ବୈଶିଙ୍ଗା: କୁହାଯାଇଥାଏ ଚୋରକୁ ଅନ୍ଧାର ରାତି ଭଲ। କିନ୍ତୁ ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଆଗ୍ରିଆ ଉପକଣ୍ଠ ବିଶ୍ରାମପୁର ଗ୍ରାମରେ ଚୋରଙ୍କ ପାଇଁ ସଂଜ୍ଞା ଓଲଟା। ଏଠାରେ ରାତି ଆସିବା ପୂର୍ବରୁ ଅର୍ଥାନ୍ତ ସଂଜ ନଇଁବା ପୂର୍ବରୁ ବଡ଼ଧରଣର ଲୁଟ ହୋଇଛି। ଜନୈକ ବ୍ୟକ୍ତିଙ୍କ ଘରୁ ଲୁଟ୍ କରିବା ପାଇଁ ଅପେକ୍ଷା କରିଥିବା ସୁଯୋଗକୁ ବ୍ୟବହାର କରିଛନ୍ତି। ଦୁର୍ବୃତ୍ତମାନେ ଘର ତାଲା ସହିତ ଆଲମିରା ଲକର ଭାଙ୍ଗି ୧୦ଲକ୍ଷରୁ ଅଧିକ ଟଙ୍କାର ସୁନାରୂପା ଗହଣା ଲୁଟିନେଇଛନ୍ତି।
ବିଶ୍ରାମପୁର ଗ୍ରାମର ଭବଜିତ ପ୍ରଧାନଙ୍କ ପିଉସୀଙ୍କ ଦେହ ଅସୁସ୍ଥ ଥିବା କାରଣରୁ ସେ ତାଙ୍କ ପରିବାର ବର୍ଗଙ୍କ ସହିତ ଘର କବାଟ, ସମ୍ମୁଖ ଭାଗ ଗ୍ରିଲ ଓ ମୁଖ୍ୟ ଫାଟକରେ ତାଲା ପକାଇ କେନ୍ଦୁଆଖୁଣ୍ଟା ଗ୍ରାମସ୍ଥିତ ନିଜ ଘରକୁ ଆଜି ଅପରାହ୍ନରେ ଯାଇଥିଲେl ସନ୍ଧ୍ୟା ପ୍ରାୟ ୫ଟାରେ ଘରକୁ ଫେରିଥିଲେ। ମୁଖ୍ୟ ଫାଟକ ତାଲା ଖୋଲି ଭିତରକୁ ପଶି ଦେଖିବାକୁ ପାଇଥିଲେ କି ଘର ସମ୍ମୁଖ ଲୁହା ଗ୍ରିଲର ତାଲା ଓ ଭିତର କବାଟରେ ଲାଗିଥିବା ତାଲା ମଧ୍ୟ ଭଙ୍ଗା ଯାଇଛି।
ତେବେ ଭୟଭୀତ ହୋଇ ଘର ଭିତରକୁ ପ୍ରବେଶ କରି ଦେଖିବାକୁ ପାଇଥିଲେ କି ତାଙ୍କ ମା’ ଓ ଭଉଣୀଙ୍କ ଶୋଇବା ଘରେ ଥିବା ୨ଟି ଆଲମିରା ଖୋଲାଥିବା ସହିତ ଲକର ତାଲା ଭଙ୍ଗା ଯାଇଛିl ଲକର ଭିତରେ ଥିବା ୫ଟି ସୁନା ହାର, ୪ହଳ ସୁନା ପାଲା, ୫ହଳ ସୁନା କାନ ଫୁଲ, ୫ଟି ସୁନା ମୁଦି, ୨ହଳ ସୁନା ଚୁଡ଼ି, ୨ଟି ସୁନା ବାହୁଟି ସମେତ ୩ଭରି ଓଜନର ରୁପା ଗହଣା ଲୁଟି ନେଇଛନ୍ତି ଦୁର୍ବୁତ୍ତl
ତେବେ ଏନେଇ ଭବଜିତ ସଙ୍ଗେ ସଙ୍ଗେ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେl ଏଏସଆଇ ପ୍ରଦୀପ କୁମାର ଦେ ସଦଳବଳ ଘଟଣା ସ୍ଥଳରେ ପହଁଛି ପ୍ରାଥମିକ ତଦନ୍ତ କରି ଫେରିଥିବାବେଳେ ଦୁର୍ବୃତ୍ତମାନେ ମୁଖ୍ୟ ଫାଟକ ତାଲା ନଭାଙ୍ଗି ବାଡ଼ ଡେଇଁ ଘର ଏରିଆ ଭିତରକୁ ପଶିଥିବା ନେଇ ନିଶ୍ଚିତ ହୋଇଥିଲେl ଖୁବଶୀଘ୍ର ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହିତ ତଦନ୍ତକୁ ତ୍ୱରାନ୍ୱିତ କରିବା ନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ ବାରିଣୀ ଦାସl ଭବଜୀତଙ୍କ ଲିଖିତ ଅଭିଯୋଗକ୍ରମେ ପୁଲିସ ଏକ ମାମଲା ରୁଜୁ କରିଛିl
Crime | Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/07/01/loot-2025-07-01-21-25-03.jpg)