ଘୁ.ଉଦୟଗିରି: ଜୁଆ ଖେଳିବା ବେଆଇନ। ତଥାପି ପରମ୍ପରା ନାଁରେ ଗୋଟିଏ ଦିନ ଚାଲୁଛି ଡ଼ାବାଲି ସହ ତାସ ଖେଳ। ପୁଣି ଦିନ ଦ୍ୱିପ୍ରହରରେ ସାହି ଗଳି କ କନ୍ଦି ଏବଂ ମୁଖ୍ୟ ଛକ ମାନଙ୍କରେ। କୁମାର ପୂର୍ଣ୍ଣିମା ଆଳରେ ସ୍ଥାନୀୟ ସହରର ବିଭିନ୍ନ ସାହି, ଗଳିକନ୍ଦିରେ ଓ ଡ଼ାବାଲି ଖେଳ ବା ଗୁଡୁଗୁଡ଼ା ପାଲି ପକେଇ ହଜାର ହଜାର ଟଙ୍କାର ଖେଳ ଚାଲୁଥିବା ଦୃଶ୍ୟ ଦେଖୁବାକୁ ମିଳିଥିଲା।

Advertisment

ହାଟରେ ବଜାର ବସିଲା ଭଳି ଗଳିକନ୍ଦିରେ ଡାବାଲି ଖେଳର ଭିଡ଼ ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଓଡ଼ିଆ ସଂସ୍କୃତି ଏବଂ ପରମ୍ପରା ଅନୁସାରେ କୁମାର ପୂର୍ଣ୍ଣିମାରେ ନୂତନ ପୋଷାକ ପରିଧାନ କରି ନିଜ ନିଜ ଇଷ୍ଟ ଦେବୀଙ୍କୁ ଆରାଧନା କରିବା ପୂର୍ଣ୍ଣ ଚାନ୍ଦକୁ ଦେଖି ଲିଆ ଫିଙ୍ଗିବା ସହ ଗୁରୁଜନମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ନେବା ସହ ସୁସ୍ଵାଦ ଖାଦ୍ୟ ସହ ପିଠା ପଣା ମିଷ୍ଟାର୍ଣ ପ୍ରସ୍ତୁତ କରି ଘରେ ଘରେ ପର୍ଵ ପାଳନ କରାଯାଉଥିବା ବେଳେ ଏହି ଦିନ ବିଭିନ୍ନ ସ୍ଥାନରେ ତାସ ଖେଳ ଡ଼ାବାଲି ଖେଳର ଆସର ରାତିସାରା ଚାଲିଥାଏ।

ଡ଼ାବାଲି ଏବଂ ତାସ ଜୁଆ ଖେଳକୁ ଆଖି ଆଗରେ ରଖି ସ୍ଥାନୀୟ ପୁଲିସ ପକ୍ଷରୁ ବ୍ୟାପକ ପାଟ୍ରୋଲିଂ ବ୍ୟବସ୍ଥା ସହ ଚଢ଼ାଉ କରାଯାଉଥିଲେ ମଧ୍ୟ କିଏ କେମିତି କେଉଁଠି ଲୁଚି ଛପି ଜୁଆ ଖେଳରେ ମତିଥିବା ସୂଚନା ମିଳିଛି।