ଛତ୍ରପୁର/ବ୍ରହ୍ମପୁର/ଆସିକା: ବାହାର ରାଜ୍ୟ ଲିଙ୍କ୍‌ରେ ଗଞ୍ଜାମରେ ଆତଙ୍କ ସୃଷ୍ଟି କରିବାକୁ ଯାଉଥିବା ଏକ ବଡ ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗ୍‌କୁ ଗଞ୍ଜାମ ପୁଲିସ ଧରିବାରେ ସଫଳ ହୋଇଛି। ଏହି ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗ୍ ଗଞ୍ଜାମରେ ଆତଙ୍କ ସୃଷ୍ଟି କରିବା ପୂର୍ବରୁ ପୁଲିସ ଆଭାସ ପାଇ ଅପରାଧୀଙ୍କ ଉଦ୍ୟମକୁ ପଣ୍ଡ କରିଛି ଗଞ୍ଜାମ ପୁଲିସ। ଅପରାଧୀଙ୍କ ଗତିବିଧିକୁ ନେଇ ଗଞ୍ଜାମ ଏସ୍‌ପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇ ବିଭିନ୍ନ ଥାନା ଇଲାକାରେ ଅପରେସନ ଜାରି ରହିଥିଲା। ସ୍ୱତନ୍ତ୍ର ପୁଲିସ ଟିମ୍‌ର ଧରପଗଡରେ ଗଞ୍ଜାମ ପୁଲିସ ଜିଲ୍ଲା ଅଧୀନର ୬ଟି ଥାନା ଇଲାକାରେ ୧୮ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଏବଂ ସେମାନହ୍‌କ ଠାରୁ ୧୭ଟି ବନ୍ଧୁକ ଓ ୬୬ଟି ଜୂବନ୍ତ ଗୁଳି ଜବତ କରାଯାଇଛି।

Advertisment

ଗଞ୍ଜାମ ପୁଲିସର ଶେରଗଡ, ଭଞ୍ଜନଗର, ପୋଲସରା, କୋଟିନଡା, ଆସିକା ଓ ଚମାଖଣ୍ଡି ଥାନା ଅଂଚଳରେ ଏହି ୧୮ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଠାରୁ ଜଗତ ହୋଇଥିବା ବନ୍ଧୁକ ଗୁଡିକ ବିହାର ରାଜ୍ୟ ମୁଙ୍ଗେର ବନ୍ଧୁକ କାରଖାନାରେ ପ୍ରସ୍ତୁତ ହେଉଥିବା ବନ୍ଧୁକ ଭଳି ଅନୁମାନ କରାଯାଉଛି। ବିଶେଷ ଅଭାସରୁ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଦମନ ଲାଗି ଚ୍ୟାଲେଞ୍ଜ୍ ସହ ସପ୍ତାହ ପୂର୍ବରୁ ଗଠନ ହୋଇଥିବା ସ୍ୱତନ୍ତ୍ର୍ ପୁଲିସ ଟିମ୍ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଗ୍ୟାଙ୍ଗ୍‌କୁ ଧରିବାରେ ଶେଷରେ ସଫଳ ହୋଇଛନ୍ତି। ଏହି ଗ୍ୟାଙ୍ଗ୍‌ର ଚେର କେତେଦୂର ଲମ୍ବିଛି ତାହାକୁ ନେଇ ଛାନଭିନ୍ ଲାଗି ରହିଛି। ଏହାସିହତ ଅପରାଧୀଙ୍କ ବାହାର ରାଜ୍ୟ ଲିଙ୍କ୍‌କୁ ନେଇ ଖୋଳତାଡ ଚାଲିଛି। ଏଥିପାଇଁ ରାଜ୍ୟ ବାହାର ଅପରାଧୀ ଗ୍ୟାଙ୍ଗ୍‌ର ଲିଙ୍କ୍ ନେଇ ଆଉ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଛି। ବାହାର ରାଜ୍ୟ ପୁଲିସ ସହାୟତାରେ ତଦନ୍ତ ଜାରି ରଖାଯିବ।

