ସୁବର୍ଣ୍ଣପୁର: ଆଜି ସକାଳେ ସୋନପୁର କଲେଜ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଛତିଶଗଡ଼ର ଜଣେ ଗଞ୍ଜେଇ ଚାଲାଣକାରୀ ବାଇକରେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ବେଳ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି।
ଛତିଶଗଡ଼ର ଜଣେ ଗଞ୍ଜେଇ ଚାଲାଣକାରୀ ବାଇକରେ ଚୋରା ଗଞ୍ଜେଇ ନେଇ ନିଜ ରାଜ୍ୟକୁ ଯାଉଥିଲେ। ସେ ଏକ ଗଞ୍ଜେଇ ବ୍ୟାଗକୁ ବାଇକ୍ ପଛରେ ବାନ୍ଧି ସୋନପୁର କଲେଜ ରାସ୍ତାରେ ଯାଉଥିବା ବେଳେ ତାଙ୍କ ବାଇକ୍ ହଠାତ୍ ଗଛରେ ପିଟିହୋଇଥିଲା। ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏଯାଏ ମୃତକଙ୍କର ପରିଚୟ ମିଳିନାହିଁ।
ସୂଚନା ଅନୁଯାୟୀ, ଛତିଶଗଡ଼ର ଜଣେ ଗଞ୍ଜେଇ ଚାଲାଣକାରୀ ବାଇକରେ ଚୋରା ଗଞ୍ଜେଇ ନେଇ ନିଜ ରାଜ୍ୟକୁ ଯାଉଥିଲେ। ସେ ଏକ ଗଞ୍ଜେଇ ବ୍ୟାଗକୁ ବାଇକ୍ ପଛରେ ବାନ୍ଧି ସୋନପୁର କଲେଜ ରାସ୍ତାରେ ଯାଉଥିବା ବେଳେ ତାଙ୍କ ବାଇକ୍ ହଠାତ୍ ଗଛରେ ପିଟିହୋଇଥିଲା। ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏଯାଏ ମୃତକଙ୍କର ପରିଚୟ ମିଳିନାହିଁ। ଏଣେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/12/31/y4sTNEcrIgnoPbeG0FRp.jpg)