲେଖ କରିଛନ୍ତି ଯେ, ଦେଶ ବାହାରେ ଇସ୍କନ ପକ୍ଷରୁ ସ୍ନାନଯାତ୍ରା ଓ ରଥଯାତ୍ରା ଶାସ୍ତ୍ର ଅନୁମୋଦିତ ନଥିବା ତିଥିରେ ପାଳନ ହେଉଥିବା ନଜରକୁ ଆସିଅଛି। ଏହା ସଂପୂର୍ଣ୍ଣ ରୂପେ ଶାସ୍ତ୍ର ବିରୋଧୀ କାର୍ଯ୍ୟ। ଅନ୍ୟ ତିଥି କିମ୍ବା ତାରିଖରେ ପାଳନ ପରମ୍ପରାର ଉଲ୍ଲଙ୍ଘନ। ତେଣୁ ଶାସ୍ତ୍ର ସମ୍ମତ ତିଥି ବ୍ୟତୀତ ଅନ୍ୟ ଦିନରେ ଯେପରି ପାଳିତ ନ ହୁଏ ସୁନିଶ୍ଚିତ କରାଯାଉ।
gajapati maharaja | Puri Jagannath temple
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/15/DO9Vlk0nJAFRNJpJY62j.jpg)