ବର୍ତମାନ ସମୟରେ ଯେଉଁ ଅପରାଧୀଙ୍କୁ ଧରାଯାଇଛି ଏବଂ ସେମାନଙ୍କ ନାଁରେ ପୂର୍ବରୁ ବିଭିନ୍ନ ଅପରାଧ ମାମଲାରେ ଜଡିତ ଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯିବା ଗଞ୍ଜାମ ପୁଲିସ ପାଇଁ ବଡ ସଫଳତା ମିଳିଛି। ଏଥିପାଇଁ ଗଞ୍ଜାମ ଏସ୍‌.ପି.ଙ୍କ ନେତୃତ୍ୱରେ ତାଙ୍କରି ପୁଲିସ ଟିମ୍‌ର ପ୍ରଚେଷ୍ଟା ତଥା ଉଦ୍ୟମ ଲାଗି ଏହା ସମ୍ଭବ ହୋଇପାରିଛି ବୋଲି ଗଞ୍ଜାମ ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଂଚଳ ଆଇଜି ନୀତି ଶେଖର ସୂଚନା ଦେଇଛନ୍ତି। 

publive-image

ଅପରାଧୀଙ୍କୁ ଦମନ ଲାଗି ଗଠନ ହୋଇଥିବା ଏହି ସ୍ୱତନ୍ତ୍ର ଟିମ୍‌ର ଅପରେସନ ଜାରି ରହିବ ଏବଂ ଜିଲ୍ଲାରେ ବିଭିନ୍ନ ଅପରାଧୀ ଗ୍ୟାଙ୍ଗ୍ ଗୁଡିକ ଆତଙ୍କରାଜ୍ ଖେଳାଇବା ପାଇଁ ମୁଣ୍ଡ ଟେକୁଥିବା ବେଳେ ସେମାନଙ୍କୁ ମଧ୍ୟ ଗିରଫ କରିବା ପାଇଁ ରାଜ୍ୟ ବାହାରେ ଗଞ୍ଜାମ ପୁଲିସର ଆଉ ଗୋଟିଏ ସ୍ୱତନ୍ତ୍ର ପୁଲିସ ଟିମ୍ ନଜର ରଖିବ ବୋଲି ଦକ୍ଷିଣାଂଚଳ ଆଇଜି ଶ୍ରୀ ଶେଖର କହିଛନ୍ତି। ଜିଲ୍ଲାରେ ପୁଲିସ ପାଟ୍ରେଲିଂ କଡାକଡି ଚାଲିଛି। ବିଭିନ୍ନ ଥାନା ଅଚଂଳରେ ଥିବା ଦାଗୀ ଅପରାଧୀମାନଙ୍କ ଉପରେ ତୀକ୍ଷଣ ନଜର ରହିଛି। ଅପରାଧୀମାନଙ୍କ ଠାରୁ ଲୋକଙ୍କୁ ସୁରକ୍ଷା ଦେବା ପୁଲିସର ଅହରୋହ ଉଦ୍ୟମ ଜାରି ରଖିଛି ବୋଲି ଆଇଜି କହିଛନ୍ତି।

 

ଏହି ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଏସ୍‌.ପି. ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଏସ୍‌.ପି. ରଞ୍ଜିତ୍ କୁମାର ପୃଷ୍ଟି, ଆସିକା ଏସ୍‌ଡିପିଓ ସନ୍ତୋଷ କୁମାର ଜେନା, ପୁରୁଷୋତମପୁର ଏସ୍‌ଡିପିଓ ଦୀପକ କୁମାର ମିଶ୍ର, ଆସିକା ଥାନା ଅଧିକାରୀ କୁଳମଣୀ ସେଠୀ, ଚମାଖଣ୍ଡି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ପୋଲସରା ଥାନା ଅଧିକାରୀ କୌଶିକ ମାଝୀ, ଶେରଗଡ ଥାନା ଅଧିକାରୀ ବିରେନ୍ଦ୍ର ଶିଆଳ, ଭଞ୍ଜନଗର ଥାନା ଅଧିକାରୀ ଜୀବନ କୁମାର ଜେନା ଓ କୋଟିନଡା ଥାନା ଅଧିକାରୀ ଦାମଦୋର ବିହାରି ପ୍ରମୁଖ ଉପସ୍ଥିତ ଥିଲେ। 

ଗିରଫ ହୋଇଥିବା ୧୮ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରୁ ଶେରଗଡ ଥାନା ଅଚଂଳରେ ଗିରଫ ହୋଇଥିବା ଅପରାଧୀମାନେ ବଡଗଡ ଗ୍ରାମର ରିଂଟୁ ଓରଫ୍ ପ୍ରଶାନ୍ତ କୁମାର ପ୍ରଧାନ, ସଡଙ୍ଗିଆପଲ୍ଲୀ ଗ୍ରାମର ଅଜିତ୍ ଗୌଡ କବିସୂର୍ଯ୍ୟନଗର ଥାନା ଅଧୀନ ସୁନାପଲ୍ଲୀ ଗ୍ରାମର ମଣିଆ ଓରଫ୍ କୁନା ନାହାକ, ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ଗ୍ରାମର ପିଙ୍କୁ ସାହୁ, ସୋରଡା ଥାନା ଅଧୀନ ଏସ୍‌.ଗୁଣ୍ଡୁରିବାଡି ଗ୍ରାମର ସିଲୁ ଓରଫ୍ ସୂର୍ଯ୍ୟ ସୁପ୍ରିୟା ନାୟକ ଓ ଚମାଖଣ୍ଡି ଥାନା ଅଧୀନ ଟାଙ୍ଗଣାପଲ୍ଲୀ ଗ୍ରାମର ଶିଶିର କୁମାର ପଣ୍ଡା।

