ଆଜି ପବିତ୍ର ଗଣେଶ ଚତୁର୍ଥୀ। ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଚାରିଆଡ଼େ ଉତ୍ସାହ ଦେଖାଯାଇଛି। ସ୍କୁଲ, କଲେଜ, କାର୍ଯ୍ୟାଳୟ, ବଜାରରେ ଗଣେଶ ପୂଜାର ଆୟୋଜନ ହେଉଛି। ଅନେକ ସ୍ଥାନରେ ଗଣେଶ ପୂଜାକୁ ‘ଗଣେଶତ୍ସୋବ’ ଭାବେ ପାଳନ କରାଯାଉଛି। ପୂଜାମଣ୍ଡପ ଗୁଡ଼ିକ ଆଲୋକମାଳାରେ ଝଲସୁଛି। ଦେବଗଡ଼, ତାଳଚେର ଓ ଜଟଣୀରେ ଗଣେଶ ପୂଜା ୧୦ ଦିନ ଯାଏ ଜାରି ରହିବ। ଏହି ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।
ହିନ୍ଦୁ ମାସ ଭାଦ୍ରପଦ ଶୁକ୍ଳପକ୍ଷର ବିନାୟକ ଚତୁର୍ଥୀ ତିଥିରୁ ଆରମ୍ଭ ହୋଇ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଗଣେଶ ପୂଜା ଚାଲିବ। ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଗାଁରୁ ସହର ଯାଏ ଉତ୍ସବମୁଖର ହୋଇ ଉଠିଛ। ଗଣେଶ ପୂଜା କେବଳ ମହାରାଷ୍ଟ୍ର କି ମୁମ୍ବାଇ ନୁହେଁ, ବରଂ ସମଗ୍ର ଭାରତରେ ହର୍ଷୋଲ୍ଲାସର ସହିତ ପାଳନ କରାଯାଉଛି।
ଗଣପତି ସ୍ଥାପନ ୨୦୨୫ ଅଗଷ୍ଟ ୨୭ (ବୁଧବାର) କରାଯିବା ଉଚିତ। ଏଥର ଗଣେଶ ମହୋତ୍ସବ ବୁଧବାରରୁ ଆରମ୍ଭ ହେବ ଏବଂ ୨୦୨୫ ସେପ୍ଟେମ୍ବର ୬ରେ ଅନନ୍ତ ଚତୁର୍ଦ୍ଦଶୀ ଦିନ ଶେଷ ହେବ। ଅନନ୍ତ ଚତୁର୍ଦ୍ଦଶୀ ଦିନ ବିସର୍ଜନ ହେବ। ଗଣେଶଙ୍କ ଗଣପତି ସଂସ୍ଥାପନ ଏବଂ ପୂଜା ପାଇଁ ସବୁଠାରୁ ଶୁଭ ଏବଂ ସର୍ବୋତ୍ତମ ସମୟ ଜାଣନ୍ତୁ।
ଗଣେଶ ମୂର୍ତ୍ତି ସ୍ଥାପନ ଏବଂ ପୂଜା ପାଇଁ ଶୁଭ ସମୟ
-ଅମୃତ: ସକାଳ ୭:୩୩ ରୁ ୯:୦୯ ମଧ୍ୟରେ
-ଶୁଭ: ସକାଳ ୧୦:୪୬ ରୁ ୧୨:୨୨ ମଧ୍ୟରେ
-ସନ୍ଧ୍ୟା ପୂଜା ପାଇଁ ଶୁଭ ସମୟ: ୦୬:୪୮ରୁ ୭:୫୫ ମଧ୍ୟରେ
-ରାହୁ କାଳ: ଅପରାହ୍ନ ୧୨:୨୨ ରୁ ୦୧:୫୯ ମଧ୍ୟରେ (ଏହି ସମୟରେ ସଂସ୍ଥାପନ ଏବଂ ପୂଜା କରନ୍ତୁ ନାହିଁ)
ଚଳିତ ବର୍ଷ ଗଣେଶ ପୂଜାରେ ଗ୍ରହଙ୍କ ଚଳନ ଦୃଷ୍ଟିରୁ ସ୍ବତନ୍ତ୍ର ହେବାକୁ ଯାଉଛି ବୋଲି ଜ୍ୟୋତିଷବିତ୍ ମାନେ କହୁଛନ୍ତି। ପ୍ରାୟ ୫୦୦ ବର୍ଷ ପରେ ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଦୁର୍ଲ୍ଲଭ ଯୋଗ ହେବ। ଗଣେଶ ଚତୁର୍ଥୀରେ ଏଥର ସର୍ବାର୍ଥ ସିଦ୍ଧି ଯୋଗ, ରବି ଯୋଗ, ପ୍ରିତି ଯୋଗ, ଇନ୍ଦ୍ର ଯୋଗ, ବ୍ରହ୍ମା ଯୋଗ ହେବାକୁ ଯାଉଛି।
