ରାଜକନିକା: କେନ୍ଦ୍ରାପଡ଼ାଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଓଳାଭର ଅଞ୍ଚଳରେ ଥିବା ଏକ ଘରୋଇ ଇଂରାଜି ମାଧ୍ୟମ ବିଦ୍ୟାଳୟରେ ଦେଉଳତରା ଅଞ୍ଚଳର ଜଣେ ସପ୍ତମ ଶ୍ରେଣୀ ପାଠ ପଢ଼ୁଥିବା ଛାତ୍ରୀଙ୍କୁ ଚାରି ଜଣ ଶିକ୍ଷକ ଦୁଇ ବର୍ଷ ହେବ ଛାତ୍ରୀକୁ ଗଣଦୁଷ୍କର୍ମ କରି ଆସୁଥିଲେl ପରିବାର ଲୋକେ ଜାନୁଆରୀ ମାସରେ ଜାଣିବା ପରେ ସ୍କୁଲକୁ ଛାଡ଼ିନଥିଲେ ଛାତ୍ରୀଙ୍କୁ l ହେଲେ ଜାନୁଆରୀ ମାସ ୧ ୬ ତାରିଖରେ ସ୍କୁଲ ବାର୍ଷିକ ଉତ୍ସବକୁ ଯାଇ ପୀଡ଼ିତାଙ୍କ ମା ଶିକ୍ଷକମାନଙ୍କ ଉପରେ ବର୍ଷିଥିଲେ ଓ ତୁମେ ଶିକ୍ଷକ ନା ରାକ୍ଷସ କହି ଫେରିଥିଲେ l
ସାନ ଭାଇକୁ ମାରିଦେବୁ ବୋଲି ଧମକ ଦେଉଥିଲେ
ଏହାପରେ ପୀଡ଼ିତାଙ୍କ ବାପା ରାଜ୍ୟ ବାହାରେ ଚାକିରି କରୁଥୁବାରୁ ସେ ଘରକୁ ଫେରି ଏ ଘଟଣା ସମ୍ପର୍କରେ ଜାଣିବା ପରେ ୧୮ ତାରିଖରେ cwc ରେ ଅଭିଯୋଗ କରିଥିଲେ l ୧ ୯ ତାରିଖ ଦିନ cwcର କର୍ତ୍ତୃପକ୍ଷ ସ୍କୁଲକୁ ଯାଇ ତଦନ୍ତ କରି ଫେରିଯାଇଥିଲା l ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହେଉଛି ଯେ ଦୀର୍ଘ ଦୁଇ ବର୍ଷ ହେବ ଚାରି ଜଣ ଶିକ୍ଷକ ବିଭିନ୍ନ ସମୟରେ ସାଇନ୍ସ ଲ୍ୟାବକୁ ନେଇ ଦୁଷ୍କର୍ମ କରୁଥିଲେ l ଏହି ବିଷୟରେ ପରିବାରରେ କାହାକୁ କହିଲେ ସେହି ସ୍କୁଲରେ ପାଠ ପଢ଼ୁଥିବା ସାନ ଭାଇକୁ ମାରିଦେବୁ ବୋଲି ଧମକ ଦେଉଥିଲେ l
ପୀଡ଼ିତାଙ୍କ ପରିବାର ଏକ ସଂଗୀନ ଅଭିଯୋଗ କରିଛନ୍ତି ଯେ କେବଳ ତାଙ୍କ ଝିଅ ନୁହେଁ ଆହୁରି ଅନେକ ଛାତ୍ରୀଙ୍କ ସହ ଏହିଭଳି ଘଟଣା ଘଟିଥିବା ପୀଡ଼ିତା କହିଛନ୍ତି l ଏହି ଘଟଣା ପରେ ଆଜି ସକାଳୁ ପୁଲିସ ୩ ଜଣ ଶିକ୍ଷକ ଜଣେ ଶିକ୍ଷୟିତ୍ରୀ ଓ ଜଣେ କର୍ମଚାରୀଙ୍କୁ ଥାନାକୁ ନେଇ ଅଟକ ରଖି ପଚରାଉଚରା କରୁଛି l ପରିବାର ପକ୍ଷରୁ ଥାନାରେ ମଧ୍ୟ ଏତଲା ଦିଆଯାଇଛି l ଏହି ଘଟଣା ଜଣାଯିବା ପରେ ଗୁରୁ-ଶିଷ୍ୟ ପରମ୍ପରାରେ କଳଙ୍କ ଲାଗିଛି l ଏଭଳି ଘଟଣା ଘଟାଇଥିବା ଶିକ୍ଷକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହୋଇଛି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/02/21/untitled-2026-02-21-15-09-19.jpeg)