publive-image

ସେହିପରି ଆସିକା ଥାନା ଅଂଚଳରେ ଗିରଫ ହୋଇଥିବା ଅପରାଧୀମାନେ ତୁମ୍ବଠେଙ୍ଗାପଲ୍ଲୀ ଗ୍ରାମର ଏ.ଶ୍ରୀକାନ୍ତ, ସାମୁଢିଆ ଗ୍ରାମର ଶଙ୍କର ଗୌଡ, ଗାଙ୍ଗପୁର ଥାନା ଅଧୀନ ବଡସଦର ଗ୍ରାମର ପବନା ଓରଫ୍ ଶିବ ଗୌଡ, ଓ ଭଞ୍ଜନଗର ଥାନା ଅଧୀନ କାଇଣ୍ଡି ଗ୍ରାମର ଶିବ ପ୍ରସାଦ ଜେନା। କୋଟିନଡା ଥାନା ଅଚଂଳରେ ଗିରଫ ହୋଇଥିବା ଅପରାଧୀମାନେ ହୁମୁକି ଗ୍ରାମର ଧର୍ମରାଜ୍ ଜେନା, କବିସୂର୍ଯ୍ୟନଗର ଥାନା ଅଚଂଳର କମଲ ଲୋଚନ ଗୌଡ, ପୋଲସରା ଥାନା ଅଚଂଳର ତୋଟାସାହିର ଶଭମ ଭୂୟାଁ, ଭଞ୍ଜନଗର ଥାନା ଅଚଂଳ ଜୁଲୁଣ୍ଡି ଗ୍ରାମର ଜଗନ୍ନାଥ ପ୍ରଧାନ ଓ ପବିତ୍ର ପ୍ରଧାନ। ପୋଲସରା ଥାନା ଅଚଂଳରେ ଗିରଫ ହୋଇଥିବା ଅପରାଧୀ କବିସୂର୍ଯ୍ୟନଗର ଥାନା ଅଚଂଳ ପାଇକ ଜମୁନା ଗ୍ରାମର ରାକେଶ ଦାଶ। ଚମାଖଣ୍ଡି ଥାନା ଅଚଂଳରେ ଗରିଫ ହୋଇଥିବା ନଗରଢିହ ଟାଙ୍ଗଣାପଲ୍ଲୀ ଗ୍ରାମର ବାଳକୃଷ୍ଣ ଶତପଥୀ। ଭଞ୍ଜନଗର ଥାନା ଅଚଂଳରେ ଗିରଫ ହୋଇଥିବା ଅପରାଧୀ ଚାକୁଣ୍ଡାପଲ୍ଲୀ ଗ୍ରାମର କାହ୍ନୁ ଗୌଡ। 

ସେହିପରି ଶେରଗଡ ଥାନା ଅଧୀନରେ ଗିରଫ ହୋଇଥିବା ଅପରାଧୀଙ୍କ ଠାରୁ ୫ଟି ବନ୍ଧୁକ ଏବଂ ୨୨ଟି ଜୀବନ୍ତ ଗୁଳି ଜବତ କରାଯାଇଥିବା ଚମାଖଣ୍ଡି ଥାନା ପକ୍ଷରୁ ଗୋଟିଏ ବନ୍ଧୁକ ୯ଟି ଗୁଳି, ପୋଲସରା ଥାନା ପକ୍ଷରୁ ଗୋଟିଏ ବନ୍ଧୁକ ୬ଟି ଗୁଳି, କୋଟିନଡା ଥାନା ପକ୍ଷରୁ ୪ଟି ବନ୍ଧୁକ ୧୬ଟି ଗୁଳି, ଆସିକା ଥାନା ପକ୍ଷରୁ ୩ଟି ବନ୍ଧୁକ ୧୨ଟି ଗୁଳି ଏବଂ ଭଞ୍ଜନଗର ଥାନା ପକ୍ଷରୁ ଗୋଟିଏ ବନ୍ଧୁକ ଗୋଟିଏ ଜୀବନ୍ତ ଗୁଳି ଜବତ ହୋଇଥିବା ସୂଚନା ଦେଇଛନ୍ତି।

Crime