Ganesh Puja
- Aug 27, 2025 10:53 IST
#ଗଛରେ_ଗଜାନନ
ଭୁବନେଶ୍ୱର ଫରେଷ୍ଟ ପାର୍କରେ ଗଛରେ ପୂଜା ପାଉଛନ୍ତି ଗଜାନନ। ପ୍ରକୃତି ସୁରକ୍ଷାର ବାର୍ତ୍ତା ଦେଉଛି ଏହି ପରିବେଶ। - Aug 27, 2025 09:41 IST
ଗଣେଶ ଚତୁର୍ଥୀ ଅବସରରେ ଜୀବେଦୟା ଫାଉଣ୍ଡେସନ ତରଫରୁ ସଚେତନତା କାର୍ଯ୍ୟକ୍ରମ
ଗଣେଶ ହେଉଛନ୍ତି ଆଦ୍ୟ ଦେବ। ଯେଉଁ ଦେବତାଙ୍କର ପୂଜା ହେଉ ନା କାହିଁକି ଆଦ୍ୟରେ ପୂଜା ପାଆନ୍ତି ପ୍ରଭୁ ଶ୍ରୀଗଣେଶ। ଗଣେଶ ଚତୁର୍ଥୀ ଅବସରରେ ଜୀବେଦୟା ଫାଉଣ୍ଡେସନ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଆଜି କଟକ ଏବଂ ଭୁବନେଶ୍ୱର ସହରର ବିଭିନ୍ନ ରାସ୍ତାକଡ଼ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏକ ଛୋଟ ପିଲା (ଗୌରବ ରାଜ ସ୍ୱାଇଁ )ବାଲ ଗଣେଶଙ୍କର ରୂପଧରି, ହାତରେ ପ୍ଲା କାର୍ଡ ଧରି ବୁଲି ବୁଲି ଲୋକଙ୍କୁ ସଚେତନତା ବାର୍ତ୍ତା ବାଣ୍ଟୁଛି। କେଉଁଠି ଗୋମାତାଙ୍କୁ ଖାଇବାକୁ ଦେଉଛନ୍ତି, ତ ଅନ୍ୟ କେଉଁଠି କୁକୁରକୁ ସ୍ନେହ ପ୍ରଦାନ କରୁଛନ୍ତି ଏବଂ ପୁଣି କେଉଁଠି ବୃକ୍ଷରୋପଣ ମଧ୍ୟ କରୁଛନ୍ତି। ଯେପରି ସତରେ କି ଶ୍ରୀ ଗଣେଶଜୀ ପ୍ରଭୁ ସ୍ୱୟଂ ନିଜେ ଧରା ପୃଷ୍ଠ ରେ ଅବତରଣ କରି ଲୋକମାନଙ୍କୁ ଏକ ସୁସ୍ଥ ଏବଂ ସୁନ୍ଦର ପୃଥିବୀ ନିର୍ମାଣ କରନ୍ତୁ ବୋଲି ବାର୍ତ୍ତା ବାଣ୍ଟୁଛନ୍ତି।
Photograph: (Sambad.in) - Aug 27, 2025 08:29 IST
ଶିବଗଣଙ୍କୁ ପରାସ୍ତ କରିଥିଲେ ଗଣେଶ
ଶିବପୁରାଣ ଅନ୍ତର୍ଗତ ରୁଦ୍ରସଂହିତାର ଚତୁର୍ଥ ଭାଗରେ ଅଂଶରେ ବର୍ଣ୍ଣନା କରାଯାଇଛି ଯେ, ସ୍ନାନ କରିବା ପୂର୍ବରୁ ମାତା ପାର୍ବତୀ ନିଜ ଝାଳରୁ ସୃଷ୍ଟି ମଇଳାରୁ ଏକ ଶିଶୁ ସୃଷ୍ଟି କରି ତାଙ୍କୁ ନିଜର ଦ୍ୱାରପାଳ କରିଥିଲେ। ଯେତେବେଳେ ଶିବ ପ୍ରବେଶ କରିବାକୁ ଚାହିଁଲେ, ଶିଶୁଟି ତାଙ୍କୁ ବାଧା ଦେଇଥିଲେ। ଏଥିରେ ଶିବଗଣ ଶିଶୁଟି ସହିତ ଘୋର ଯୁଦ୍ଧ କଲେ। କିନ୍ତୁ ଯୁଦ୍ଧରେ କେହି ତାଙ୍କୁ ପରାସ୍ତ କରିପାରିଲେ ନାହିଁ। ଶେଷରେ ଭଗବାନ ଶଙ୍କର କ୍ରୋଧିତ ହୋଇ ତାଙ୍କ ତ୍ରିଶୂଳରେ ସେହି ଶିଶୁର ମୁଣ୍ଡ କାଟିଦେଲେ। ଏହା ଦ୍ୱାରା ଭଗବାନ ଶିବ କ୍ରୋଧିତ ହେଲେ ଏବଂ ସେ ବିନାଶ କରିବାକୁ ନିଷ୍ପତ୍ତି ନେଲେ।
