ରାଇରଙ୍ଗପୁର: ମୟୂରଭଞ୍ଜଜିଲ୍ଲା ସମେତ ବାମନଘାଟି ଉପଖଣ୍ଡର ଆଭ୍ୟନ୍ତରୀଣ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହେବାସହିତ ଖଡ଼ଖାଇ ଓ ବାଙ୍କବଳ ନଦୀବନ୍ଧର ଜଳସ୍ତର ଅହେତୁକ ବୃଦ୍ଧି ପାଇଛି ରାଇରଙ୍ଗପୁର, ବିଜାତଳା, କୁସୁମୀ ଓ ଏହାର ଆଖପାଖ ଅଞ୍ଚଳରେ ୪୮ ଘଣ୍ଟା ମଧ୍ୟରେ ୨୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ପ୍ରବଳ ବର୍ଷା ଯୋଗୁଁ ଖଡଖାଇର ଗୋଟିଏ ଗେଟ୍ ଓ ବାଙ୍କବଳର ଦୁଇଟି ଗେଟ୍ ଖୋଲାଯାଇଛି। ଏହାର ପ୍ରଭାବରେ ରାଇରଙ୍ଗପୁରର ଖଡ଼ଖାଇ ଜଳସ୍ତର ବୃଦ୍ଧି ପାଇ ୬୧୧.୨ ମିଟରରେ ପହଞ୍ଚିଥିଲା। ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୨୭ ତାରିଖ ଯାଏଁ ମୟୂରଭଞ୍ଜ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।
ଲଗାଣ ବର୍ଷା ପ୍ରଭାବରେ ଉଭୟ ବନ୍ଧ ମଧ୍ୟକୁ ଘଣ୍ଟାକୁ ୧୭୫ କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ ତଳି ଅଞ୍ଚଳ ମାନଙ୍କୁ ସତର୍କ ସୂଚନା ଜାରି କରାଯାଇ ଉଭୟ। ବନ୍ଧର ଗେଟ ମାଧ୍ୟମରେ ୮୦/୧୨୦ କ୍ୟୁସେକ ଜଳ ନିଷ୍କାସିନ କରାଯାଉଥିବା ସୂଚନା ମିଳିଛି।
Mayurbhanj