ଜହ୍ନାପଙ୍କ: ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତ ଜଗତୀ ହାଇସ୍କୁଲ ଖେଳପଡ଼ିଆ ଠାରେ ଚତୁର୍ଥ ଗନ୍ଧରାଡ଼ି ଲୋକ କଳା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛିl ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ, ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ବୌଦ୍ଧ ବିଡ଼ିଓ ଯୁଦ୍ଧିଷ୍ଠିର ମେହେର, ପୂର୍ବତନ ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ମଞ୍ଚାସୀନ ଥିଲେl
ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ଶମ୍ଭୁ ଗିରି ସମସ୍ତଙ୍କୁ ସ୍ବାଗତ ଭାଷଣ ଦେଇଥିଲେ। ପାରମ୍ପରିକ ପୂଜାର୍ଚ୍ଚନା କରାଯାଇ ଶୁଭସ୍ତମ୍ଭ ସ୍ଥାପନ କରା ଯାଇଥିଲା l ଆସନ୍ତା ମେ ୧୧ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଜଗତୀ ହାଇସ୍କୁଲ ଖେଳ ପଡ଼ିଆ ଠାରେ ଚତୁର୍ଥ ଗନ୍ଧରାଡ଼ି ଲୋକକଳା ମହୋତ୍ସବ ଆୟୋଜିତ ହେବ।
Boudh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/01/CDw0IPCN7nzTju0S8uOO.jpg)