ଦେବର୍ଷି ନାରଦଙ୍କ ପରାମର୍ଶରେ ଭୟଭୀତ ଦେବତାମାନେ ଜଗଦମ୍ବାଙ୍କୁ ପ୍ରଶଂସା କରି ତାଙ୍କୁ ଶାନ୍ତ କଲେ। ଶିବଙ୍କ ନିର୍ଦ୍ଦେଶରେ, ବିଷ୍ଣୁଜୀ ଉତ୍ତର ଦିଗରେ ପାଇଥିବା ପ୍ରଥମ ଜୀବନ୍ତ ପ୍ରାଣୀ (ହାତୀ)ର ମୁଣ୍ଡ କାଟି ଆଣିଲେ। ମୃତ୍ୟୁଞ୍ଜୟ ରୁଦ୍ର ସେହି ହାତୀର ମୁଣ୍ଡକୁ ଶିଶୁଟିର ଶରୀରରେ ରଖି ତାଙ୍କୁ ପୁନର୍ଜୀବିତ କଲେ। ମାତା ପାର୍ବତୀ ଆନନ୍ଦରେ ଅଭିଭୂତ ହୋଇ ସେହି ହାତୀମୁଖୀ ଶିଶୁଟିକୁ ନିଜ ହୃଦୟରେ ଆଲିଙ୍ଗନ କଲେ ଏବଂ ଦେବତାମାନଙ୍କ ମଧ୍ୟରେ ନେତା ହେବାର ଆଶୀର୍ବାଦ ଦେଲେ। ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ସେହି ଶିଶୁକୁ ସମସ୍ତଙ୍କର ମୁଖ୍ୟ ବୋଲି ଘୋଷଣା କଲେ ଏବଂ ତାଙ୍କୁ ପ୍ରଥମ ପୂଜା ପାଇବା ପାଇଁ ଆଶୀର୍ବାଦ ଦେଲେ।
ଭଗବାନ ଶଙ୍କର ବାଳକକୁ କହିଲେ- ଗିରିଜାନନ୍ଦନ! ତୁମର ନାମ ବାଧା ଦୂର କରିବାରେ ସର୍ବୋତ୍ତମ ହେବ। ତୁମେ ସମସ୍ତଙ୍କ ଦ୍ୱାରା ପୂଜ୍ୟ ହୁଅ ଏବଂ ମୋର ସମସ୍ତ ଗଣର ମୁଖ୍ୟ ହୁଅ। ଗଣେଶ୍ୱର, ଭାଦ୍ରପଦ ମାସର କୃଷ୍ଣ ପକ୍ଷ ଚତୁର୍ଥୀରେ ଚନ୍ଦ୍ର ଉଦିତ ହେବା ସମୟରେ ତୁମେ ଜନ୍ମ ନେଇଥିଲ। ଏହି ତିଥିରେ ଉପବାସ ରଖୁଥିବା ବ୍ୟକ୍ତିଙ୍କ ସମସ୍ତ ବାଧା ନଷ୍ଟ ହୋଇଯିବ ଏବଂ ସେ ସମସ୍ତ ସିଦ୍ଧି ପାଇବ।
- Aug 27, 2025 07:59 IST
ଗଣେଶ ଚତୁର୍ଥୀ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ
- Aug 27, 2025 05:31 IST
ସମାଜରେ ଏକତା ପ୍ରତିଷ୍ଠା କରେ ଗଣେଶ ପୂଜା
ଭାରତୀୟମାନଙ୍କ ପାଇଁ ଗଣେଶ ଚତୁର୍ଥୀ ପର୍ବର ମହତ୍ତ୍ୱ ରହିଛି। ଏହି ପର୍ବ ମହା ଆଡମ୍ବର ସହିତ ପାଳନ କରାଯାଏ। ଲୋକମାନେ ପରସ୍ପରକୁ ଭେଟନ୍ତି, ପରିବାର ଏବଂ ବନ୍ଧୁମାନଙ୍କ ସହିତ ଖୁସି ଉପଭୋଗ କରନ୍ତି ଏବଂ ଭଗବାନ ଗଣେଶଙ୍କୁ ପୂଜା କରନ୍ତି। ଉତ୍ସବ ଶେଷରେ ଗଣେଶ ମୂର୍ତ୍ତିଗୁଡ଼ିକୁ ସାର୍ବଜନୀନ ଜଳାଶୟରେ ବିସର୍ଜନ କରାଯାଏ। ଗଣେଶ ଚତୁର୍ଥୀର ମହତ୍ତ୍ୱ ଧାର୍ମିକ, ସାମାଜିକ ଏବଂ ସାଂସ୍କୃତିକ ବିଶ୍ୱାସ ସହିତ ଜଡିତ। ଏହି ପର୍ବ ଭଗବାନ ଗଣେଶଙ୍କୁ ପୂଜା କରିବାର ସୁଯୋଗ ପ୍ରଦାନ କରେ। ସମସ୍ୟା ଦୂର କରିବାରେ ସାହାଯ୍ୟ କରେ ଏବଂ ସମାଜରେ ଏକତା ଏବଂ ପ୍ରେମର ଭାବନା ପ୍ରତିଷ୍ଠା କରେ।